ପ୍ଲସ ଥ୍ରୀ ତୃତୀୟ ବର୍ଷର ଛାତ୍ରୀ ଙ୍କ ଆତ୍ମହତ୍ୟା
ପ୍ଲସ ଥ୍ରୀ ତୃତୀୟ ବର୍ଷର ଛାତ୍ରୀ ଙ୍କ ଆତ୍ମହତ୍ୟା ସ୍ଥାନୀୟ ଅଞ୍ଚଳରେ ଖେଳିଗଲା ଶୋକର ସାୟା ଆନନ୍ଦପୁର* କଲେଜ ଛକ ପଛ ପାଖ ତାରିଣୀ ମେସ ରେ ଦୀର୍ଘ ଦିନ ଧରି ରହିଆସୁଥିବା ନିରୀହ କୋମଳ ପ୍ଲସ ଥ୍ରୀ ଶେଷ ବର୍ଷର ଛାତ୍ରୀ ମନୀଷା ନାୟକ କୋଣସି କାରଣ ବଶତଃ ସନ୍ଦ୍ୟା ୬ ଟା ପରଠାରୁ ଘରର କବାଟ ନଖୋଲିବାରୁ ପାଖ ରୁମରେ ଥିବା ସାଙ୍ଗ ଝିଅ ମାନେ କବାଟ ବାଡେଇ ବହୁତ ଡାକିଵା ପରେ କବାଟ ନ ଖୋଲିବାରୁ ଘର ମଲିକ ଙ୍କ ସହ ପାଖ ପଡୋଶୀ ଙ୍କୁ ଡାକି କହିବାରୁ ମନରେ ନାନା ଆଶଙ୍କା ଦେଖା ଦେଇଥିଲା l ପରେ ସମସ୍ତେ କବାଟ ବାଡେଇ ବାଡେଇ ଥକି ବାରୁ ନିକଟସ୍ଥ ଆନନ୍ଦପୁର ଥାନାକୁ ଖବର ଦେଇଥିଲେ l ସୂଚନା ଅନୁଯାଇ ଜଣାପଡିଛି ଛାତ୍ରୀ ମନୀଷା ନାୟକ, ପିତା ବିଶ୍ୱନାଥ ନାୟକ , ଘର ବାଦିବିଲି, ଥାନା ଟମକା, ଜିଲ୍ଲା ଯାଜପୁର , ଅଂଚଳର ହୋଇଥିବାବେଳେ ବର୍ତମାନ ପଯ୍ୟନ୍ତ ପୋଲିସର ଅନୁସନ୍ଧାନ ଅନୁଯାଇ ମୃତ ଛାତ୍ରୀ ଜଣକ କୋଣସି ପ୍ରେମ ବେପାରକୁ ନେଇ ଆତ୍ମହତ୍ୟା କରିଥାଇ ପାରନ୍ତି ବୋଲି ଅନୁମାନ କରାଯାଉଛି ବୋଲି ଜଣାପଡିଛି l
