ବ୍ରହ୍ମପୁର ସହରରେ ବିଭିନ୍ନ ଜାଗାରେ, ସଙ୍କଟ ମୋଚନ ହନୁମାନ ମନ୍ଦିରରେ ବିଷୁବ ତଥା ହନୁମାନ ଜୟନ୍ତୀ ପାଳିତ

ବ୍ରହ୍ମପୁର — ଓଡ଼ିଆ ତଥା ହିନ୍ଦୁ ନବବର୍ଷ ଏଵଂ ମହା ବିଷୁବ, ପଣା ସଂକ୍ରାନ୍ତି ଓ ହନୁମାନ ଜୟନ୍ତୀ ଅବସରରେ ସ୍ଥାନୀୟ ସହର ତଳି ଅଞ୍ଚଳ ଅନ୍ତର୍ଗତ ମେଡିକାଲ ବ୍ୟାଙ୍କ କଲୋନୀ ସ୍ଥିତ ସଙ୍କଟ ମୋଚନ ହନୁମାନ ମନ୍ଦିରରେ ବିଷୁବ ତଥା ହନୁମାନ ଜୟନ୍ତୀ ଉତ୍ସବ ଦିବ୍ୟ ଆଧ୍ୟାତ୍ମିକ ଓ ଭକ୍ତିମୟ ପରିବେଶ ତଥା ସନାତନ ଧାର୍ମିକ ପରମ୍ପରା ଓ ରୀତି ନୀତି ଅନୁଯାୟୀ ପାଳିତ ହୋଇଯାଇଛି। ହିଲପାଟନା ସ୍ଥିତ ସିଦ୍ଧ ବିନାୟକ ମନ୍ଦିର ପାଶ୍ୱରେ ଥିବା ହନୁମାନ ମନ୍ଦିର ରେ, ଗିରିରୋଡ଼,ଗୀତ ଭବନ ନିକଟରେ ଥିବା ହନୁମାନ ମନ୍ଦିର ରେ ସହ ବ୍ରହ୍ମପୁର ସହରରେ ବିଭିନ୍ନ ଜାଗାରେ ଥିବା ହନୁମାନ ମନ୍ଦିର ଗୁଡିକରେ ବହୁ ଶ୍ରଦ୍ଧାଳୁ ଯୋଗଦେଇ ଥିଲେ । ଏହି ଅବସରରେ ପ୍ରାତଃ ଆଳତି, ସୂର୍ଯ୍ୟ ପୂଜା, ଘୃତ ଯଜ୍ଞ, ହୋମ ଓ ହନୁମାନ ଚାଳିଶା ପାଠ ଅନୁଷ୍ଠିତ ହୋଇଥିଲା। ଉପସ୍ଥିତ ସମସ୍ତ ଶ୍ରଦ୍ଧାଳୁଙ୍କ ପ୍ରାସାଦ ସହ ପବିତ୍ର ପଣା ବଣ୍ଟନ କରାଯାଇଥିଲା । ସହର ତଳି ଅଞ୍ଚଳ କ୍ରିୟାନୁଷ୍ଠାନ କମିଟି ଉପଦେଷ୍ଟା ତଥା ସ୍ଥାନୀୟ ମେଡିକାଲ ବ୍ୟାଙ୍କ କଲୋନୀ କମିଟି ସଭାପତି ସୁବାଷ ଚନ୍ଦ୍ର ପାତ୍ର ଉକ୍ତ କାର୍ଯ୍ୟକ୍ରମର ମୁଖ୍ୟ ପୁରୋଧା ଥିଲା ବେଳେ ପୂଜକ ବଟକୃଷ୍ଣ ତ୍ରୀପାଠୀ ପୂଜା ବିଧି କାର୍ଯ୍ଯ ସମ୍ପାଦନା କରିଥିଲେ। ଏହି ଅବସରରେ ସ୍ଥାନୀୟ ଅଞ୍ଚଳର ବହୁ ଜନସାଧାରଣ ଏବଂ ଧାର୍ମିକ ବ୍ୟକ୍ତିଙ୍କ ସହ ସହର ତଳି ଅଞ୍ଚଳ ମିଳିତ କ୍ରିୟାନୁଷ୍ଠାନ କମିଟି ସଭାପତି ସଞ୍ଜୀବ କୁମାର ପଟ୍ଟନାୟକ ଯୋଗ ଦେଇ ଭଗବତ୍ ଓ ଧାର୍ମିକ କୃପା ଲାଭ କରି ଥିଲେ। ଏହି କାର୍ଯ୍ୟକ୍ରମକୁ ବିଷ୍ଟ୍ନୁୁ ସାହୁ, ପ୍ରଫେସର ଏସ.ଏନ. ଜେନା, ପି କେ ଏସ ପାତ୍ର, ବୃନ୍ଦାବନ ପଟ୍ଟନାୟକ, ଶ୍ରଦ୍ଧାଞ୍ଜଳି ନାୟକ, ମଧୁସ୍ମିତା ପାତ୍ର ଓ ବର୍ଷାରାଣି ମହାଙ୍ଗୁଡ ପ୍ରମୁଖ ବହୁ ମନ୍ଦିର କମିଟି କାର୍ଯ୍ୟକର୍ତ୍ତା ପରିଚାଳନା କରିଥିଲେ। ଏହା ସହ ହିଲପାଟନା ଠାରେ କର୍ପୋରେଟର ତଥା ଆଇନଜୀବି ସଞ୍ଜିତ ପାଣିଗ୍ରାହୀ, ସମାଜ ସେବୀ ସୁଶାନ୍ତ ସାବତ, ଭଗବାନ ପଣ୍ଡା ବହୁ ବିଶିଷ୍ଟ ବ୍ୟକ୍ତି ବିଶେଷ, ଗିରିରୋଡ଼ ଠାରେ ବରିଷ୍ଠ ବିଜେପି ନେତା କାମେନା ପାଢ଼ୀ, ମିହିର ସଥପଥୀ,ସୁଶାନ୍ତ ପଣ୍ଡା, ଜ୍ୟୋତି ପଟ୍ଟନାୟକ ସହ ବହୁ ଶ୍ରଦ୍ଧାଳୁ ଯୋଗଦେଇ ସେଠାରେ ହନୁମାନ ଚାଲିସା ପାଠ କରି, ପଣା ବଣ୍ଟନ,ପ୍ରସାଦ ସେବନ କରିଥିଲେ ।

Leave a Reply

Your email address will not be published. Required fields are marked *