ଉଚ୍ଚଶିକ୍ଷା ବିଭାଗ

ଭୁବନେଶ୍ୱର ୧୫ ଏପ୍ରିଲ, ୨୦୨୫ବୋର୍ଡ ଅଫ୍ ପ୍ରାକ୍ଟିକାଲ ଟ୍ରେନିଂ (ବିଓପିଟି) (BOPT- Board of Practical Training) ଏବଂ ବିଏଫ୍ଏସ୍‌ଆଇ ସେକ୍ଟର ସ୍କିଲ କାଉନସିଲ ଅଫ୍ ଇଣ୍ଡିଆ, ମୁମ୍ବାଇ (BFSI Sector Skill Council Of India, Mumbai) ସହ ଆଜି ଉଚ୍ଚଶିକ୍ଷା ବିଭାଗର ବୁଝାମଣା ପତ୍ର ସ୍ବାକ୍ଷରିତ ହୋଇଛି।ବୋର୍ଡ ଅଫ୍ ପ୍ରାକଟିକାଲ ଟ୍ରେନିଂ(ବିଓପିଟି)ର ସହଯୋଗରେ ଓଡ଼ିଶାର ୮୭ ଗୋଟି ଶିକ୍ଷାନୁଷ୍ଠାନ ମାନଙ୍କରେ Apprenticeship Embedded Degree Programme(AEDP)ର ପ୍ରଚଳନ କରାଯିବା ସହ ଓଡ଼ିଶା ସରକାରଙ୍କ ଅଧୀନରେ କାର୍ଯ୍ୟରତ ବିଶ୍ୱବିଦ୍ୟାଳୟ ଓ ଶିକ୍ଷାନୁଷ୍ଠାନମାନଙ୍କରେ ଛାତ୍ରଛାତ୍ରୀମାନଙ୍କୁ ଇଣ୍ଟରନସିପ୍‌ ସୁଯୋଗ ପ୍ରଦାନ କରାଯାଇପାରିବ।ବିଏଫ୍ଏସଆଇର ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଶିକ୍ଷାନୁଷ୍ଠାନରେ ଅଧ୍ୟୟନରତ ଛାତ୍ରଛାତ୍ରୀମାନଙ୍କୁ ବ୍ୟାଙ୍କିଙ୍ଗ, ଫାଇନାନ୍ସ ଏବଂ ଇନସୁରାନ୍ସ କ୍ଷେତ୍ରରେ ଶିକ୍ଷା ପ୍ରଦାନ କରାଯିବା ସହ ଏହି ଶିକ୍ଷାକୁ ସମ୍ପୂର୍ଣ୍ଣ ଦେୟମୁକ୍ତ କରାଯିବ ଏବଂ ଏହାର ପ୍ରକୃଷ୍ଟ କ୍ରେଡିଟାଇଜେସନ୍‌ ମଧ୍ୟ କରାଯିବ ଯାହା ଦ୍ୱାରା ଛାତ୍ରଛାତ୍ରୀମାନଙ୍କର ଦକ୍ଷତା ବିକାଶ ହେବା ସହ ଭବିଷ୍ଯତରେ ସେମାନେ ବିଭିନ୍ନ କ୍ଷେତ୍ରରେ ନିଯୁକ୍ତି ସୁଯୋଗ ମଧ୍ୟ ପାଇପାରିବେ।ଆଜିର ଏହି ବୁଝାମଣା ପତ୍ର ସ୍ବାକ୍ଷର ହେବା ସମୟରେ ଉଚ୍ଚଶିକ୍ଷା ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ, ଉଚ୍ଚଶିକ୍ଷା ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀ ଅରବିନ୍ଦ ଅଗ୍ରୱାଲ ପ୍ରମୁଖ ଉପସ୍ଥିତି ଥିଲେ।ଏହି ବୁଝାମଣା ପତ୍ର ସ୍ବାକ୍ଷର ହେବା ଦ୍ୱାରା ବିଶ୍ଵବିଦ୍ୟାଳୟ ଓ ଶିକ୍ଷାନୁଷ୍ଠାନମାନଙ୍କରେ ଅଧ୍ୟୟନରତ ଛାତ୍ରଛାତ୍ରୀମାନଙ୍କର ଦକ୍ଷତା ବିକାଶ ହୋଇପାଇପାରିବ ବୋଲି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ ମତପ୍ରକାଶ କରିଛନ୍ତି।

Leave a Reply

Your email address will not be published. Required fields are marked *