ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ର ବାର୍ଷିକ ଉତ୍ସବ ‘ବର୍ଣାଳି’ ୨୦୨୫

ଯାଜପୁର ଜିଲ୍ଲା କୋରାଇ ବ୍ଲକ ତଳଗଡ଼ ପଂଚାୟତ ଅନ୍ତର୍ଗତ ନଗୁଆଁ ଠାରେ ଥିବା ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ର ବାର୍ଷିକ ଉତ୍ସବ ‘ବର୍ଣାଳି’ ୨୦୨୫ ମହା ସମାରୋହ ରେ ପାଳିତ ହୋଇଛି I ଏହି ଉତ୍ସବ ରେ ଶିକ୍ଷାର୍ଥୀ ଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା I ବିଭିନ୍ନ ବୈଷୟିକ ଜ୍ଞାନ ପ୍ରତିଯୋଗୀତା ରେ ଉତୀର୍ଣ୍ଣ ଶିକ୍ଷାର୍ଥୀ ଙ୍କୁ ଉପସ୍ଥିତ ଅତିଥି ମାନେ ମାନପତ୍ର ଓ ଟ୍ରଫି ଦେଇ ପୁରସ୍କୃତ କରିଥିଲେ I ଉତ୍ତମ ଶିକ୍ଷକ ଗଠନ ରେ D.I.E.T ର ଭୂମିକା ବହୁ ଗୁରୁତ୍ୱପୂର୍ଣ ବୋଲି ମଞ୍ଚାସିନ ତାତିଥି ମାନେ ନିଜ ଅଭିଭାଷଣ ରେ କହିଥିଲେ I ଅଧ୍ୟକ୍ଷା ନିବେଦିତା ଗୁରୁଙ୍କ ଅଧ୍ୟକ୍ଷତା ରେ ଆୟୋଜିତ ଉସ୍ଥବ କୁ ମୁଖ୍ୟଅତିଥି ଭାବେ F.M. University ର Ex-VC PROF. DR. KUMAR BAR ଦାସ ଯୋଗ ଦେଇ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ l H.R.F, India ର Chairperson SHRI MANOJ JENA ଯୋଗ ଦେଇ ପ୍ରତିଷ୍ଠାନ ର ଗୌରବ କୁ ବୃଦ୍ଧି କରିଥିଲେ I ବ୍ୟାସନଗର ସ୍ୱୟଂ ଶାସିତ ମହାବିଦ୍ୟାଳୟ ର ପୂର୍ବତନ କୁଳପତି ଶିବ ଚରଣ ମାଝୀ ପ୍ରମୁଖ ଯୋଗ ଦେଇଥିଲେ I କାର୍ଯ୍ୟକ୍ରମ ରେ D. I. E. T. ପ୍ରତିଷ୍ଠାନ ର ସମସ୍ତ କର୍ମକର୍ତା ଓ ଶିକ୍ଷାର୍ଥୀ ବୃନ୍ଦ ଉପସ୍ଥିତ ଥିଲେ Iଯାଜପୁର କୋରେଇ ରୁ ଜ୍ୟୋତି ପ୍ରକାଶ ଭୂୟାଁ ଙ୍କ ରିପୋର୍ଟ ତୀର୍ଥକ୍ଷେତ୍ର Live

Leave a Reply

Your email address will not be published. Required fields are marked *