ଶିଶୁକନ୍ୟାକୁ କିନ୍ନର ଚୋରୀ କରିନେବା ଘଟଣା
ତିନି ଦିନ ତଳେ ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ଅଞ୍ଚଳରୁ ୫ବର୍ଷର ଶିଶୁକନ୍ୟାକୁ କିନ୍ନର ଚୋରୀ କରିନେବା ଘଟଣା l ଅପହରଣ ହେବାର ତିନି ଦିନ ପରେ ଆଜି ଶିଶୁକନ୍ୟାକୁ ଯାଜପୁର ରୋଡ ଥାନା କାଚହୁଡ଼ି ସାହିରୁ ଉଦ୍ଧାର କରାଯାଇଛି l ଶିଶୁଟିକୁ ଜଣେ ଛଦ୍ମବେଶୀ କିନ୍ନର ପୁରୁଷଙ୍କ ଠାରୁ ଜବତ କରିଛନ୍ତି ଯାଜପୁର ରୋଡ କିନ୍ନର ସଂଘ ଶାନ୍ତି ସେନାର କର୍ମକର୍ତ୍ତା ମାନେ l ସୂଚନା ମୁତାବକ ତିନି ଦିନ ତଳେ ଠାକୁରମୁଣ୍ଡା ବସଷ୍ଟାଣ୍ଡରୁ ୫ବର୍ଷର ଶିଶୁକନ୍ୟାକୁ ଲିପୁ ନାୟକ ନାମକ ଛଦ୍ମବେଶୀ କିନ୍ନର ଅପହରଣ କରି ଆଣି ଯାଜପୁର ରୋଡ ଅଞ୍ଚଳରେ ରଖିଥିଲେ। ତେବେ ଚୋରୀ ସମୟର ସିସିଟିଭି ଫୁଟେଜର ଭିଜୁଆଲ ଠାକୁରମୁଣ୍ଡା ପୋଲିସ ସାର୍ବଜନୀନ କରିଥିଲା। ଏଥିସହ ଶିଶୁକନ୍ୟାର ମାର ଅଭିଯୋଗ ଅନୁଯାୟୀ ପୋଲିସ ମାମାଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଥିଲା। କିନ୍ନର ସଂଘର ସହଯୋଗ କ୍ରମେ ଅପହରକାରୀ ଲିପୁ ନାୟକ ଓ ତାର ଅନ୍ୟ ଜଣେ ସହଯୋଗୀଙ୍କୁ ଯାଜପୁର ରୋଡ ପୋଲିସ ଥାନାରେ ଅଟକ ରଖି ପଚରାଉଚରା କରୁଥିବା ଜଣାପଡ଼ିଛି l ସେପଟେ କିନ୍ନର ସଙ୍ଘ ସଭାପତି କାଜଲ ନାୟକ କହିଛନ୍ତି ଏଭଳି ଘଟଣା ଶୁଣିବା ପରେ ଆମକୁ ବହୁତ ଖରାପ ଲାଗିଥିଲା l ଏଥିସହିତ ଏହି ଘଟଣାର ପର୍ଦାଫାର୍ସ କରିବା ପାଇଁ ଆମ ସଙ୍ଘର ସଦସ୍ୟ ମାନେ ବିଭିନ୍ନ ସ୍ଥାନରେ ଖୋଜା ଖୋଜି କରିବା ପରେ କାଚହୁଡ଼ି ସାହିରୁ କିନ୍ନର ବେଶରେ ଛଦ୍ମବେଶି ଯୁବକ ଦୁଇଜଣଙ୍କୁ ଧରିବାରେ ସଫଳ ହେଇଥିଲୁ l ତେବେ ରାଜ୍ୟରେ ଯେଉଁ ବ୍ୟକ୍ତି ମାନେ କିନ୍ନର ଭେଷରେ ଏଭଳି ଘୁର୍ଣ୍ଣ କାର୍ଯ୍ୟ କରୁଛନ୍ତି ଚିହ୍ନ୍ନିଟ କରି କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦାବୀ କରିଛନ୍ତି କାଜଲ l ଯାଜପୁର ରୋଡ଼ ଥାନାରେ ପହଁଚିଲେ ଠାକୁରମୁଣ୍ଡା ପୋଲିସ, ଛଦ୍ମବେସି କିନ୍ନର ଦ୍ୱାରା ଶିଶୁକନ୍ୟା ନିଖୋଜ ଘଟଣାର ଆରମ୍ଭ କଲେ ତଦନ୍ତ । ଯାଜପୁର ରୋଡ଼ ଥାନା ଅଧିକାରୀ ଉଦ୍ଧାର ଶିଶୁକନ୍ୟାକୁ ଠାକୁରମୁଣ୍ଡା ଓ.ଆଇ.ସି ସାବିତ୍ରୀ ଦଳାଇଙ୍କୁ ହସ୍ତାନ୍ତର କରିଛନ୍ତି l ସେପଟେ ଠାକୁରମୁଣ୍ଡା ଓ.ଆଇ.ସି କହିଛନ୍ତି ଯେ ଘଟଣାର ତଦନ୍ତ ଚାଲିଛି, ତଦନ୍ତ ପରେ ସମସ୍ତ ଘଟଣା ସାମ୍ନାକୁ ଆସିବ ଓ ମା କୋଳକୁ ଶିଶୁ କନ୍ୟାଟି ଫେରିବ l
ଯାଜପୁର ବ୍ୟାସନଗର ରୁ ଜ୍ୟୋତି ପ୍ରକାଶ ଭୂୟାଁ ଙ୍କ ରିପୋର୍ଟ ତୀର୍ଥକ୍ଷେତ୍ର Live
