କୋଲନରା ବ୍ଲକର ରେଙ୍ଗଲପାଡୁଠାରେ ସିପିଆଇ(ଏମଏଲ)ର ୧୫୫ତମ ପ୍ରତିଷ୍ଠା ଦିବସ ପାଳିତ
କୋଲନରା ବ୍ଲକର ରେଙ୍ଗଲପାଡୁଠାରେ ସିପିଆଇ(ଏମଏଲ)ର ୧୫୫ତମ ପ୍ରତିଷ୍ଠା ଦିବସ ପାଳିତ
ରାୟଗଡ଼ା-୨୨/୪-ସିପିଆଇ (ଏମ୍ଏଲ) ଲିବରେସନ ପାର୍ଟି ପ୍ରତିଷ୍ଠା ଦିବସ ପାଳନ ଅବସରରେ କୋଲନରା ବ୍ଲକର ରେଙ୍ଗଲପାଡୁ ଗାଁ ଆମ୍ଭ ତୋଟାରେ ଚାରୁମଜୁମଦାଙ୍କ ୫୬ତମ ବାର୍ଷିକୀ ଏବଂ କମ୍ରେଡ୍ ଲେନିନଙ୍କ ୧୫୫ତମ ଜନ୍ମବାର୍ଷିକୀ ପାଳନ କରାଯାଇଛି । ଏହି ଅବସରରେ ସିପିଆଇ (ଏମଏଲଏ) ପକ୍ଷରୁ ମହାନ ସହିଦ ନେତାମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି।ସରକାର ୱାକଫ ସଂଶୋଧନ ଆଇନ ଏବଂ ୟୁନିଫର୍ମ ସିଭିଲ କୋଡ୍ ଭଳି ଆଇନ ପାସ୍ କରିଛନ୍ତି,ଯାହା ସିଧାସଳଖ ମୁସଲିମ ସମ୍ପ୍ରଦାୟକୁ ଟାର୍ଗେଟ କରୁଛି। କୃଷି ଆଇନ ପ୍ରତ୍ୟାହାର ପରେ ନୂତନ କୃଷି ବିପନ୍ନ ନୀତି ଲାଗୁ କରିବା ପାଇଁ ଚେଷ୍ଟା କରାଯାଉଛି।

ଶ୍ରମ ଆଇନକୁ ଚାରୋଟି ଶ୍ରମ ସଂହିତା ସହିତ ବଦଳାଇବାକୁ ପ୍ରସ୍ତୁତି ଚାଲିଛି। ଧର୍ମାନ୍ଧତା, ଘୃଣା ଏବଂ ଅନ୍ଧବିଶ୍ୱାସକୁ ପ୍ରୋତ୍ସାହିତ କରିବା, କ୍ୟାମ୍ପସ ଗଣତନ୍ତ୍ର ଏବଂ ଶିକ୍ଷାଗତ ସ୍ୱାଧୀନତା ଉପରେ ନୂତନ ଆକ୍ରମଣ,ଭାରତର ବିଶ୍ୱବିଦ୍ୟାଳୟ ଏବଂ ଗବେଷଣା ପ୍ରତିଷ୍ଠାନଗୁଡ଼ିକୁ ସାଂସ୍କୃତିକ ନିୟନ୍ତ୍ରଣ ଏବଂ ବିଚାରଧାରାକୁ ନଷ୍ଟ କରିବା,ସେହି ସମୟରେ, ଘୃଣାପୂର୍ଣ୍ଣ ଚଳଚ୍ଚିତ୍ର ଏବଂ ଅନ୍ୟାନ୍ୟ ପ୍ରଚାର ଗଣମାଧ୍ୟମ ଦ୍ୱାରା ପ୍ରରୋଚିତ ହିନ୍ଦୁତ୍ୱବାଦୀ ଦଳ ଉତ୍ତେଜିତ ବନ୍ଦ କରିବା, ମୁସଲମାନ, ମହିଳା ଏବଂ ଦଳିତ-ବହୁଜନଙ୍କ ବିରୁଦ୍ଧରେ ହିଂସା ବନ୍ଦ କରିବା ପାଇଁ ଆନ୍ଦୋଳନ ଜାରି ରହିବ ବୋଲି ଜିଲ୍ଲା ସଂପାଦକ ତ୍ରିପତୀ ଗମାଙ୍ଗ ପ୍ରକାଶ କରିଛନ୍ତି। ମୋଦି ଭାରତରେ ‘ଆଚ୍ଛା ଦିନ’ର ନାରା ଦେଇଥିଲେ। ଟ୍ରମ୍ପ ଏହାକୁ ‘ମେଗା’ ଅର୍ଥାତ୍ ‘ଆମେରିକାକୁ ପୁଣି ଥରେ ମହାନ କରିବା ବୋଲି କହିଛନ୍ତି।ଟ୍ରମ୍ପ ପ୍ରଶାସନ ଭାରତ ପ୍ରତି ସବୁଠାରୁ ଅପମାନଜନକ ବ୍ୟବହାର କରିବା, ମୋଦି-ଶାହା-ଯୋଗୀଙ୍କ ବୁଲ ଡୋଜର ରାଜ ବନ୍ଦ କରିବା, ଫାସିବାଦୀ ଭାବନା ବିରୁଦ୍ଧରେ ଲଢ଼େଇ ଜାରି ରହିବାକୁ ପଡିବ ବୋଲି ସେ ଆହ୍ବାନ ଦେଇଥିଲେ। ଭାରତକୁ ବ୍ୟାପିଥିବା ଫାସିବାଦୀ ବିନାଶରୁ ରକ୍ଷା କରିବାକୁ ପଡିବ, ଭାରତୀୟ ପୁଞ୍ଜିପତି ଶ୍ରେଣୀର ପ୍ରଭାବଶାଳୀ ବର୍ଗ ଫାସିବାଦୀ ପ୍ରକଳ୍ପ ଚାରିପାଖରେ ଏକତ୍ରିତ ହେଉଛନ୍ତି। ଲୋକଙ୍କ ଗଣତନ୍ତ୍ର ଏବଂ ଜାତୀୟ ପ୍ରଗତିର ସୁରକ୍ଷା ପାଇଁ ସି ପି ଆଇ (ଏମଏଲ) ଲିବରେସନ ପକ୍ଷରୁ ଜନସଚେତନତା ସହ ଆନ୍ଦୋଳନ ଜାରି ରହିବ ବୋଲି ଶ୍ରୀ ଗମାଙ୍ଗ କହିଛନ୍ତି। ପ୍ରତିଷ୍ଠା ଦିବସରେ କ୍ରିଷ୍ଟା ପାଲାକା, ଅଷ୍ଟମ ଉଲକା, ମୂର୍ତ୍ତୀ ମିଣିଆକା, ଆଚାନା ମାଣ୍ଡିଗିଂ, ଶିବ ଉଲାକା, ତିପାଇ କିଲାକା , ସେବତୀ ଉଲକା, ଗୁରୁମୂର୍ତ୍ତୀ ବାଗରିଆ, ଚନ୍ଦ୍ରମଣି ଉଲକା, ସୁଭଦ୍ରା ଉଲକା ପ୍ରମୁଖ ଉପସ୍ଥିତ ଥିଲେ।
ରାୟଗଡ଼ାରୁ ନୃସିଂହ ଚରଣ ବାରିକଙ୍କ ରିପୋର୍ଟ
