ବାବା ସାହେବ୍ ଡ, ବି ଆର ଆମ୍ବେଦକର ଙ୍କ ୧୩୫ ତମ ଜନ୍ମଦିନ ପାଳିତ

କନ୍ଧମାଳ ତା ୧୪/୦୪/୨୦୨୫ ଫୁଲବାଣୀ ସ୍ଥାନୀୟ ବାବା ସାହେବ୍ ସ୍ମୁତି କମିଟି ତରଫରୁ ୧୩୫ ତମ ଜନ୍ମ ଦିବସ ଅବସରରେ ସ୍ଥାନୀୟ ଫୁଲବାଣୀ ସାହି ଆମ୍ବେଦକର ଛକ ଠାରେ ଥିବା ବାବା ସାହେବ୍ ଙ୍କ ପ୍ରତି ମୂର୍ତ୍ତିରେ କମିଟି ତରଫରୁ ସଭାପତି ଶ୍ରୀ ସମିର୍ ଘଟାଲ୍ ସହିତ ପ୍ରଶ୍ନ ବିଶୋଇ, ଜାକିର ଖାନ୍, ଅବନୀ ଜ।ନୀ, ବିରେନ୍ଦ୍ର କହଁର, ମହେନ୍ଦ୍ର ଦିଗାଲ, ଦିବାକର ଦିଗାଲ ଓ କମିଟିର ଅନ୍ୟାନ୍ୟ ସଦସ୍ୟ ମାନେ ବାବା ସାହେବ୍ ଙ୍କ ପ୍ରତି ମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ଧୂପ ଦୀପ ଦେଇ ବାବା ଙ୍କ ଜନ୍ମଦିନ ପାଳନ କରିଥିଲେ ।ପରେ ପରେ କମିଟିର ସମସ୍ତ କର୍ମ କର୍ତ୍ତା ସ୍ଥାନୀୟ ଜଗନ୍ନାଥ ମନ୍ଦିର ପାଖରେ ଥିବା କୁଇ ସମାଜ ସେବା ସମିତି କାର୍ଯ୍ୟାଳୟରେ ଏକ ସ୍ମୃତି ସଭା ଆୟଜନ କରାଯାଇଥିଲା ।ଏହି ସଭାରେ ସ୍ମୁତି କମିଟିର ସଭାପତି ଶ୍ରୀ ସମୀର ଘଟାଲ ସଭାପତିତ୍ବ କରିଥିଲେ ।ଏହି ସଭାରେ ସମିର୍ ଘଟାଲ୍ ଙ୍କ ସମେତ ଓଡ଼ିଆ ଖ୍ରୀଷ୍ଟିଆନ୍ ମର୍ଚ୍ଚ। ର ଆବାହକ ଶ୍ରୀ ପ୍ରଶ୍ନ ବିଶ ଇ, ରାଜ୍ୟ ମୁସଲିମ ମର୍ଚ୍ଚ। ର ଆବାହକ ଜାକିର ଖାଁ, ଫୁଲବାଣୀ କୁଇ ସମାଜ ସେବା ସମିତିର ସମ୍ପାଦକ ଅବନୀ କୁମାର ଜ।ନୀ, ମହେନ୍ଦ୍ର ଦିଗାଲ, ଦିବାକର ଦିଗାଲ,ଖଜୁରୀପଡ଼ା ବ୍ଲକ ପୂର୍ବତନ ବ୍ଲକ ଅଧ୍ୟକ୍ଷ ବିରେନ୍ଦ୍ର କହଁର, ନିରଜ୍ ଚନ୍ଦ୍ର ମଲ୍ଲିକ, ଅବସର ପ୍ରାପ୍ତ ପ୍ରଶାସନିକ ଅଧିକାରୀ, ରବି ଚନ୍ଦ୍ର କହଁର, ତ୍ରିନାଥ ମ।ଝି, ଲଛମନ ବେହେରା, ମୁରଲୀ ଚନ୍ଦ୍ର ମୁନି , ଜୀବନ୍ତ ନାୟକ, ତ୍ରିବି କ୍ରମ ମଲ୍ଲିକ,ଓ ସ୍ଵାଧୀନ ସାହାଣୀ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟ କ୍ରମକୁ ଆଗକୁ ନେଇଥିଲେ ।ଏଠାରେ ନିମନ୍ତିତ ଅତିଥିମାନେ ବାବା ସାହେବ୍ ଙ୍କ ଉକ୍ତ ଗୁରୁ ମନ୍ତ୍ର, ଶିକ୍ଷିତ ହେବା, ସଂଘଟିତ ହେବା, ସଂଘର୍ଷ କରିବା , ଏହି ମନ୍ତ୍ର କୁ କହିବା ସହିତ ବାବା ସାହେବ ସମ୍ବିଧାନ ପ୍ରଣୟନ କରି ଭାରତର ନୀତି ଶାସନ କିପରି ଭାବରେ ସମସ୍ତ ବର୍ଗର ଲୋକ ମାନ ଙ୍କୁ ସମାନ ଅଧିକାରୀ, ସମାନ ସୁବିଧା ମିଳିବ ସେଥିପ୍ରତି ଧ୍ୟାନ ଦେଇ ସମ୍ବିଧାନ ପ୍ରଣୟନ କରିଥିବାରୁ ଉପସ୍ଥିତ ସମସ୍ତ ସଭ୍ୟ ବାବା ସାହେବ୍ ଙ୍କୁ ଧନ୍ୟବଦ୍ ସହ ଶ୍ରଦ୍ଧାଞ୍ଜଳି ଦେଇଥିଲେ ।

Leave a Reply

Your email address will not be published. Required fields are marked *