ଆଇ.ସି.ଏସ୍.ଇ ଜୋନାଲ ହ୍ୟାଣ୍ଡବଲ ଦଳ ଚୟନ ଶିବିର

ବ୍ରହ୍ମପୁର : ସ୍ଥାନୀୟ ଖଲ୍ଲିକୋଟ ବିଶ୍ବବିଦ୍ୟାଳୟ ଷ୍ଟାଡିୟମ୍ ସ୍ଥିତ ହ୍ୟାଣ୍ଡବଲ ଗ୍ରାଉଣ୍ଡରେ ଏମ୍.ଏ.ଭି ସ୍କୁଲ ଦ୍ୱାରା ଆୟୋଜିତ ଆଇ.ସି.ଏସ.ଇ ହ୍ୟାଣ୍ଡବଲ ଯ଼ୋନାଲ ଦଳର ଚୟନ ଶିବିର ଅନୁଷ୍ଠିତ ହେଇଥିଲା । ଏହି ଶିବିରରେ ବ୍ରହ୍ମପୁର ଯ଼ୋନର ର ୭ଟି ସ୍କୁଲ ଏମ୍.ଏ.ଭି, ସେଣ୍ଟ ବିନସେଣ୍ଟ, ଡିପଲ୍ ସେଣ୍ଟ ଜୋସେଫ, ଗୁରୁ ନାନକ, ଜୟଶ୍ରୀ କେମିକାଲସ୍ (ଗଞ୍ଜାମ), କର୍ମେଲ (ଛତ୍ରପୁର) ଆଦି ସ୍କୁଲର ପ୍ରାୟ ୧୩୫ ଜଣ ଖେଳାଳୀ ଅଂଶ ଗ୍ରହଣ କରିଥିଲେ। ଏହି ଶିବିରରୁ ୪ଟି ଦଳ ତଥା ୧୭ ବର୍ଷ ଠାରୁ କମ୍ ବାଳକ ବାଳିକା ଓ ୧୪ ବର୍ଷ ଠାରୁ କମ ବାଳକ ବାଳିକା ଦଳ ଚୟନ କରାଯାଇଥିଲା। ଆସନ୍ତା ଜୁଲାଇ ମାସରେ ବ୍ରହ୍ମପୁର ରେ ଆୟୋଜିତ ହେବାକୁ ଥିବା ଆନ୍ତ ଯ଼ୋନ ହ୍ୟାଣ୍ଡବଲ ପ୍ରତିଯୋଗିତାରେ ଭାଗ ନେବା ପାଇଁ ଏହି ଖେଳାଳୀ ମାନେ ଭାଗ ନେବାର ସୁଯୋଗ ପାଇବେ। ଏହି ଶିବିରକୁ ଏମ୍.ଏ.ଭି ସ୍କୁଲ ର ଅଧ୍ୟକ୍ଷ ଶ୍ରୀ ଦ୍ୱାରିକା ନାଥ ପଣ୍ଡା ଅତିଥି ରୂପେ ଉପସ୍ଥିଥ ରହି ଶୁଭ ଆରମ୍ଭ କରି ଖେଳାଳୀ ମାନଙ୍କୁ ଉତ୍ସାହିତ କରିଥିଲେ। ଅନ୍ୟ ତମ ଅତିଥି ରୂପେ ଡେଣ୍ଟାଲ ଡାକ୍ତର ଦେବ ଜାନିଙ୍କ ସହ ଏନଆଇଏସ୍ ହ୍ୟାଣ୍ଡବଲ କୋଚ ପ୍ରଶାନ୍ତ କୁମାର ରଥ ଖେଳାଳୀ ମାନଙ୍କୁ ବିଭିନ୍ନ ଉପଦେଶ ଦେଇଥିଲେ। ଏହି ଶିବିରକୁ କ୍ରୀଡା ଶିକ୍ଷକ ତଥା ଜ଼ିଲ୍ଲା ହ୍ୟାଣ୍ଡବଲ ସମ୍ପାଦକ ସୁରେଶ ଚନ୍ଦ୍ର ପାଢ଼ୀ, କ୍ରୀଡା ଶିକ୍ଷକ ବିନାୟକ ହୋତା, ମିନତୀ ପଣ୍ଡା, ସଞ୍ଜୟ ଦାସ, ସରିତା ପଣ୍ଡା, ସୁନୀଲ ଦାସ, ପ୍ରସାଦ ସାମଲ, ମନୋଜ ପ୍ରଧାନ ଙ୍କ ସହ ଅଫିସିଆଲ ଭାବେ ରାମାଶିଷ ଜେନା, ଦୀପକ ମହାନ୍ତି, ଅଭିନାଶ ମେଧି, ବିକାଶ ସାସମଲ ଉପସ୍ଥିତ ରହି ଖେଳାଳୀ ଚୟନ କରିଥିଲେ।

Leave a Reply

Your email address will not be published. Required fields are marked *