କଳିଙ୍ଗନଗରରେ ଲକ୍ଷେଶ୍ୱର ମୋଟର୍ସର ନୂତନ ଷ୍ଟୋର ଶୁଭାରମ୍ଭ*

କଳିଙ୍ଗ ନଗରରେ ଶିଳ୍ପାଞ୍ଚଳ ଅଭିବୃଦ୍ଧିକୁ ନେଇ ଏଠାରେ ବିପୁଳ ମାତ୍ରାରେ ଭାରିଯାନ ଚଳାଚଳ କରୁଛି l ଏହି ଭାରିଯାନ ଅଚଳାବସ୍ଥା ସମୟରେ ଗାଡ଼ି ମାଲିକ ମାନେ ଏଗୁଡ଼ିକୁ ସଚଳ ନିମନ୍ତେ ଅନେକ ଗୁଡ଼ିଏ ପାର୍ଟସ ଦୋକାନକୁ ବା ଦୂର ସ୍ଥାନକୁ ଯିବାକୁ ପଡ଼େ l ତେଣୁ ତାଙ୍କ ସମସ୍ୟା କୁ ଦୃଷ୍ଟିରେ ରଖି କଳିଙ୍ଗ ନଗର ମିଲିଟାରୀ ଛକରେ ଲକ୍ଷେଶ୍ୱର ମୋଟର୍ସର ତରଫରୁ ଟାଟା ଜେନୁଇନ୍ ପାର୍ଟସ୍ ଶୁଭାରମ୍ଭ ହୋଇଯାଉଛି l ଟାଟା ମୋଟର୍ସ ବାଣିଜ୍ୟିକ ଯାନ ପାଇଁ ଟାଟା ଜେନୁଏନ୍ ପାର୍ଟସ୍ ମୂଳ ଯନ୍ତ୍ରପାତି ନିର୍ମାତାର ଅଂଶ ପ୍ରଦାନ କରି ସଠିକ୍ ମାନଦଣ୍ଡ ପୂରଣ ପାଇଁ ଡିଜାଇନ୍ ଉତ୍ପାଦନ କରେ l ଏହି ଉତ୍ପାଦିତ ଅଂଶ ଗୁଡିକର ଗୁଣବତ୍ତା, ନିର୍ଭର ଯୋଗ୍ୟତା ଏବଂ ସ୍ଥାୟୀତ୍ୱ ପାଇଁ ଖୁବ୍ ଜଣାଶୁଣା l ଯାହା ଗାଡି ଗୁଡିକର କାର୍ଯ୍ୟଦକ୍ଷତା ଏବଂ ଦୀର୍ଘାୟୁତାକୁ ସୁନିଶ୍ଚିତ କରାଇ ଥାଏ |  ଟାଟା ଜେନୁଇନ୍ ପାର୍ଟସ୍ ବିଭିନ୍ନ ପ୍ରକାରର ଅଂଶ ପ୍ରଦାନ କରେ ଯାହା ତାର ୱାରେଣ୍ଟି ଦ୍ୱାରା ବ୍ୟବସାୟୀଙ୍କୁ ଆଗକୁ ବଢାଇବା ସହ ସର୍ଭିସ୍ ଷ୍ଟେସନରରେ ମେକାନିକଙ୍କ ପସନ୍ଦ ମଧ୍ଯ ହୋଇଥାଏ | ଏହି ଆଶା ଓ ଭରଷା ନେଇ ଏହାର ପ୍ରୋପାଇଟର ନିରକାର ସାହୁ ଓ ଭଗବାନ ସାହୁ ଏହାକୁ ଖୋଲିଛନ୍ତି l ତେବେ ଏହାର ଶୁଭ ଉନ୍ମୋଚନ ଏହି କମ୍ପାନୀର ଏ.ପି.ଏମ୍. ମାରିକ୍ ବର୍ମା, ସାମଲ୍ ମୋଟର୍ସର ଏଫ୍.ଏଚ୍. ବିଜୟ ଚିନେରା, ଏ.ଏସ୍‌.ଏମ୍. ରାଜେନ୍ଦ୍ର ପ୍ରସାଦ ଉପସ୍ଥିତ ରହି ଏହାକୁ ଉଦ୍ଘାଟନ କରିଥିଲେ l

ଯାଜପୁର କଳିଙ୍ଗନଗର ରୁ ଜ୍ୟୋତି ପ୍ରକାଶ ଭୂୟାଁ ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *