ଲିଫ୍ଟରେ ଚାପି ହୋଇ ଚାଲିଗଲା ରୋଗୀଙ୍କ ଜୀବନ

ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅଭାବନୀୟ ଘଟଣା। ଆଜି ସକାଳ ୮ଟା ବେଳେ ଲିଫ୍ଟରେ ଫସି ଜଣେ ରୋଗୀଙ୍କର ମୃତ୍ୟୁ ହୋଇଛି। ମୃତ ରୋଗୀଙ୍କ ନାମ ମୀନତି ପରିଡ଼ା(୫୫) ବୋଲି ଜଣାପଡିଛି। ଏହି ଘଟଣା ପରେ ମେଡିକାଲ ପରିସରରେ ଉତ୍ତେଜନା ଦେଖାଦେଇଛି।ସୂଚନା ମୁତାବକ, ଭଦ୍ରକ ଗ୍ରାମାଞ୍ଚଳ ଥାନା ରାନ୍ଦିଆ ନରସିଂହପୁର ମୀନତି ପରିଡ଼ା ହଠାତ୍‌ ଅଣନିଶ୍ୱାସୀ ଅନୁଭବ କରିଥିଲେ। ଏହାପରେ ପରିବାର ଲୋକେ ତୁରନ୍ତ ୧୦୮ ଆମ୍ବୁଲାନ୍ସ ଯୋଗେ ଭଦ୍ରକ ଜିଲ୍ଲା ମେଡିକାଲରେ ଭର୍ତ୍ତି କରିଥିଲେ। ପରେ ତାଙ୍କୁ ପ୍ରାଥମିକ ଚିକିତ୍ସା କରି ମେଡିସିନ ଓ୍ୱାର୍ଡକୁ ନିଆଯାଉଥିଲା।

ଓ୍ୱାର୍ଡକୁ ନେବାବେଳେ ଲିଫ୍ଟଟି ହଠାତ୍‌ ଉପରକୁ ଉଠିଯାଇଥିଲା। ଶେଷରେ ମୀନତିଙ୍କର ଲିଫ୍ଟରେ ଚାପି ହୋଇ ମୃତ୍ୟୁ ହୋଇଛି। ମେଡିକାଲ କର୍ତ୍ତୃପକ୍ଷଙ୍କ ଅବହେଳା ଯୋଗୁଁ ଜଣେ ମହିଳା ରୋଗୀଙ୍କ ଜୀବନ ଗଲା ଯାହାପରେ ମେଡିକାଲ ପରିସରରେ ଉତ୍ତେଜନା ଦେଖାଦେଇଛି। ୟାହା ସଂପର୍କରେ ଖବର ପାଇ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଛି।

Leave a Reply

Your email address will not be published. Required fields are marked *