ଅଗ୍ନିଶମ କର୍ମଚାରୀଙ୍କୁ ସମ୍ମାନ ଜଣାଇ ଟାଟା ଷ୍ଟିଲ କଳିଙ୍ଗନଗର ପକ୍ଷରୁ ଜାତୀୟ ଅଗ୍ନିଶମ ସେବା ସପ୍ତାହ ପାଳିତ

କଳିଙ୍ଗନଗର, ଏପ୍ରିଲ ୧୪, ୨୦୨୫; ଜୀବନ ଓ ସମ୍ପତ୍ତି ରକ୍ଷା କରିବାରେ ସର୍ବୋଚ୍ଚ ବଳିଦାନ ଦେଇଥିବା ବୀର ଅଗ୍ନିଶମ ବାହିନୀକୁ ଶ୍ରଦ୍ଧାଞ୍ଜଳି ଓ କୃତଜ୍ଞତା ଜଣାଇବା ଉଦ୍ଦେଶ୍ୟରେ ଟାଟା ଷ୍ଟିଲ କଳିଙ୍ଗନଗର ଠାରେ ସୋମବାର ‘ଜାତୀୟ ଅଗ୍ନିଶମ ସେବା ସପ୍ତାହ’ର ଉଦଘାଟନୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।ଜାତୀୟ ଅଗ୍ନିଶମ ସେବା ସପ୍ତାହର ଏହି ଉଦଘାଟନୀ ଉତ୍ସବରେ ଟାଟା ଷ୍ଟିଲ କଳିଙ୍ଗନଗର (ଟିଏସକେ) ଏବଂ ଟାଟା ଷ୍ଟିଲ ମେରମଣ୍ଡଳୀ (ଟିଏସଏମ)ର ମୁଖ୍ୟ ସୁରକ୍ଷା ପ୍ରକାଶ ସଞ୍ଜୟଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀମାନେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। କାରଖାନା ପରିସରରେ ଥିବା ସେଣ୍ଟ୍ରାଲ୍ ଫାୟାର ଷ୍ଟେସନରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ଟାଟା ଷ୍ଟିଲ କଳିଙ୍ଗନଗରର ସୁରକ୍ଷା ବିଭାଗ ସଂଯୋଜନା କରିଥିଲା।ଏହି କାର୍ଯ୍ୟକ୍ରମରେ ସମସ୍ତ ଅଧିକାରୀ ଅଗ୍ନି ନିରାପତ୍ତା ପାଇଁ ଶପଥ ନେବା ପରେ ଅଗ୍ନିଶମ ନିରାପତ୍ତା ଓ ଉଦ୍ଧାର କାର୍ଯ୍ୟକୁ ଅଗ୍ନି ନିରାପତ୍ତା ଓ ଉଦ୍ଧାର କର୍ମୀଙ୍କ ଦ୍ୱାରା ଏକ ଉଚ୍ଚସ୍ତରୀୟ ଅଗ୍ନିନିର୍ବାପକ ଅଭ୍ୟାସ ଓ ଉଦ୍ଧାର କୌଶଳ ପ୍ରଦର୍ଶନ କରାଯାଇଥିଲା।ଏହି କାର୍ଯ୍ୟକ୍ରମ ସପ୍ତାହବ୍ୟାପୀ ପାଳନ ହେବ। ଏଥିରେ କମ୍ପାନୀ କର୍ମଚାରୀ, ଛାତ୍ରଛାତ୍ରୀ ଓ ସ୍ଥାନୀୟ ଲୋକଙ୍କ ପାଇଁ କୁଇଜ୍‌, ସଚେତନତା କାର୍ଯ୍ୟକ୍ରମ, ସୂଚନା ଲିଫ୍ଲେଟ୍ ବଣ୍ଟନ ସମେତ ବିଭିନ୍ନ କାର୍ଯ୍ୟକ୍ରମ ରଖାଯାଇଛି।ପ୍ରତିବର୍ଷ ଏପ୍ରିଲ ୧୪ ତାରିଖରେ ପାଳନ କରାଯାଉଥିବା ଏହି ଜାତୀୟ ଅଗ୍ନିଶମ ସେବା ଦିବସରେ ଅଗ୍ନିଶମ କର୍ମଚାରୀଙ୍କ ଦୃଷ୍ଟାନ୍ତମୂଳକ ସାହସିକତା ଏବଂ ଅତୁଟ ସମର୍ପଣକୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥାଏ। ବିଶେଷକରି ୧୯୪୪ ମସିହାରେ ମୁମ୍ବାଇ ବନ୍ଦରରେ ଘଟିଥିବା ଦୁଃଖଦ ଏସ୍ ଏସ୍ ଫୋର୍ଟ ଷ୍ଟିକିନ ଘଟଣାର ସ୍ମୃତିରେ ଜାହାଜ ବିସ୍ଫୋରଣ ଯୋଗୁଁ ହୋଇଥିବା ଭୟଙ୍କର ଅଗ୍ନିକାଣ୍ଡରେ ଅନେକ ଅଗ୍ନିଶମ କର୍ମଚାରୀ ପ୍ରାଣ ହରାଇଥିଲେ। ଯେଉଁମାନେ ଅତ୍ୟଧିକ ବିପଦର ସମ୍ମୁଖୀନ ହୋଇ ଅସାଧାରଣ ସାହସ ପ୍ରଦର୍ଶନ କରିଥିଲେ। ଡ୍ୟୁଟି ସମୟରେ ଅଗ୍ନିଶମ କର୍ମଚାରୀଙ୍କ ବଳିଦାନକୁ ଏହି ଦିବସ ସ୍ମରଣ କରାଇଥାଏ।

Leave a Reply

Your email address will not be published. Required fields are marked *