ଆଶ୍ରମ ଜାଳିଦେଲେ ଦୁବୃର୍ତ୍ତ
rପୁରୀ ଜିଲ୍ଲା ଗୋପ ଥାନା ଅନ୍ତର୍ଗତ ଇଶାଣପୁର କଦମ୍ବପାଟଣା ଗ୍ରାମରେ ଘଟିଛି ଅଭାବନୀୟ ଘଟଣା। ଜଣେ ସାଧୁ ବାବାଙ୍କ ଜମିକୁ ଜବରଦଖଲ କରିବାକୁ ଯାଇ ଆଶ୍ରମ ଜାଳିଦେଲ କିଛି ଦୁବୃର୍ତ୍ତ। ଏନେଇ ସାଧୁ ବାବା ବାନାମ୍ବର ସ୍ଵାଇଁ ଓ ତାଙ୍କ ପତ୍ନୀ ଅନୁରାଧା ସ୍ଵାଇଁ ନୟାହାଟ ଫାଣ୍ଡିରେ ଅଭିଯୋଗ କଲେ ମଧ୍ୟ ଶୁଣିଲେ ନାହିଁ ଫାଣ୍ଡି ପୋଲିସ ବାବୁ। ଯାହା ଫଳରେ ଅଭିଯୁକ୍ତ ମନେ ଜୀବନରେ ମାରିଦେବାକୁ ଧମକ ଦେଇଥିବାରୁ ଅତ୍ୟନ୍ତ ଭୟଭୀତ ଅବସ୍ଥାରେ ଅଛନ୍ତି ଅଭିଯୋଗକାରୀ ଦୁହେଁ। ନ୍ୟାୟ ପାଇବା ପାଇଁ ମୋହନ ସରକାରଙ୍କୁ ଆମ ଗଣମାଧ୍ୟମ ଜରିଆରେ କାନ୍ଦି କାନ୍ଦି ଅଭିଯୋଗ କରିଛନ୍ତି। ସୁଚନା ମୁତାବକ ଈଶାଣପୁରରେ ମା’ ଘଟଗାଁ ବାସିନୀ ତାରିଣୀ ଆଶ୍ରମ ରହିଅଛି । ଏହି ଆଶ୍ରମରେ ସ୍ଵାମୀ ବାନାମ୍ବର ସ୍ଵାଇଁ ଓ ପରିବାର ରହୁଥିଲେ । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ମନରେ ରାଗ ରଖି ସେହି ଗ୍ରାମର କିଛି ଖଳ ପ୍ରକୃତିର ଲୋକ ପରିବାରକୁ ଜୀବନରୁ ମାରିଦେବା ପାଇଁ ମାରଣାସ୍ତ୍ର ଧରି ବହୁବାର ଚେଷ୍ଟା କରି ଧମକ ଦେଇଥିଲେ। ଗତ ୨୦.୦୪.୨୦୨୫ ତାରିଖ ରାତ୍ର ୧ଟା ୩୦ ମିନିଟ୍ରେ ଧମକ ଦେଇ ଆଶ୍ରମରେ ଥିବା ସମସ୍ତ ଜିନିଷ ପତ୍ର ନେଇ ଚାଳ ଓଟାରି ଜୀବନରୁ ମାରିଦେବା ପାଇଁ ମଧ୍ୟ ଧମକ ଦେଇଥିଲେ ।

ଏହି ସଂକ୍ରାନ୍ତରେ ୨୧.୦୪.୨୦୨୫ ତାରିଖରେ ପୋଲିସ୍ରେ ଅଭିଯୋଗ କରିଥିଲେ । ରାତ୍ର ପ୍ରାୟ ୧ଟା ୩୦ ମିନିଟ୍ ସମୟରେ ଆମ୍ବାପଡ଼ା ବିନିସପୁର ଗ୍ରାମର ଗୋଲାପ ଖୁଣ୍ଟିଆ, କ୍ଷେତ୍ରମୋହନ ଖୁଣ୍ଟିଆ , କଦମ୍ବପାଟଣା ଗ୍ରାମର ଦୀପ୍ତିରଞ୍ଜନ ସ୍ଵାଇଁ ଓ ମାନସୀ ସ୍ଵାଇଁ ଆଉ ୪/୫ ଜଣ ଅଜଣା ଯୁବକ ମିଳିତ ଭାବରେ ବାବାଙ୍କ ଆଶ୍ରମ ଗୃହକୁ ନିଆଁ ଲଗାଇ ଦେଇଥିଲେ। ଜୀବନରକ୍ଷା କରିବା ପାଇଁ ଘରୁ ଦୌଡ଼ି ପଦାକୁ ପଳାଇ ଆସି ଚିତ୍କାର କରି ଡ଼ାକ ଛାଡ଼ିବାରେ ପାଖ ପଡ଼ୋଶୀ ସମସ୍ତ ଲୋକ ଜୁଟିଥିଲେ। ଫୋନ୍ ମାଧ୍ୟମରେ ୧୧୨ କୁ ଖବର ଦେବାରେ ଦମକଳ ବାହିନୀ ଆସି ନିଆଁ ଲିଭାଇଥିଲେ। ଅଭିଯୁକ୍ତ ମାନେ ଗାଳିଗୁଲଜ କରି ଚିତ୍କାର କରି ପରିବାରକୁ ଜୀବନରୁ ମାରିଦେବୁ ବୋଲି ଧମକ ଦେଇ ଫେରାର ହୋଇ ଯାଇଥିଲେ।ଯାହାକୁ ନେଇ ଥାନାରେ ଅଭିଯୋଗ କରିଥିଲେ ମଧ୍ୟ ଥାନା ବାବୁ ଶୁଣୁ ନଥିବା ନେଇ ଅଭିଯୋଗକାରୀ ସାଧୁ ବାବା କାନ୍ଦି କାନ୍ଦି କହିଛନ୍ତି। ସାଧୁ ବାବାଏଥି ସହିତ ସ୍ଥାନୀୟ ଗ୍ରାମବାସୀ ଓ ମହିଳା ମାନେ ମଧ୍ୟ ସାଧୁ ବାବା ଦୀର୍ଘ ୨୦ବର୍ଷ ଧରି ରହୁଥିବା ବେଳେ ଅଭିଯୁକ୍ତ ମାନେ ଜମି ଜବରଦଖଲ ପାଇଁ ଗୁଣ୍ଡାଗିରି କରି ଏସବୁ ବେଆଇନ୍ କାର୍ଯ୍ୟ କରିଥିବା ପ୍ରକାଶ କରିଛନ୍ତି। ତୁରନ୍ତ ପୋଲିସ ପ୍ରଶାସନ ଓ ସରକାର ନ୍ୟାୟ ଦେବାକୁ ଦାବି କରିଛନ୍ତି ଗ୍ରାମବାସୀ l
