ବଂଶଧାରା ନଦୀରେ ଛଡାଗଲା ୭.୫ ଲକ୍ଷ ମାଛ ଯାଆଁଳ

ରାୟଗଡା-୨୧/୪-ଜିଲ୍ଲା ମତ୍ସ୍ୟ ବିଭାଗ ତରଫରୁ ବଂଶଧାରା ନଦୀରେ ୭ ଲକ୍ଷ ୫୦ ହଜାର ମାଛ ଯାଆଁଳା ଛଡ଼ାଯାଇଛି l ଏଥିରେ ମୁଖ୍ୟ ଅତିଥି ଭାବେ ଗୁଣପୁର ବିଧାୟକ ଶ୍ରୀ ସତ୍ୟଜିତ ଗମାଙ୍ଗ ଯୋଗଦେଇଥିଲେ ଏବଂ ଅନ୍ୟ ଅତିଥିମାନଙ୍କ ମଧ୍ୟରେ ସରପଞ୍ଚ, ଶ୍ରୀମତୀ ମେନକା ସବର, ଏମ.ବି.କେ, ସି.ଆର.ପି, ରାମନାଗୁଡ଼ା, ରାମନାଗୁଡ଼ା ବ୍ଲକର ବିଭିନ୍ନ ମହିଳା ସ୍ୱୟଂ ସହାୟକ ଗୋଷ୍ଟି ର ୪୦ ରୁ ଉର୍ଧ୍ଵ ମହିଳା ସଦସ୍ୟା, ମତ୍ସ୍ୟ ଚାଷୀ ଏବଂ ମତ୍ସ୍ୟ ବ୍ୟବସାୟୀମାନେ ଯୋଗଦାନ କରିଥିଲେ l ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ମତ୍ସ୍ୟ ଅଧିକାରୀ – ଶ୍ରୀ ଜ୍ଞାନ ରଞ୍ଜନ ସେଠୀ ସଭାପତିତ୍ବ କରିଥିବା ବେଳେ, ବିଭିନ୍ନ ବ୍ଲକର ସହକାରୀ ମତ୍ସ୍ୟ ଅଧିକାରୀ ମାନେ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ l ନଦୀ ଭଣ୍ଡାର ରୁ ମାଛ ବଂଶ ଧୀରେ ଧୀରେ ଲୋପ ପାଇଯାଉଥିବା ରୁ, ସରକାର ଙ୍କ ଦ୍ୱାରା ଏହି ନଦୀ ଭଣ୍ଡାରରେ ମାଛ ଜାଅଁଳା ଛାଡିବା କାର୍ଯ୍ୟକ୍ରମ, ଏକ ଅଭିନବ ପ୍ରୟାସ, ଯାହାକି ନଦୀରୁ ମାଛ ଧରି, ଜୀବିକା ନିର୍ବାହ କରୁଥିବା ଲୋକ ମାନଙ୍କର ଆୟ ବୃଦ୍ଧି କରିବା ରେ ନିଶ୍ଚିତ ରୂପେ ସହାୟକ ହେବ ବୋଲି ଜିଲ୍ଲା ମତ୍ସ୍ୟ ଅଧିକାରୀ ସୂଚନା ଦେଇଛନ୍ତି l

Leave a Reply

Your email address will not be published. Required fields are marked *