ଭାବ ନୈବେଦ୍ୟ’ର ଶୁଭ ଉନ୍ମୋଚନ ଓ ଆଲୋଚନା ସଭା ବିପିନ ବିହାରୀ ଦଳାଇଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି।

ପୁରୀ:୨୦/୪: ଆଜି ଅପରାହ୍ନରେ ବଳଗଣ୍ଡି ଭକ୍ତ ସାଲବେଗ ପୀଠ ସଭାଗୃହରେ ପ୍ରିୟପତ୍ର ପକ୍ଷରୁ ଶ୍ରୀମତୀ ରେଣୁକା ମିଶ୍ରଙ୍କ ରଚିତ କବିତା ସଙ୍କଳନ ‘ଭାବ ନୈବେଦ୍ୟ’ର ଶୁଭ ଉନ୍ମୋଚନ ଓ ଆଲୋଚନା ସଭା ବିପିନ ବିହାରୀ ଦଳାଇଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ ଡକ୍ଟର କୈଳାସ ଚନ୍ଦ୍ର ଟିକାୟତରାୟ, ଡକ୍ଟର ହେମନ୍ତ କୁମାର ଛୋଟରାୟ, ବିଜୟ କୁମାର ପଣ୍ଡା, ଶିବ ସୁନ୍ଦର ମିଶ୍ର, ବିଜୟଲକ୍ଷ୍ମୀ ଦାଶ ମିଶ୍ର, ରଘୁନାଥ ମହାପାତ୍ର ପ୍ରମୁଖ ବିଶିଷ୍ଟ ଅତିଥି ଭାବରେ ଯୋଗଦେଇ ସଙ୍କଳନ ‘ଭାବ ନୈବେଦ୍ୟ’କୁ ଉନ୍ମୋଚନ କରିଥିଲେ। ପରେପରେ ଉପସ୍ଥିତ କବି ଓ ସାହିତ୍ୟ ପ୍ରେମୀ ଉକ୍ତ ସଙ୍କଳନରୁ କବିତା ଆବୃତ୍ତି କରିଥିଲେ। ପ୍ରିୟପତ୍ର ର ସମ୍ପାଦକ ବିପିନ ବିହାରୀ ଦଳାଇ ଅତିଥି ମାନଙ୍କୁ ସ୍ୱାଗତ କରିଥିଲେ। ପ୍ରିୟପତ୍ରର ଉପଦେଷ୍ଟା ଡକ୍ଟର କୈଳାସ ଚନ୍ଦ୍ର ଟିକାୟତରାୟ ଏହି ଉତ୍ସବରେ ସଭାପତିତ୍ବ କରିଥିବା ବେଳେ ଲେଖିକା ଶ୍ରୀମତୀ ରେଣୁକା ମିଶ୍ର ନିଜ ବକ୍ତବ୍ୟ ରଖିବା ସହିତ ଅତିଥିମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ସୁଶ୍ରୀ କ୍ରିଷ୍ଣା ମହାପାତ୍ର, ଅନୁପମା ପଣ୍ଡା, ଏବଂ ସୁକାନ୍ତ ପଣ୍ଡା। ଅନ୍ୟମାନଙ୍କ ମଧ୍ୟରେ ଅବନୀଶ ରଥ, ବଳଭଦ୍ର ପୂଜାପଣ୍ଡା, ବଳଭଡକ୍ଟର ଅଶୋକ କୁମାର ମିଶ୍ର, ଜାନକୀ ବଲ୍ଲଭ ଦାଶ, ଅଶୋକ ମହାନ୍ତି, ମହେଶ୍ୱର ଜେନା, ଉମାକାନ୍ତ ମହାପାତ୍ର, ବଳଭଦ୍ର ଉମେଶ ଦାସ, ଆଷାଲତା ପ୍ରଧାନ, ଅନାମ ସାହୁ, ସହଦେବ ସାହୁ, ସଦାଶିବ ମିଶ୍ର, ରାମେଶ୍ବରୀ ସାମନ୍ତରାୟ, ଚନ୍ଦ୍ରମଣି ଦାସ, ରଚିତା ରାଉତରାୟ, ଚାରୁଲତା ମିଶ୍ର, ମୀନାକ୍ଷୀ ମିଶ୍ର, ମଞ୍ଜୁଶ୍ରୀ ରଥ, ନିବେଦିତା ସାହୁ , ଯୋଗେଶ୍ଵର ନାୟକ, ସତ୍ୟଭାମା ନାୟକ ଯୋଗଦେଇଥିଲେ। ଶେଷରେ ସମ୍ପାଦକ ବିପିନ ବିହାରୀ ଦଳାଇ ଧନ୍ୟବାଦ ଅର୍ପଣ କରିଥିଲେ।।

Leave a Reply

Your email address will not be published. Required fields are marked *