ଦଳିତଙ୍କୁ ନ୍ୟାୟ ଦାବିରେ ସାମ୍ବାଦିକ ସମ୍ମିଳନୀ
କୋଣାର୍କ:-15/04/2024 ଗତ ସପ୍ତାହରେ କୋଣାର୍କ ଥାନା ଅଧୀନରେ ଦୁଇଟି ଦଳିତ ନିର୍ଯାତନା ଘଟଣା ଘଟିଯାଇଛି । ଏହି ଘଟଣାରେ ପୋଲିସ ଚୁପ୍ ବସିଥିବା ବେଳେ ସୋସିଆଲ ମିଡିଆରେ ଖବର ଏ ମୋବାଇଲକୁ ସେ ମୋବାଇଲ ଘୁରିବୁଲିବା ପରେ ଚାପରେ କେସ୍ ରୁଜୁ କରିଥିଲା କୋଣାର୍କ ପୋଲିସ । କିନ୍ତୁ ଆସାମୀ ମାନଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପରିବର୍ତ୍ତେ ଚୁପ୍ ରହିବାକୁ ନେଇ ଚିନ୍ତାରେ ଦୁଇ ଦଳିତ ପରିବାର। ଖାଲି ସେତିକି ନୁହେଁ ଆସାମୀ ମାନେ ପୀଡ଼ିତା ମାନଙ୍କୁ ଧମକଚମକ ମଧ୍ୟ ଦେଉଥିବା ଜଣାପଡିଛି । ପୋଲିସର ଏହି ଉଦାସୀନତା ବିରୁଦ୍ଧରେ କୋଣାର୍କ ଡାକବଙ୍ଗଳା ଠାରେ ଅନୁସୂଚୀତ ଜାତି ଓ ଜନଜାତି ପକ୍ଷରୁଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି।

ସଂଗଠନ ସଭାପତି ପ୍ରତାପ କୁମାର କାଣ୍ଡି ଙ୍କ ନେତୃତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପୀଡ଼ିତାଙ୍କ ସହ ତାଙ୍କ ସମ୍ପର୍କୀୟ ମଧ୍ଯ ଉପସ୍ଥିତ ଥିଲେ। ଆଗାମୀ ସପ୍ତାହ ମଧ୍ୟରେ ଅଭିଯୁକ୍ତକୁ ବନ୍ଧା ନଗଲେ ହଜାର ହଜାର ଦଳିତ ମାନେ ଏକଜୁଟ ହୋଇ କୋଣାର୍କ ଥାନା ଘେରାଉ କରିବେ ବୋଲି ସଭାପତି ପ୍ରତାପ କାଣ୍ଡି ଗଣମାଧ୍ୟମ ଜରିଆରେ ସୁଚନା ଦେଇଛନ୍ତି। ରାଜ୍ୟ ସରକାର ସବୁବେଳେ ଦଳିତ ମାନଙ୍କୁ ସବୁ ସାହାର୍ଯ୍ୟ କରୁଥିବା ବେଳେ କୋଣାର୍କ ପୋଲିସ କାହିଁକି ଏପରି ଦଳିତମାନଙ୍କ ପ୍ରତି ନିଷ୍ଟୁର ହେଉଛି ତାହା ଏବେ କୋଣାର୍କରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲେଟିଛି। ତୁରନ୍ତ ପୁରୀ ଆରକ୍ଷୀଅଧିକାରୀ ଦୃଷ୍ଟିଆକର୍ଷଣ କରିବାକୁ ଦାବି ହୋଇଛି। ନଚେତ ଆଗାମୀ ଦିନରେ କୋଣାର୍କ ଥାନା ଘେରାଉ ହେବା ସହ ଥାନା ସମୁଖରେ ଧାରଣା ଦେବେ ଦୁଇ ଦଳିତ ପରିବାର ଓ ଶତାଧିକ ଦଳିତ କର୍ମକର୍ତ୍ତା ବୋଲି ଅନୁସୂଚିତଜାତିଓ ଜନଜାତିର ସଭାପତି ଓ ସମ୍ପାଦକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।l
