ସମୟ ସହିତ ଚାଲ
ସମୟ ସହିତ ଚାଲ
ଗୋଲୋକବିହାରୀ ବେହେରା
ଜୀବନେ ଆଗକୁ ବଢ଼ିବାକୁ ହେଲେ
ସମୟ ସହିତ ଚାଲ,
ପରିସ୍ଥିତି ଦେଖି ସମୟ ସହିତ
ନିଜେ ବଦଳିବା ଭଲ ।
ନ ହେଲେ ବୟସ ଗଡିଯିବ ସିନା
ରାସ୍ତା ଦିନେ ଯିବ ସରି,
ଅଟକି ଯିବଟି ତୁମ ଭବିଷ୍ୟତ
ପଛେ ହେବ ସିନା ଘାରି ।
ଚାବି ବିନା ତାଲା ତିଆରି ହୁଏନି
ମନ ମଧ୍ୟେ ଧୈର୍ଯ୍ୟ ଧର,
ସମାଧାନ ବିନା ସମସ୍ୟା ନ ଥାଏ
ଉପାୟ ବାହାର କର ।
ସମୟ ସହିତ ନିଜ ଆଚରଣ
ଦିଅ ବନ୍ଧୁ ବଦଳାଇ,
ବୟସ ବଢ଼ିବ ରାସ୍ତା ସରିଯିବ
ଜୀବନେ କିଛି ନ ପାଇ ।
ସୁଖରେ ରହିବା ଦୁଇଟି ଉପାୟ
ଜାଣି ରଖ ତମେ ଭାଇ,
ବଦଳାଇ ଦିଅ ପରିସ୍ଥିତି ଅବା
ନିଜକୁ ଦେ ବଦଳାଇ ।
ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ
ସରକାରୀ ଉଚ୍ଚ ବିଦ୍ୟାଳୟ
ଷଡ଼ଙ୍ଗୀ, ଢେଙ୍କାନାଳ
ମୋ: ୯୯୩୮୩୦୩୦୪୬
