କୋଣାର୍କ କପ ଟି୨୦ମହାବୀର ସ୍ପୋର୍ଟିଂକୁ ହରାଇ ବିବିସିଏ ଫାଇନାଲରେ

କୋଣାର୍କ, ୨୨-୦୪,() କୋଣାର୍କ ସ୍ପୋର୍ଟସ ଏକାଡେମୀ ପକ୍ଷରୁ ଭଗବତୀ ମହାବିଦ୍ୟାଳୟ ଖେଳ ପଡିଆରେ ଆୟୋଜିତ ପ୍ରଥମ ରାଜ୍ୟ ସ୍ତରୀୟ କୋଣାର୍କ କପ ଟିଟ୍ୱେଣ୍ଟି କ୍ରିକେଟ ଟୁର୍ଣ୍ଣାମେଂଟର ପ୍ରଥମ ସେମିଫାଇନାଲ ମ୍ୟାଚରେ ପୁରୀ ମହାବୀର ସ୍ପୋର୍ଟିଂକୁ ୩୬ ରନରେ ହରାଇ ଭାରତ ଭୁଷଣ କ୍ରିକେଟ ଏକାଡ଼େମୀ ଫାଇନାଲ ରେ ପ୍ରବେଶ କରିଛି । ପ୍ରଥମେ ବ୍ୟାଟିଂ କରି ଭୁବନେଶ୍ୱର ଭାରତ ଭୁଷଣ କ୍ରିକେଟ ଏକାଡ଼େମୀ ନିର୍ଦ୍ଧାରିତ ୨୦ ଓଭର ମ୍ୟାଚରେ ସମସ୍ତ ୱିକେଟ ହରାଇ ମାତ୍ର ୧୫୫ରନ ସଂଗ୍ରହ କରିଥିଲେ । ଦଳ ପକ୍ଷରୁ ଏମ ପ୍ରଶାନ୍ତ ୨୬ ବଲରେ ୬୩ ରନ ସଂଗ୍ରହ କରିଥିଲେ । ମହାବୀର ସ୍ପୋର୍ଟିଂର ଦୀପକ ସାହୁ ୪ ଓଭର ବୋଲିଂ କରି ୨୨ ରନ ଦେଇ ତିନି ୱିକେଟ ଅକ୍ତିଆର କରିଥିଲେ । ଜବାବରେ ପୁରୀ ମହାବୀର ଓଭର ରେ ସମସ୍ତ ୱିକେଟ ହରାଇ। ୧୧୯ ରନ ସଂଗ୍ରହ କରିଥିଲେ । ମହାବୀର ଦଳ ପକ୍ଷରୁ ସର୍ବାଧିକ ସମରେନ୍ଦ୍ର ସାହୁ ସର୍ବାଧିକ ୨୮ ବଲ ରୁ ୩୪ ରନ ,ରଣଜିତ୍ ରାଉତରାୟ ୨୫ ବଲ ରୁ ୩୩ ରନ ସଂଗ୍ରହ କରିଥିଲେ । ବିବିସିଏ ଦଳର ଚିରାଗ ସୋନି ସର୍ବାଧିକ ତିନି ୱିକେଟ ଅକ୍ତିଆର କରିଥିଲେ । ବିବିସିଏ ଦଳର ଏମ ପ୍ରଶାନ୍ତ ମ୍ୟାନ ଅଫ୍ ମ୍ୟାଚ୍ ଭାବେ ପୁରସ୍କୃତ ହୋଇଥିଲେ । ପ୍ରମୋଦ ସିହ୍ନା ,ଓସିଏ ପ୍ୟାନେଲ ଆମ୍ପେୟାର ଦେବେନ୍ଦ୍ର ନାଥ ମିଶ୍ର , ପ୍ରଥମ ସେମି ଫାଇନାଲ ମ୍ୟାଚ୍ କୁ ପରିଚାଳନା କରିଥିଲେ । ଧିରେନ୍ ଚାନ୍ଦ ପିଚ୍ କ୍ୟୁରେଟର ଓ ରାଜେନ୍ଦ୍ର ଦଳାଇ ସ୍କୋର ବୋର୍ଡ ପରିଚାଳନା କରିଥିଲେ । ଉଦଘୋଷକ ଭାବେ ପ୍ରଶାନ୍ତ ପାତ୍ର ,ଶିବ ପ୍ରସାଦ ପଣ୍ଡା, ଜ୍ଞାନ ରଞ୍ଜନ ବିଶ୍ଵାଳ ଦାୟିତ୍ଵ ସମ୍ପର୍ନ୍ନ କରିଥିଲେ । ପ୍ରଥମ ସେମି ଫାଇନାଲ ମ୍ୟାଚରେ ପୁରୀର ବିଶିଷ୍ଟ ହୋଟେଲ ଶିଳ୍ପପତି ସୋମନାଥ ବାନାର୍ଜୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶ୍ରେଷ୍ଠ ଖେଳାଳିଙ୍କୁ ପୁରସ୍କାର ପ୍ରଦାନ କରିଥିଲେ। ସ୍ପୋର୍ଟସ ଏକାଡେମୀ ସମସ୍ତ କର୍ମକର୍ତା ଖେଳ ପରିଚାଳନା ରେ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *