କଂଗ୍ରେସ ପକ୍ଷରୁ କ୍ୟାଣ୍ଡେଲ ସଭାଯାତ୍ରା

କଂଗ୍ରେସ ପକ୍ଷରୁ କ୍ୟାଣ୍ଡେଲ ସଭାଯାତ୍ରା। ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ସ୍ଥିତ ସଦର ଗାନ୍ଧି ମଣ୍ଡପ ଠାରୁ ଲକ୍ଷ୍ମୀ ବଜାର ଛକ ପର୍ଯ୍ୟନ୍ତ ବ୍ଲକ କଂଗ୍ରେସ ପକ୍ଷରୁ ଶାନ୍ତିପୂର୍ଣ ଭାବରେ କ୍ୟାଣ୍ଡେଲ ଶୋଭାଯାତ୍ରା ଆୟୋଜନ କରାଯାଇଥିଲା ପ୍ରଦେଶ କଂଗ୍ରେସ ସଭାପତି ସମ୍ନାନନୀୟ ଶ୍ରୀଯୁକ୍ତ ଭକ୍ତଚରଣ ଦାସ ଙ୍କ ନେତୃତ୍ୱରେ ଏପ୍ରିଲ ୧୫ ତାରିଖ ମଙ୍ଗଳବାର ଦିନ ନାରୀ ନିର୍ଯ୍ୟାତନା ବୃଦ୍ଧି ପ୍ରସଙ୍ଗରେ ରାଜ୍ୟ ବ୍ୟାପୀ କଂଗ୍ରେସ ପକ୍ଷରୁ ମଶାଲ ରାଲି ଡାକରା ଦେଇଥିବା ବେଳେ ନାରୀ ନିର୍ଯ୍ୟାତନା ବୃଦ୍ଧି ପ୍ରସଙ୍ଗ କୁ ନେଇଁ କାଶୀପୁର ବ୍ଲକ ସଦର ଠାରେ ଏକ କ୍ୟାଣ୍ଡେଲ ସଭାଯାତ୍ରା।

ଉକ୍ତ କାର୍ଯ୍ୟକ୍ରମରେ ପୁରୁଷ ଏବଂ ମହିଳା କଂଗ୍ରେସ କର୍ମୀ ନାରୀ ନ୍ୟାୟ ପାଇଁ ଦାବି କରିବା ପ୍ରସଙ୍ଗରେ ମଙ୍ଗଳବାର ଦିନ ଅପରାହ୍ନ ୬ ଘଣ୍ଟା ସମୟରେ ଦୁର୍ଗା ମଣ୍ଡପ ଠାରୁ ଲକ୍ଷ୍ମୀ ବଜାର ଛକ ପର୍ଯ୍ୟନ୍ତ ଏକ କ୍ୟାଣ୍ଡେଲ ଶୋଭାଯାତ୍ରା ଶାନ୍ତି ଶୃଙ୍ଖଳା ର ସହିତ ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମ ରେ ପୂର୍ବତନ ବ୍ଲକ କଂଗ୍ରେସ ସଭାପତି ଅଙ୍ଗଦ ନାଏକ, ରାଜ୍ୟ କିସାନସେଲ ଉପସଭାପତି ପି. ଦେବେନ୍ଦ୍ର ରାଓ, ଭୁବନେଶ୍ୱର ମହାନ୍ତି, ଜିଲ୍ଲା କଂଗ୍ରେସ ସେବାଦଲ ଅଧକ୍ଷ ଅନିଲ ଜେନ, ବିଧାୟକ ପ୍ରତିନିଧି ଜିଝରୁ ମାଝୀ, ଯୋଗେନ୍ଦ୍ର ନାଏକ, ଜିଲ୍ଲା ମହିଳା ସଭାନେତ୍ରୀ ଅମ୍ବିକା ମାଝୀ, ବ୍ଲକ ମହିଳା ସଭାନେତ୍ରୀ ଗୌରୀ ନାଏକ,କାର୍ତିକ ନାଏକ ଓ ଅନ୍ୟ ପ୍ରମୁଖ ଉପସ୍ଥିତ ଥିଲେ।

କାଶୀପୁର ରୁ ରଞ୍ଜନ କୁମାର ବିଡ଼ିକା ଙ୍କ ରିପୋର୍ଟ ତୀର୍ଥେକ୍ଷେତ୍ର

Leave a Reply

Your email address will not be published. Required fields are marked *