ଦୁର୍ଘଟଣା ରେ ୩ ଆହତ
ହିଞ୍ଜିଳିକାଟୁ:-୧୬/୦୪ ୫୯ ନଂ ଜାତୀୟ ରାଜପଥ ତଥା ହିଞ୍ଜିଳି ଥାନା ଜଳସମ୍ପଦ କାର୍ଯ୍ୟାଳୟ ସମ୍ମୁଖରେ ଦୂର୍ଘଟଣା ଘଟି ୩ ଜଣ ଆହତ ହୋଇଛନ୍ତି। ଆହତ ମାନେ ହେଲେ ଅଟୋ ଚାଳକ ହିଞ୍ଜିଳି ଥାନା ପୋଚିଲିମା ଗ୍ରାମର ସନ୍ତୋଷ ଦାସ (୨୬), ସାଥି ରଞ୍ଜନ ଦାସ (୨୯) ଓ ସ୍କୁଟି ଚାଳକ ଗୋଳନ୍ଥରା ଗ୍ରାମର ଟୁନା ମହାନ୍ତି (୩୨) । ଖବର ପାଇ ହିଞ୍ଜିଳି ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସନ୍ତୋଷ ଓ ରଞ୍ଜନଙ୍କ ଅବସ୍ଥା ଗୁରୁତର ଥିବାରୁ ପ୍ରାଥମିକ ଚିକିତ୍ସା ପରେ ସେମାନଙ୍କୁ ଅଧିକ ଚିକିତ୍ସା ପାଇଁ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି। ଦୂର୍ଘଟଣାଗ୍ରସ୍ତ ଉଭୟ ଗାଡିକୁ ଜବତ କରି ପୁଲିସ ଘଟଣାର ତଦନ୍ତ ଚଳାଇଛି। ଖବର ଲେଖା ହେବା ସୁଦ୍ଧା ଘଟଣା ନେଇ ହିଞ୍ଜିଳି ଥାନାରେ ଅଭିଯୋଗ ହୋଇନଥିବା ଥାନା ସୂତ୍ରରୁ ପ୍ରକାଶ। ବୁଧବାର ଅପରାହ୍ନରେ ପୋଚିଲିମା ଠାରୁ ଏକ ମାଲ ପରିବହନକାରୀ ଅଟୋ ହିଞ୍ଜିଳିକାଟୁ ଅଭିମୁଖେ ଆସୁଥିଲା। ଅଟୋ ପଛପଟୁ ଆସୁଥିବା ଏକ ସ୍କୁଟି () ଅଟୋକୁ ଅତିକ୍ରମ କରୁଥିବା ବେଳେ ହଠାତ୍ ଅଟୋଟି ଦକ୍ଷିଣ ଭାଗକୁ ବୁଲା ଦେବାରୁ ଅଟୋ ପ୍ବାର୍ଶ ସହ ସ୍କୁଟି ଧକ୍କା ଘଟିଥିଲା। ଦୂର୍ଘଟଣାରେ ଅଟୋଟି ରାସ୍ତା ପ୍ବାର୍ଶ୍ବକୁ ଓଲଟି ପଡିବା ସହ ରାସ୍ତା ମଧ୍ୟସ୍ଥ ମେଡିୟାନକୁ ସ୍କୁଟି ଧକ୍କା ଦେଇଥିଲା। ଦୂର୍ଘଟଣାରେ ଅଟୋ ଚାଳକ, ସାଥି ସହ ସ୍କୁଟି ଚାଳକ ଗୁରୁତର ଆହତ ହୋଇଥିଲେ।
