ସାତବିଷ ଶୌଣ୍ଡିକ ସମାଜ ପକ୍ଷରୁ ବାର୍ଷିକ ସମ୍ମିଳନୀ
କୋଣାର୍କ,୨୩.୦୪()- ପୁରୀ କୋଣାର୍କ ବେଳାମାର୍ଗରେ ଅବସ୍ଥିତ ମା ରାମଚଣ୍ଡୀ ପୀଠରେ ନିଖିଳ ଓଡିଶା ଶୌଣ୍ଡିକ ସମାଜ ସହଯୋଗରେ ପୁରୀ ଜିଲ୍ଲା ସାତବିଷ ଶୌଣ୍ଡିକ ସମାଜ ପକ୍ଷରୁ ବାର୍ଷିକ ସମ୍ମିଳନୀ ବୁଧବାର ମଧ୍ୟାହ୍ନରେ ଅନୁଷ୍ଠିତ ହୋଇଯାଇଛି। ସାତବିଷ ମଣ୍ଡଳର ସୁଣ୍ଡି ସମାଜ ପରିବାରକୁ ନେଇ ବନ୍ଧୁ ମିଳନ ସହ ବାର୍ଷିକ ଉତ୍ସବ ଆୟୋଜିତ ହୋଇଥିଲା। ସାତବିଷ ମଣ୍ଡଳର ସୁଣ୍ଡି ସମାଜ ସଭାପତି ଅକ୍ଷୟ କୁମାର ସାହୁଙ୍କ ସଭାପତିତ୍ବରେ ଆୟୋଜିତ ଏହି ଉତ୍ସବରେ ଅତିଥି ଭାବେ ରାଜ୍ୟ ଶୁଣ୍ଡି ସମାଜ ସଭାପତି ବିକ୍ରମ କେଶରୀ ସାହୁ, ସାଧାରଣ ସମ୍ପାଦକ ଉଦୟନାଥ ସାହୁ, ରାଜ୍ୟ ମୁଖ୍ୟ ଉପଦେଷ୍ଟା କୋଦଣ୍ଡ ଧର ଚୌଧୁରୀ, ଉପଦେଷ୍ଟା ବସନ୍ତ କୁମାର ସାହୁ, ରାଜ୍ୟ ଯୁବ ସମ୍ପାଦକ ମଙ୍ଗରାଜ ସାହୁ, ଜିଲ୍ଲା ସଭାପତି ଗୋପବନ୍ଧୁ ସାହୁ, ପ୍ରମୁଖ ଯୋଗଦେଇ ନିଜ ନିଜ ଜାତିର ମଙ୍ଗଳ କାମନା ସହ କିପରି ସଂଗଠନ ସୁଦୃଢ଼, ଜାତିଗତ ଏକତା, ଜାତିଗତ ବିବାହ ସମସ୍ୟା ସମାଧାନ, ଜାତି ଭାଇଙ୍କୁ ସହଯୋଗ ସହାୟତା, ଅନୁନ୍ନତ ଶ୍ରେଣୀ ବ୍ୟକ୍ତି ବିଶେଷ ପାଇଁ ଆର୍ଥିକ ସହାୟତା, ପାଠ ପଢା ପାଇଁ ସହାୟତା, ସ୍ବାସ୍ଥ୍ୟ ସେବା ସହାୟତା , ରକ୍ତଦାନ ଅଭିଯାନ ଓ ବିଭିନ୍ନ ଉନ୍ନତି ହେଇପାରିବ ସେଥିପାଇଁ ସମସ୍ତ ଜାତି ଭାଈ ମାନେ ଆଗେଇ ଆସିବାକୁ ଆହ୍ବାନ ଦେଇଥିଲେ। ପୁରୀ ସହରରେ ଜାତି ଭାଇଙ୍କ ପକ୍ଷରୁ ଜମି ଗ୍ରହଣ କରି ଏକ ଧର୍ମଶାଳା ନିର୍ମାଣ କରିବାକୁ ଶୁଣ୍ଡି ସମାଜ ପକ୍ଷରୁ ପ୍ରୟାସ ଜାରି ରହିବ ବୋଲି ଜିଲ୍ଳା ସଭାପତି ସୁଚନା ଦେଇଥିଲେ। ଏଥି ସହିତ ଶୁଣ୍ଡି ଭବନ ନିର୍ମାଣ ସହ ଅନ୍ୟାନ୍ୟ ସେବାକାର୍ଯ୍ୟ ଜାରି ରହିବ ବୋଲି ଆଲୋଚନା କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଶତାଧିକ ସୋଣ୍ଡିକ ଜାତି ଭାଇ ଭଉଣୀ ମାନେ ଯୋଗ ଦେଇଥିବା ବେଳେ ସାତ ବିଷ ସମ୍ପାଦକ ଭାସ୍କର ଚନ୍ଦ୍ର ସାହୁ, ଉପ ସଭାପତି ଦେବେନ୍ଦ୍ର କୁମାର ସାହୁ, କୋଷାଧ୍ୟକ୍ଷ ଉତ୍ତମ କୁମାର ସାହୁ, ଅକ୍ଷୟ କୁମାର ସାହୁ, ରାମଚନ୍ଦ୍ର ସାହୁ ଓ ଅନିଲ ସାହୁ ପ୍ରମୁଖ ପରିଚାଳନା କରିଥିଲେ।
