କାମାକ୍ଷାନଗର ସାମ୍ବାଦିକ ସଂଘ ତରଫରୁ-ଜାତୀୟ ପ୍ରେସ ଦିବସ ପାଳିତ
କାମାକ୍ଷାନଗର– କାମାକ୍ଷାନଗର ସାମ୍ବାଦିକ ସଙ୍ଘ ତରଫରୁ ଜାତିୟ ପ୍ରେସ ଦିବସ ପାଳିତ ହୋଇଯାଇଛି। ସଂଘର ସମସ୍ତ ସଦସ୍ୟମାନେ ସଂଘ କାର୍ଯ୍ୟାଳୟରେ ଏକତ୍ରିତ ହୋଈ ଏକ ବୈଠକ ଅନୁଷ୍ଠିତ ହୋଇଥିଲା।ଆଜିର ଦିନରେ ସମାଜରେ ସାମ୍ବାଦିକ ଭୂମିକା ଗୁରୁତ୍ବପୂର୍ଣ ଅଟେ।ଏବିଷୟରେ ଏକ ଆଲୋଚନା କରାଯାଇଥିଲା।ବିଭିନ୍ନ ପ୍ରକାର ପ୍ରତିକୂଳ ପରିସ୍ଥିତି ମଧ୍ୟରେ ସାମ୍ବାଦିକ ମାନେ ବିପଦପୂର୍ଣ ଭାବେ ଖବର ପ୍ରଶାରଣ କରି ସରକାରଙ୍କ ଠାରେ ସମସ୍ୟାକୁ ପହଞ୍ଚାଇବାରେ ପ୍ରମୂଖ ମାଧ୍ୟମ ପାଲଟିଛନ୍ତି।ପରେ କାମାକ୍ଷାନଗର ଉପଖଣ୍ଡ ଚିକିତ୍ସାଳୟକୁ ଯାଇ ସେଠାରେ ମେଡିକାଲର ବିଭିନ୍ନ ସମସ୍ୟା ସଂପର୍କରେ ବୁଲି ଦେଖିବା ସହ SDMO ଙ୍କ ସହ ଆଲୋଚନା କରିଥିଲେ।କାମାକ୍ଷାନଗର ବିଡିଓ ବିକାଶ କୁମାର ମାହାନ୍ତି ଓ ସଂଘର ସମସ୍ତ ସଦସ୍ୟ ମିଳିତ ଭାବେ ମେଡିକାଲରେ ଥିବ ସମସ୍ତ ରୋଗିଙ୍କୁ ଫଳ ଓ ସୁଖିଲା ଖାଦ୍ୟ ବଣ୍ଟନ କରିଥିଲେ।ଏହି କାର୍ଯ୍ୟକ୍ରମରେ ସଂଘର ସଭାପତି ଅକ୍ଷୟ କୁମାର ନନ୍ଦ,ସଂପାଦକ ସୈାମେନ୍ଦ୍ର ସାହୁ,ସହ ସଂପାଦକ କାହ୍ନୁ ସାହୁ,ମନୋଜ କୁମାର ସାହୁ,ଶୁଭ୍ରାଶୁଂ ମାହାନ୍ତି,ପ୍ରତାପ କୁମାର ସାହୁ,ଶିବାନି ମିଶ୍ର,ବିନୋଦ ବିହାରୀ ସେଠି, ହୃଦୟ ବଲ୍ଲବ ମିଶ୍ର,କ୍ଷିରୋଦ କୁମାର ସାହୁ,ସରୋଜ କାନ୍ତ ବେହେରା ସମେତ ସମସ୍ତସଭ୍ୟ ଉପସ୍ଥିତ ଥିଲେ।
ରିପୋର୍ଟ- ପ୍ରକାଶ କୁମାର ପାତ୍ର।
