ମିଛ ମଣିଷ
ମିଛ ମଣିଷ
ଗୋଲୋକବିହାରୀ ବେହେରା
ମିଛ କହୁଥିବା
ମଣିଷଟି ସଦା
ମଧୁର ବଚନ କହେ,
ଉଚ୍ଚ ସ୍ୱରେ କହି
ନିଜର କଥାକୁ
ସତ୍ୟର ପ୍ରତ୍ୟୟ ଦିଏ।
ସତ କହୁଥିବା
ମଣିଷଟି ସଦା
ନୀରବରେ ରହି ଥାଏ,
ମିଛର ହାଟରେ
ସତ ବିକିବାକୁ
ଚିତ୍କାର କରି ନ ଥାଏ।
ଆଜି ଦୁନିଆରେ
କେହି ବି କାହାର
ସ୍ଵାର୍ଥକୁ ଛାଡନ୍ତି ନାହିଁ,
ସ୍ୱାର୍ଥ ପାଇଁ ଏଠି
ସମ୍ପର୍କ ଗଢନ୍ତି
ସମ୍ପର୍କ ଭାଙ୍ଗନ୍ତି ସେହି।
ଷଡ଼ଙ୍ଗୀ, ଢେଙ୍କାନାଳ
ମୋ: ,୯୯୩୮୩୦୩୦୪୬
