ଫୁଲବାଣୀ ନଗର କଂଗ୍ରେସ କମିଟି ତରଫରୁ ଗ୍ୟାସ୍ ଦର ବୃଦ୍ଧି ଓ ନାରୀ ନିର୍ଯ୍ୟାତନା ବିରୁଦ୍ଧରେ ମଶାଲ ଶୋଭାଯ।ତ୍ର।
।କନ୍ଧମାଳ ତ। ୧୫/୦୪/୨୦୨୫ ଫୁଲବାଣୀ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ସଭାପତି ଶ୍ରୀ ଭକ୍ତ ଚରଣ ଦାସ ଙ୍କ ନିର୍ଦ୍ଦେଶ କ୍ରମେ ଆଜି ଫୁଲବାଣୀ ନଗର କଂଗ୍ରେସ କମିଟି ତରଫରୁ ନଗର ସଭାପତି ଶ୍ରୀ ଶିବ ଶଙ୍କର ବେହେରାଙ୍କ ନେତୃତ୍ୱରେ ସଂଧ୍ୟା ୬ ଘଣ୍ଟିକ। ସମୟରେ ସ୍ଥାନୀୟ ମ।ଦିକୁନ୍ଦା ଛକଠାରୁ ସହରର ମୁଖ୍ୟ ବଜାର ତଥା ବିଜୁପଟ୍ଟନାୟକ ଛକ ଠାରେ ଶହ ଶହ କଂଗ୍ରେସ କର୍ମୀ ଏହି ସଭାଯ।ତ୍ର।ରେ ନିଜ ନିଜ ହାତରେ ମଶାଲ ଧରି କେନ୍ଦ୍ର ସରକାରଙ୍କର ନାରୀ ନିର୍ଯ୍ୟାତନା ଓ ଗ୍ୟାସ ଦରବୃଦ୍ଧିକୁ ବିରୋଧକରି ମଶାଲ ସ୍ଭାଯାତ୍ର। କରିଥିଲେ ।ଏହି ମହତ କାର୍ଯ୍ୟରେ ଜିଲ୍ଲା ସଭାପତି ଶ୍ରୀ ଚନ୍ଦ୍ର ଶେଖର ପରିଡ଼ା, ବରିଷ୍ଟ କଂଗ୍ରେସ ନେତା ତଥା ପୂର୍ବତନ ସାଂସଦ ରାଧାକାନ୍ତ ଦିଗାଲ, ହେମନ୍ତ କର, ଭିକାରୀ ପାଣିଗ୍ରାହୀ, ପ୍ରେମଚ।ନ୍ଦ୍ ତ୍ରିପାଠୀ, ପୂର୍ବତନ ନଗର ସଭାପତି ଶ୍ରୀ ବସନ୍ତ ପାଢ଼ୀ, ଗୀତାଞ୍ଜଳି କହଁର ସମେତ ଶହ ଶହ ମହିଳା କର୍ମୀ ଏହି ମଶାଲ ଶୋଭାଯାତ୍ର। ରେ ଯୋଗଦେଇଥିଲେ । ଫୁଲବାଣୀ ନଗର କଂଗ୍ରେସ ସଭାପତି ଶିବଶଙ୍କର ବେହେରା ଏହି କାର୍ଯ୍ୟ କ୍ରମ କନ୍ଧମାଳ ଜିଲ୍ଲାର ବାର ଗୋଟି ବ୍ଲକ ଓ ଦୁଇଟି ବିଜ୍ଞାପିତ ଅଞ୍ଚଳ ପରିଷଦ ଜି, ଉଦୟଗିରି ଓ ବାଲିଗୁଡା ଠାରେ ଏହି ଶୋଭାଯ।ତ୍ର। ଆୟଜନ୍ ହେଉଥିବା କଥା ନଗର ସଭାପତି ଶ୍ରୀ ବେହେରା ଗଣ ମାଧ୍ୟମକୁ ଜଣାଇଥିଲେ । ଭବିଷ୍ୟତରେ କେନ୍ଦ୍ର ଓ ରାଜ୍ୟ ସରକାର ଏହାର ଉପରେ କିଛି ପଦକ୍ଷପ ନ ନିଅନ୍ତି , ତାହା ହେଲେ ଏହି ଆନ୍ଦୋଳନ ଜୋର୍ ଦ।ର ହେବ ବଲି କହିଥିଲେ ।
