ପ୍ରଭାତ
ପ୍ରଭାତ
ପ୍ରଭାତ ସମୟ ଆସିଲା
ରବି ଉଦିତ ପୂର୍ବେ
ଖାଦ୍ୟ ଅନ୍ବେଷଣେ ବିହଙ୍ଗେ
ବସା ଛାଡ଼ିଲେ ସର୍ବେ
ରବି ଉଦିତ ପୂର୍ବେ।
ଅନ୍ଧାର କୁ ନାଶ କରିଲା
ପଡି ରବି କିରଣ
ପ୍ରଭାତ ସମୟ ଆସିଲା
ଶେଜ ଛାଡିଲେ ଜନ
ପଡି ରବି କିରଣ।
ସୂର୍ଯ୍ୟ କିରଣ କୁ ଅପେକ୍ଷା କରିଥିଲା ପଙ୍କଜ
କିରଣ ପ୍ରଭାବେ ପଙ୍କଜ
ହୋଇଗଲା ସତେଜ
କରିଥିଲା ପଙ୍କଜ।
ହଳ ଧରି ଗଲା କୃଷକ
ତାର ବିଲ ବାଡିକୁ
ଚାଷ କାର୍ଯ୍ଯ ମନ ତୋଷିଲା
ଚାହିଁ କୃଷି କ୍ଷେତ୍ର କୁ
ତାର ବିଲ ବାଡିକୁ।
ମନ୍ଦିର ରେ ଘଣ୍ଟ ବାଜିଲା
ଦେଇ ଦୀପ ନୈବେଦ୍ୟ
ପୂଜା ରେ ମାତିଲେ ଭକତ
ହୋଇ କରି ଆନନ୍ଦ
ଦେଇ ଦୀପ ନୈବେଦ୍ୟ।
ଚନ୍ଦ୍ର କିରଣ ଯେ ଲିଭିଲା
ରବି ଆଗମନରେ
ଅନ୍ଧାର ଯେ ନାଶ ହୋଇଲା
ଜନ ସମାଗମ ରେ
ରବି ଆଗମନରେ।
ପ୍ରଷ୍ପୁଟିତ ହେଲା କମଳ
ରବି କର ସ୍ପର୍ଶ ରେ
ଅର୍ପଣ କରିଲେ ପୂଜକ
ମହାଲକ୍ଷ୍ମୀ ପାଖରେ
ରବି କର ସ୍ପର୍ଶ ରେ।
ଅନ୍ଧାର କୁ ନାଶ କରିଲା
ପାଇ ରବି କିରଣ
ପ୍ରଭାତ ସମୟ ଆସିଲା
ହୋଇ ଆନନ୍ଦ ମନ
ପାଇ ରବି କିରଣ।
ପ୍ରକୃତି ବନ୍ଧୁ ହରିହର ସାହୁ
(ରାଜ୍ୟ, ପ୍ରକୃତି ବନ୍ଧୁ, ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଓ ଆନ୍ତର୍ଜାତୀୟ ପୁରସ୍କାର ପ୍ରାପ୍ତ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ)
ସଭାପତି ଜାତୀୟ ପୁରସ୍କାର ପ୍ରାପ୍ତ ଶିକ୍ଷକ ଫୋରମ୍ ଓଡ଼ିଶା
