ଭାରତରତ୍ନ ଡଃ ଭୀମରାଓ ଆମ୍ବେଦକରଙ୍କ ଜୟନ୍ତୀ ଓ ଓଡ଼ିଆ ନବବର୍ଷ ପାଳିତ

ଭାରତରତ୍ନ ଡଃ ଭୀମରାଓ ଆମ୍ବେଦକରଙ୍କ ଜୟନ୍ତୀ ଓ ଓଡ଼ିଆ ନବବର୍ଷ ପାଳିତ।ପୁରୀ ୧୪/୪ ସାମାଜିକ ନ୍ୟାୟ ବ୍ୟବସ୍ଥା ର ମୂର୍ତ୍ତିମନ୍ତ ପ୍ରତୀକ ଥିଲେ ସମ୍ବିଧାନ ପ୍ରଣେତା ଭାରତରତ୍ନ ବାବାସାହେବ ଡଃ ଭୀମରାଓ ରାମଜୀ ଆମ୍ବେଦକର ।ସଂଘର୍ଷ ରୁ କିପରି ଜୀବନ କୁ ସଫଳ କରେ ଓ ଦେଶର ଗୌରବ ବୃଦ୍ଧି ରେ ସହାୟକ ହୁଏ ତାହା ଆମ୍ବେଦକର ଙ୍କ ଜୀବନ ଆଦର୍ଶ ରୁ ସ୍ପଷ୍ଟ ପ୍ରତୀୟମାନ ବୋଲି କହିଛନ୍ତି ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶରତ ଚନ୍ଦ୍ର ବେହେରା।ଆଜି ପୂର୍ବାହ୍ନରେ ଜିଲ୍ଲା ସଂସ୍କୃତି ଭବନ ଠାରେ ଜିଲ୍ଲା ପ୍ରଶାସନ ସୂଚନା ଓ ଲୋକ ସମ୍ପର୍କ,ସଂସ୍କୃତି ଓ ସମାଜ କଲ୍ୟାଣ କାର୍ଯ୍ଯାଳୟ ପକ୍ଷରୁ ଡଃ ଆମ୍ବେଦକର ଙ୍କ ୧୩୪ ତମ ଜିଲ୍ଲା ସ୍ତରୀୟ ଜୟନ୍ତୀ ଓ ଓଡ଼ିଆ ପକ୍ଷ ପାଳନର ଶେଷ ଦିବସରେ ଓଡ଼ିଆ ନବବର୍ଷ ପାଳିତ ହୋଇଥିଲା।ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ବେହେରା ସମ୍ବିଧାନ ପ୍ରସ୍ତୁତି ଓ ପ୍ରଣୟନରେ ଡଃ ଆମ୍ବେଦକରଙ୍କ ଭୂମିକା ଅବିସ୍ମରଣୀୟ।ସେ ଜାତିୟତାପ୍ରେମୀ ଓ ସଂସ୍କାରବାଦୀ ମେଧାବୀ ଓ ପରିଶ୍ରମୀ ଥିଲେ। ସାମାଜିକ ନ୍ୟାୟ, ସୁଦୃଢ ଗଣତନ୍ତ୍ରଓ ଅର୍ଥନୈତିକ ସ୍ଥିରତା କ୍ଷେତ୍ରରେ ତାଙ୍କ ଅବଦାନ ଅତୁଳନୀୟ। ଡଃ ଆମ୍ବେଦକରଙ୍କ ଜୀବନୀ, ସେତେବେଳର ସାମାଜିକ ସ୍ଥିତି, ତାଙ୍କ ସଂଗ୍ରାମ, ସମ୍ବିଧାନ ପ୍ରସ୍ତୁତି ଓ ପ୍ରଣୟନରେ ତାଙ୍କର ଅବଦାନ, ଶିକ୍ଷା, ସଂସ୍କାର, ସାମାଜିକ ନ୍ୟାୟ, ସମ୍ପର୍କରେ ସେ ବିସ୍ତୃତ ଆଲୋଚନା କରିଥିଲେ।ସେହିପରି ଆଜି ମହାବିଷୁବ ସଂକ୍ରାନ୍ତି ଓଡ଼ିଆ ନବବର୍ଷ।ଏହା ଆମ ସଂସ୍କୃତି ଓ ପରମ୍ପରା ର ଏକ ଗୁରୁତ୍ୱପୂର୍ଣ୍ଣ ଦିନ ବୋଲି ସେ କହିଥିଲେ।ଉପ ଜିଲ୍ଲାପାଳ ରାଜ କିଶୋର ଜେନା, ଜିଲ୍ଲା ମଙ୍ଗଳ ଅଧିକାରୀ ବିକାଶ କୁମାର ମହାନ୍ତି, ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ତନୁପ୍ରଭା ବେଉରା, ଜିଲ୍ଲା ସଂସ୍କୃତି ଅଧିକାରୀ ହେମନ୍ତ ବେହେରା ଯୋଗ ଦେଇ ଆମ ଦେଶ ବିଶ୍ୱର ସର୍ବ ବୃହତ ଗଣତାନ୍ତ୍ରିକ ରାଷ୍ଟ୍ର।ଏହାର ସମ୍ବିଧାନ ପ୍ରତିଷ୍ଠା ରେ ଆମ୍ବେଦକର ଙ୍କ ଭୂମିକା ଅବର୍ଣ୍ଣନୀୟ।ସମାଜରେ ନ୍ୟାୟ ବ୍ୟବସ୍ଥା ଓ ସମାନ ଅଧିକାର ପାଇଁ ତାଙ୍କ ଅବଦାନ ଅତୁଳନୀୟ।ସେହିପରି ଆଜି ଆମ ଓଡ଼ିଆ ମାନଙ୍କର ଏକ ମହତ୍ତ୍ୱପୂର୍ଣ୍ଣ ଦିବସ।ଓଡ଼ିଆ ନବବର୍ଷ ଆମ ସମସ୍ତ ଙ୍କ ପାଇଁ ଗର୍ବ ଓ ଗୌରବର ଦିବସ ବୋଲି ସେମାନେ କହିଥିଲେ।ପ୍ରାରମ୍ଭରେ ସୂଚନା ଓ ଲୋକ ସମ୍ପର୍କ ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ ସମସ୍ତଙ୍କୁ ସ୍ୱାଗତ,ଅତିଥି ପରିଚୟ, ପ୍ରାରମ୍ଭିକ ସୂଚନା ଓ ସଭା ପରିଚାଳନା କରିଥିଲେ।ପୂର୍ବରୁ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତି ଯୋଗୀଙ୍କୁ ଅତିଥି ମାନେ ପୁରସ୍କୃତ କରିଥିଲେ।ପ୍ରାରମ୍ଭରେ ଅତିଥି ମାନେ ଶ୍ରୀଜୀଉଙ୍କ ପ୍ରତିମୂର୍ତ୍ତି ଓ ଡଃ ଆମ୍ବେଦକର ଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ ସହ ପ୍ରଦୀପ ପ୍ରଜ୍ଜଳନ କରିଥିଲେ।ଶେଷରେ ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ପ୍ରଦୀପ୍ତ କୁମାର ସେନାପତି ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *