କୋଣାର୍କ କପ ଟି୨୦

ରାଇଡର ଇଲେଭେନକୁ ହରାଇ ସେମିଫାଇନାଲରେ କୋଣାର୍କ,୨୧-୦୪() କୋଣାର୍କ ବସ୍ପୋର୍ଟସ ଏକାଡେମୀ ପକ୍ଷରୁ କୋଣାର୍କ ଭଗବତୀ ମହାବିଦ୍ୟାଳୟ ଖେଳ ପଡିଆରେ ଆୟୋଜିତ ପ୍ରଥମ ରାଜ୍ୟ ସ୍ତରୀୟ କୋଣାର୍କ କପ ଟି ଟ୍ୱେଣ୍ଟି କ୍ରିକେଟ ଟୁର୍ଣ୍ଣାମେଂଟର ଦ୍ଵିତୀୟ କ୍ୱାର୍ଟର ଫାଇନାଲ ମ୍ୟାଚ ରେ ଭୁବନେଶ୍ୱର ରାଇଡର ଇଲେଭେନ୍ ୭ୱିକେଟରେ ହରାଇ ଭାରତ ଭୁଷଣ କ୍ରିକେଟ ଏକାଡ଼େମୀ ସେମିଫାଇନାଲ ରେ ପ୍ରବେଶ କରିଛି । ପ୍ରଥମେ ବ୍ୟାଟିଂ କରି ରାଇଡର ଇଲେଭେନ ନିର୍ଦ୍ଧାରିତ ୨୦ ଓଭର ମ୍ୟାଚ୍ ରେ ୧୬ଓଭର ୫ଟି ବଲରେ ସମସ୍ତ ୱିକେଟ ହରାଇ ମାତ୍ର ୭୯ରନ ସଂଗ୍ରହ କରିଥିଲେ । ରାଇଡର ଇଲେଭେନ ଦଳର ଶ୍ରେୟାଂସୁ ସୋହମ୍ ଜ୍ୟୋତି ସର୍ବାଧିକ ୩୦ ବଲ ରେ ୩୩ ରନ ସଂଗ୍ରହ କରିଥିଲେ । ବିବିସିଏ ଦଳର ଚିରାଗ ସୋନି ଓ ଆଶିଷ ରଥ ସର୍ବାଧିକ ୩ଟି ଲେଖାଏଁ ୱିକେଟ ଅକ୍ତିଆର କରିଥିଲେ । ଜବାବରେ ବିବିସିଏ ଭୁବନେଶ୍ୱର ନିର୍ଦ୍ଧାରିତ ୨୦ଓଭର ରୁ ମାତ୍ର ୭ ଓଭର ତିନୋଟି ବଲ ଖେଳି ୩ ୱିକେଟ ହରାଇ ବିଜୟ ଲାଭ କରିଥିଲେ । ବିବିସିଏ ର ସିଦ୍ଧାର୍ଥ ଜେନା ୩ୱିକେଟ ନେବା ସହ ୧୫ଟି ବଲ ରୁ ୨୭ ରନ ସଂଗ୍ରହ କରି ମ୍ୟାନ ଅଫ୍ ମ୍ୟାଚ୍ ଭାବେ ପୁରସ୍କୃତ ହୋଇଥିଲେ । ଦଳ ପକ୍ଷରୁ ଯୁବରାଜ କୁମାର ୧୩ ଟି ବଲରୁ ୨୩ ରନ ସଂଗ୍ରହ କରିଥିଲେ । ଶିଶିର ପଟ୍ଟନାୟକ ୯ଟି ବଲ ରୁ ୧୫ ରନ ସଂଗ୍ରହ କରି ଅପରାଜିତ ଥିଲେ । ରାଇଡର ଇଲେଭେନ୍ ପକ୍ଷରୁ ସୋଭମ୍ ଜ୍ୟୋତି ଦୁଇ ୱିକେଟ ଅକ୍ତିଆର କରିଥିଲେ ।ଓସିଏ ପ୍ୟାନେଲ ଆମ୍ପେୟାର ,ସତ୍ୟବ୍ରତ ମହାପାତ୍ର , ରଣଜିତ୍ ମହାରଣା ଦ୍ଵିତୀୟ କ୍ୱାର୍ଟର ଫାଇନାଲ ମ୍ୟାଚ୍ କୁ ପରିଚାଳନା କରିଥିଲେ । ଦ୍ଵିତୀୟ କ୍ବାର୍ଟର ଫାଇନାଲ ମ୍ୟାଚରେ ରାଜେନ୍ଦ୍ର ଦଳାଇ ,ପ୍ରମୋଦ ସିହ୍ନା ସ୍କୋର ବୋର୍ଡ ପରିଚାଳନା କରିଥିଲେ । ଉଦଘୋଷକ ଭାବେ ପ୍ରଶାନ୍ତ ପାତ୍ର ,ମନୋଜ ପାତ୍ର ଓ ଜ୍ଞାନ ରଞ୍ଜନ ବିଶ୍ଵାଳ ଦାୟିତ୍ଵ ସମ୍ପର୍ନ୍ନ କରିଥିଲେ ।

Leave a Reply

Your email address will not be published. Required fields are marked *