କୋର୍ଟ ବିରୋଧ ପ୍ରଦର୍ଶନ

ପୁରୀର ସମସ୍ତ କୋର୍ଟ ବାଲୁଖଣ୍ଡ ଅଭୟାରଣ୍ୟକୁ ସ୍ଥାନାନ୍ତରଣ ପ୍ରକ୍ରିୟା ବିରୁଦ୍ଧରେ ପୁରୀ ବାର ଆସୋସିଏସନ୍ ର ଗୁରୁତ୍ବପୁର୍ଣ ବୈଠକ ଆଜି ଅନୁଷ୍ଠିତ ହୋଇଛି।ବାର ଆସୋସିଏସନ୍ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ lମିଳିତ ବୈଠକରେ ସମସ୍ତ ରାଜନୈତିକ ଦଳ,ଲୋକ ପ୍ରତିନିଧି,ବିଭିନ୍ନ ସଂଘ,ଯାଗା,ଆଖଡ଼ା,ଶ୍ରୀମନ୍ଦିର ସେବାୟତ ନିଯୋଗ ,ସାମାଜିକ କର୍ମୀ ଯୋଗ ଦେଇଥିଲେ।

ବାର ଆସୋସିଏସନ୍ ସଭାପତି ପ୍ରେମାନନ୍ଦ ମହାନ୍ତି ,ସମ୍ପାଦକ ଶରତ ରାୟଗୁରୁ,ପୂର୍ବତନ କେନ୍ଦ୍ର ମନ୍ତ୍ରୀ ବ୍ରଜ କିଶୋର ତ୍ରିପାଠୀ,ପୂର୍ବତନ ବିଧାୟକ ଉମାବଲ୍ଲଭ ରଥ ,ପୂର୍ବତନ ପୌର ଅଧ୍ୟକ୍ଷ ସୁରେନ୍ଦ୍ରନାଥ ଦାଶ,ବିଶ୍ଵନାଥ ରାଓ ପ୍ରମୁଖ ନିଜ ବକ୍ତବ୍ୟରେ ସମସ୍ତ କୋର୍ଟ ସ୍ଥାନାନ୍ତରଣ ବର୍ତ୍ତମାନ ପରିସ୍ଥିତିରେ କୌଣସି ଆବଶ୍ୟକତା ନଥିବାରୁ କହିଥିଲେ।ଏହା ସତ୍ତ୍ୱେ ସ୍ଥାନାନ୍ତରଣ ହେଲେ ତୀବ୍ର ବିରୋଧ ସହ ଆବଶ୍ୟକ ପଡିଲେ ପୁରୀ ବନ୍ଦ କରାଯିବ ବୋଲି ମତ ପ୍ରକାଶ ପାଇଛି।

Leave a Reply

Your email address will not be published. Required fields are marked *