ପ୍ରକଳ୍ପ ସ୍ତରୀୟ ୩ ଦିନିଆ ଦକ୍ଷତା ବୃଦ୍ଧି ତାଲିମ ଶିବିର ଅନୁଷ୍ଠିତ

ପୁରୀ ୧୫/୪ ପୁରୀ ସଦର ବ୍ଲକ ସମନ୍ବିତ ଶିଶୁ ବିକାଶ ପ୍ରକଳ୍ପ କାର୍ଯ୍ୟାଳୟ ପକ୍ଷରୁ ଆଜି ପୁରୀ ମିଶନ ଶକ୍ତି ଗୃହରେ ପ୍ରକଳ୍ପ ସ୍ତରୀୟ ଅଙ୍ଗନବାଡିକର୍ମୀଙ୍କ ୩ ଦିନିଆ ଦକ୍ଷତା ବୃଦ୍ଧି ତାଲିମ ଶିବିର ଅନୁଷ୍ଠିତ ହୋଇଥିଲା।ଏହାକୁ ଉଦଘାଟନ କରି ସୂଚନା ଓ ଲୋକ ସମ୍ପର୍କ ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ ସୁସ୍ଥ ଓ ନିରୋଗ ରହିବାକୁ ପୁଷ୍ଟିକର ଓ ପୌଷ୍ଟିକ ଖାଦ୍ୟ ଅତ୍ୟନ୍ତ ଜରୁରୀ।ବିଶେଷ କରି ଶିଶୁ ଓ ଗର୍ଭବତୀ ମା ମାନଙ୍କର ସ୍ୱାସ୍ଥ୍ୟ ପାଇଁ ସଚେତନ ହେବା ଉଚିତ।ମହଙ୍ଗା ଖାଦ୍ୟ ଅପେକ୍ଷା ଘର ପାଖ ବାଡି ବଗିଚା ରେ ମିଳୁଥିବା ଫଳ,ପନିପରିବା, ଶାଗ,ଚୁନା ମାଛ ଇତ୍ୟାଦି କୁ ଦୈନନ୍ଦିନ ଖାଦ୍ୟ ତାଲିକାରେ ସାମିଲ କରିବାକୁ ମା ମାନଙ୍କୁ ଅବଗତ କରାଇବାକୁ ସେ ଅନୁରୋଧ କରିଥିଲେ।

ପ୍ରୋଗ୍ରାମ ଅଫିସର ସୁହାଗୀ ହେମ୍ବ୍ରମ ଯୋଗ ଦେଇ ସରକାରଙ୍କ ପକ୍ଷରୁ ଅଙ୍ଗନବାଡ଼ି ମାନଙ୍କ ପାଇଁ ଯେଉଁ ମାର୍ଗଦର୍ଶିକା ପ୍ରଣୟନ ହୋଇଛି ତାହାର ସଠିକ ଅନୁପାଳନ ସହ ପୋଷଣ ନିୟମ କୁ ମାନି ଚଳିବାକୁ ପରାମର୍ଶ ଦେଇଥିଲେ।ସଦର ସିଡିପିଓ ବିନୋଦିନୀ ତ୍ରିପାଠୀ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ପୁରୀ ସଦର ସୁପରଭାଇଜର ମଧୁଛନ୍ଦା ଭଉଳ, ପୁରୀ ମୁନିସପାଲ୍ଟି ସୁପରଭାଇଜର ପ୍ରଣତୀ ଚିନ୍ନାରା ପ୍ରମୁଖ ଉପସ୍ଥିତ ରହି ପୋଷଣ ପକ୍ଷ ପାଳନ ସମ୍ପର୍କରେ ଆଲୋଚନା କରିଥିଲେ।ଏହି ପ୍ରଶିକ୍ଷଣ ଶିବିରରେ ପୁରୀ ସଦର ଓ ମୁନିସପାଲ୍ଟିର ଅଙ୍ଗନବାଡ଼ି କର୍ମୀ ମାନେ ଯୋଗ ଦେଇଥିଲେ।

Leave a Reply

Your email address will not be published. Required fields are marked *