କୋହି ଗ୍ରାମ ଶୈବପୀଠରେ ଛଉନୃତ୍ୟ ଉଦ୍ଘାଟନ
ମୟୂରଭଞ୍ଜ ଜିଲ୍ଲା ଅନ୍ତର୍ଗତ କୋହି ଗ୍ରାମର ପୁଣ୍ୟ ପୀଠରେ ବିରାଜମାନ ହୋଇଥିବା ପ୍ରତ୍ୟକ୍ଷ ଦେବ ” ଶ୍ରୀ ଶ୍ରୀ ଜଗତେଶ୍ଵର ମହାଦେବ “ଙ୍କ ପଣା ସଂକ୍ରାନ୍ତି ପାଳନ ପୂର୍ବକ ଐତିହ୍ୟ ପୂର୍ଣ୍ଣ ଛଉ ନୃତ୍ୟ ଉଦ୍ଘାଟିତ ହୋଇଅଛି। ଉକ୍ତ ଉଦ୍ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଶ୍ରୀଯୁକ୍ତ ସନ୍ଦୀପ କୁମାର ଚାନ୍ଦ, ଶିକ୍ଷାବିତ୍ ଅବସର ପ୍ରାପ୍ତ ଅଧ୍ୟକ୍ଷ, ଆଞ୍ଚଳିକ ମହାବିଦ୍ୟାଳୟ,ଗଡ଼ିଆ, ମୁଖ୍ୟବକ୍ତା ଭାବେ ଶ୍ରୀଯୁକ୍ତ ଗୟା ପ୍ରସାଦ ପ୍ରଧାନ ( ରବି ବାବୁ ) ବିଶିଷ୍ଟ ସମାଜସେବୀ,ଓ ସମ୍ମାନନୀୟ ଅତିଥି ଭାବରେ ଶ୍ରୀଯୁକ୍ତ ଘାସିରାମ ବେହେରା, ଶ୍ରୀଯୁକ୍ତ ସୁବୋଧ କୁମାର ବେହେରା, ଶ୍ରୀଯୁକ୍ତ ଅନ୍ତର୍ଯ୍ୟାମୀ ବେହେରା, ଶ୍ରୀଯୁକ୍ତ ମନ୍ମଥ ବେହେରା, ଶ୍ରୀଯୁକ୍ତ ତ୍ରିଲୋଚନ ପଣ୍ଡା,ଅଧ୍ୟକ୍ଷା ଶ୍ରୀଜଗନ୍ନାଥ ଆଦର୍ଶ ସଂସ୍କୃତ ମହାବିଦ୍ୟାଳୟ, ବେଲବରିଆ, ମୟୂରଭଞ୍ଜ ଓ କବିରତ୍ନ ନୂତନ କୁମାର ବେହେରା ଆସନ ଅଳଙ୍କୃତ କରିଥିଲେ। ଉକ୍ତ ଐତିହ୍ୟ ପରମ୍ପରା ସଂସ୍କୃତି ରକ୍ଷାରେ କୋହି ଗ୍ରାମ ମଙ୍ଗଳ କମିଟି ସର୍ବବିଧ ଦାୟିତ୍ଵ ତୁଲାଇ ଆସୁଅଛି। ଉକ୍ତ କମିଟିର ସଭାପତି ଶ୍ରୀଯୁକ୍ତ ଶରତ ଚନ୍ଦ୍ର ଟିପିରିଆ, ଆଜିର ଉଦ୍ଘାଟିତ ଉତ୍ସବରେ ପୌରହିତ୍ୟ କରିଥିଲେ ଓ ସାଧାରଣ ସମ୍ପାଦକ ପଣ୍ଡିତ ମୃତ୍ୟୁଞ୍ଜୟ ବେହେରା,ଅବସର ପ୍ରାପ୍ତ ପ୍ରଧାନ ଆଚାର୍ଯ୍ୟ ମଧ୍ୟ ସମ୍ମାନନୀୟ ଅତିଥି ଭାବରେ ଉପସ୍ଥିତ ହୋଇଥିଲେ। ଶ୍ରୀଯୁକ୍ତ ସୁବୋଧ ବେହେରା, ଶିକ୍ଷାବିତ ତଥା ପୂର୍ବତନ ସମ୍ପାଦକ ମଞ୍ଚ ପରିଚାଳନା କରିଥିଲେ। ମହାଦେବ ମନ୍ଦିରର ପୂଜକ ଶ୍ରୀଯୁକ୍ତ ପ୍ରମିୟ କୁମାର କର, ଶ୍ରୀଯୁକ୍ତ ଦିଲ୍ଲୀପ କୁମାର କରଙ୍କ ସହିତ ପରିଚାଳନା କମିଟି ତଥା ପାଟ ବକ୍ତାମାନେ ଉପସ୍ଥିତ ହୋଇଥିଲେ। ଛଉ ନୃତ୍ୟ ଉଦ୍ଘାଟନ ପର୍ବ ପରେ ପରେ ” ବାବା ଶିବଶକ୍ତି ଛଉ ନୃତ୍ୟ ପ୍ରତିଷ୍ଠାନ, କୋହି ଓ ଶୁଳିଆପଦା ବ୍ଲକ୍ ଅନ୍ତର୍ଗତ ମୁଣ୍ଢାକଟା ଛଉ ନୃତ୍ୟ ପ୍ରତିଷ୍ଠାନ ଦ୍ବାରା ନୃତ୍ୟ ପରିବେଷଣକରା ଯାଇଥିଲା। ପୂଜ୍ୟପୂଜାରେ କୋହି ଗ୍ରାମ ମଙ୍ଗଳ କମିଟି ତରଫରୁ ଗ୍ରାମର ବୟୋଜ୍ୟେଷ୍ଠ ଶ୍ରୀଯୁକ୍ତ ସୁଦର୍ଶନ ବେହେରା ଓଶ୍ରୀଯୁକ୍ତ ଅନିରୁଦ୍ଧ ବେହେରା ଦ୍ଵୟଙ୍କୁ ଉତ୍ତରୀୟ ଓ ପୁଷ୍ପମାଲ୍ୟ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରା ଯାଇଥିଲା ସଭା ମଞ୍ଚରେ ବରେଣ୍ୟ ମୁଖ୍ୟ ଅତିଥିଙ୍କ ଦ୍ବାରା।

ଉକ୍ତ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଅଧିକ ସରସ ସୁନ୍ଦର କରିବା ପାଇଁ ପରିଚାଳନାରେ ଗ୍ରାମ ଯୁବଗୋଷ୍ଠୀ ଶ୍ରୀଯୁକ୍ତ ମନୋରଞ୍ଜନ ବେହେରା, ଶ୍ରୀଯୁକ୍ତ ସବିକାନ୍ତ ବେହେରା,ଶ୍ରୀଯୁକ୍ତ ବୁଦ୍ଧେଶ୍ବର ବେହେରା ଶ୍ରୀଯୁକ୍ତ ଜଗଦୀଶ ବେହେରା, ଓ ଶ୍ରୀଯୁକ୍ତ ଚଣ୍ଡି ପାତ୍ର ପ୍ରମୁଖ ବ୍ୟକ୍ତିଙ୍କ ଅତିରିକ୍ତ ସହଯୋଗ କରିଛନ୍ତି ଓ ସମସ୍ତ ଗ୍ରାମବାସୀଙ୍କ ଆର୍ଥିକ ଅନୁଦାନରେ ଏହି ସାର୍ବଜନୀନ ଅନୁଷ୍ଠାନ ପ୍ରତିବର୍ଷ ସୁଚାରୁ ରୂପେ ପାଳିତ ହେଉଅଛି। ଦୀର୍ଘ ଶତାବ୍ଦୀରୁ ପାଳିତ ହୋଇ ଆସୁଥିବା ପଣା ସଂକ୍ରାନ୍ତି ଓ ଓଡ଼ିଆ ନୂଆବର୍ଷ ପୂର୍ବବତ୍ ଶାନ୍ତି ଶୃଙ୍ଖଳାର ସହିତ ପାଳିତ ହୋଇଛି। ସହସ୍ର ସହସ୍ର ସଂଖ୍ୟାରେ ଶ୍ରଦ୍ଧାଳୁ ଭକ୍ତ,ଭକ୍ତା,ଓ ଦର୍ଶନମାନେ ଆସି ବାବା ଜଗତେଶ୍ଵରଙ୍କ ପୂଣ୍ୟପୀଠକୁ ପୂଜା ଅର୍ଚ୍ଚନା କରିବା ସହିତ ରାତ୍ରିରେ ଛଉ ନୃତ୍ୟ ମନ ଭରି ଉପଭୋଗ କରିଥାନ୍ତି। କୋହି ଗ୍ରାମର ଭାଇଚାରା ତଥା ବନ୍ଧୁ ମିଳନର ଏ ପର୍ବ ସମାଜକୁ ମଧୁମୟ କରିବାରେ ସଦା ପ୍ରୟାସ କରି ଆସୁଛି।ପଣା ସଂକ୍ରାନ୍ତି ପାଳନ ଓ ଛଉନୃତ୍ୟ ପରିବେଷଣ ପାଇଁ କୋହି ଗ୍ରାମ ମୋରଡ଼ା ବ୍ଲକ୍ ତଥା ମୟୂରଭଞ୍ଜ ଜିଲ୍ଲାରେ ବେଶ୍ ସୁପରିଚିତ। ଏହା ଶ୍ରୀ ଶ୍ରୀ ଜଗତେଶ୍ଵରଙ୍କ ଅପାର କରୁଣାର ପ୍ରତ୍ୟକ୍ଷ ପ୍ରମାଣ ଦେଇ ଆସୁଛି ବୈଶାଖ ମାସରପହିଲି ଦିଏ ଏ ପଣା ସଂକ୍ରାନ୍ତି।ବହୁକାଳରୁ ଜନ ଜୀବନରେ ଆଧ୍ୟାତ୍ମିକ ଚେତନାକୁ ଜାଗ୍ରତ କରି ରଖିଛି।
