ଅତୀତ
ଅତୀତ
ଅତୀତ ର ସ୍ମୃତି ମନେପଡୁଅଛି
ବର୍ତ୍ତମାନ ସମୟରେ
ଦୁଃଖ ସୁଖ ଭରା ଏଇତ ଦୁନିଆ
କଟିଯାଉ ସୁନ୍ଦର ରେ।।
ଚାଟଶାଳୀ ପାଠ ଜୀବନ ର ଶ୍ରେଷ୍ଠ
ବିଦ୍ଯା ବିନୟ ନମ୍ରତା
ମଣିଷ ପଣିଆ ଏଇତ ଦୁନିଆ
ଗୁରୁଜୀଙ୍କ ସହାୟତା।।
ଜୀବନ ନାଟକେ ମାଟି ସିଲଟ ଯେ
ଅକ୍ଷର ଶିକ୍ଷା ର ଅସ୍ତ୍ର
ମଧୁ ବର୍ଣ୍ଣବୋଧ ଜୀବନ ନାଟକେ
ଅଟଇ ପବିତ୍ର ଶାସ୍ତ୍ର।।
ବିନୟ ବଚନ ଶ୍ରଦ୍ଧା ଓ ସମ୍ମାନ
ଜୀବନ ର ଶ୍ରେଷ୍ଠ ବ୍ରତ
ସତ୍ୟ, ଅହିଂସା, ଭକ୍ତି, ନମ୍ରତା ଜୀବନ ର ଶ୍ରେଷ୍ଠ ଅସ୍ତ୍ର।।
ମାଟି ସିଲଟ ରେ ମାଟି ଖଡିଧରି
ଶିଖୁଥିଲି ଅ ଆ
ସାହି ଦୁଆତରେ କାଳି ନେଇକରି
କାଳି ରେ ଲେଖିଲି ନାଆଁ।।
ପ୍ରତ୍ୟେକ ମୂହୁର୍ତ୍ତ ସୁଖମୟ ଥିଲା
ଗୁରୁ ର ଆଶିଷ ପାଇ
ଅତୀତ ସମୟ ସ୍ମରଣ କରୁଛି
ସୁଖ ଦୁଃଖ ସଙ୍ଗେ ନେଇ।।
ପ୍ରକୃତି ବନ୍ଧୁ ହରିହର ସାହୁ
( ରାଜ୍ୟ, ପ୍ରକୃତି ବନ୍ଧୁ, ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଓ ଆନ୍ତର୍ଜାତୀୟ ପୁରସ୍କାର ପ୍ରାପ୍ତ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ)
ସଭାପତି ଜାତୀୟ ପୁରସ୍କାର ପ୍ରାପ୍ତ ଶିକ୍ଷକ ଫୋରମ୍ ଓଡ଼ିଶା
