କେଉଁ ସ୍ୱାର୍ଥରେ କୋଣାର୍କ ଛାଡ଼ୁ ନାହାଁନ୍ତି ଯନ୍ତ୍ରୀ

କେଉଁ ସ୍ୱାର୍ଥରେ କୋଣାର୍କ ଛାଡ଼ୁ ନାହାଁନ୍ତି ଯନ୍ତ୍ରୀ। କାର୍ଯ୍ୟାଳୟରେ ଜମାଉଛନ୍ତି ମଦ ଆସର

କୋଣାର୍କ – ଆଜ୍ଞା ଭଲସେ ଚିହ୍ନି ନିଅନ୍ତୁ ଏହି ବ୍ୟକ୍ତିଙ୍କୁ, ଇଏ ହେଲେ କୋଣାର୍କ ୱାଟକୋ କାର୍ଯ୍ୟାଳୟ ସହକାରୀ ପରିଚାଳକ ଦୀପ୍ତି ରଞ୍ଜନ ପାତ୍ର। ଦୀର୍ଘ ୧୦ବର୍ଷ ହେବ କୋଣାର୍କରେ ରହି ଅନେକ ଅନିୟମିତତା କାର୍ଯ୍ୟରେ ନିୟୋଜିତ ଥିବା ନେଇ ଅନେକ ଅଭିଯୋଗ ହୋଈ ଆସୁଛି। ଏନେଇ ମଧ୍ଯ ଗଣ ମାଧ୍ୟମରେ ପ୍ରଚାର ପ୍ରସାର ହୋଈଛି। ବାବୁଙ୍କ କୁକର୍ମଙ୍କ ଯୋଗୁଁ ଏଠାରୁ ବିଦା ହେଲା ପରେ ମଧ୍ଯ କି ପ୍ରେମ ମହୁ ଗଳୁଛି କୋଣାର୍କ ଛାଡ଼ୁ ନାହାଁନ୍ତି। ଦୈନିକ ସୁରା ପାନ ବାବୁଙ୍କ ଏକ କୁଅଭ୍ୟାସ। ବଳଦି ପରେ ମଧ୍ଯ ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁଁ ନିବେଦନ କରି ଦୁଇ ମାସ ରହିଛନ୍ତି। କୋଣାର୍କ ଅଞ୍ଚଳର ବିଭିନ୍ନ ଗ୍ରାମକୁ ପାନୀୟ ଜଳ ଠିକ୍ ସେ ମିଳି ପାରୁ ନଥିବା ବେଳେ ବାବୁ କାର୍ଯ୍ୟସ୍ଥଳିରେ ଦିନ ଦିପ୍ରହରେ ସୁରା ପାନ କରି ନିଶାସକ୍ତ ଅବସ୍ଥାରେ ରହୁଛନ୍ତି। ବଦଳି ହେବା ପରେ ମଧ୍ଯ କାହା ଛତ୍ରଛାୟା ତଳରେ ରହି ବାବୁ କୋଣାର୍କ ଛାଡ଼ୁ ନାହାଁନ୍ତି? କଣ ରହିଛି ସବୁ ମୂଖ୍ୟ ଉଦ୍ଦେଶ୍ୟ ? କାହା ପ୍ରେମରେ ଛାଡ଼ୁ ନାହାଁନ୍ତି କୋଣାର୍କ ? ଏଥି ପ୍ରତି ରାଜ୍ୟ ସରକାର ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି।।

Leave a Reply

Your email address will not be published. Required fields are marked *