ହିତାଧିକାରୀଙ୍କ ଗୃହ ପରିଦର୍ଶନ କଲେ ରାଜ୍ୟପାଳ

ପୁରୀ ୧୯/୪ ରାଜ୍ୟପାଳ ଡ.ହରି ବାବୁ କମ୍ଭମପାଟି ଆଜି ପୁରୀ ଜିଲ୍ଲାର ବିଭିନ୍ନ ଉନ୍ନୟନ ମୂଳକ ଯୋଜନା ର ସମୀକ୍ଷା ସହ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ହିତାଧିକାରୀଙ୍କ ଗୃହ ପରିଦର୍ଶନ କରିଥିଲେ।ପ୍ରଥମେ ବୀର ହରେକୃଷ୍ଣପୁର ଗ୍ରାମ ଗସ୍ତ କରି ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଗ୍ରାମୀଣ ର ହିତାଧିକାରୀ ସରୋଜିନୀ ନାୟକ ଓ ସୀତା ପଣ୍ଡାଙ୍କ ଗୃହ ପରିଦର୍ଶନ ସହ ସେମାନଙ୍କ ସହ ବାର୍ତ୍ତାଳାପ କରିଥିଲେ ରାଜ୍ୟପାଳ।ସେହିପରି ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସହରାଞ୍ଚଳର ସୁଭାଷ ବୋଷ ଛକ ସ୍ଥିତ ବୈଷ୍ଣବୀ ଦେବୀ କଲୋନୀ ର ରେଣୁବାଳା ପଣ୍ଡା ଓ ରାଧାମଣୀ ଦେବନାଥ ଙ୍କ ଗୃହ ପରିଦର୍ଶନ ସହ ସେମାନଙ୍କ ସହ ବାର୍ତ୍ତାଳାପ କରିଥିଲେ।ଏହି ଗସ୍ତ ସମୟରେ ପୁରୀ ଲୋକସଭା ସାଂସଦ ଡା ସମ୍ବିତ ପାତ୍ର, ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ ଡ. ଶରତ ଚନ୍ଦ୍ର ମହାପାତ୍ର, ଅତିରିକ୍ତ ଜିଲ୍ଲାପାଳ ପ୍ରୋଟୋକଲ ନିଳମାଧବ ଭୋଇ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରିୟରଞ୍ଜନ ପୃଷ୍ଟି, ସଦର ବିଡ଼ିଓ ସମ୍ବିତ କୁମାର ଶତପଥୀ,ଗ୍ରାମୀଣ ଆବାସର ପ୍ରୋଜେକ୍ଟ ମ୍ୟାନେଜର ରୋଜାଲିନ ପଣ୍ଡା, ଓରମାସ ସିଇଓ ଭକ୍ତି ଲତା ପଟ୍ଟନାୟକ,ପୁରୀ ପୌରାଞ୍ଚଳ ନିର୍ବାହୀ ଯନ୍ତ୍ରୀ ଦେବବ୍ରତ ଷଡ଼ଙ୍ଗୀ, ସିଇଓ ରେସମା ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *