ହିନ୍ଦୁ ମାନଙ୍କୁ ନିର୍ମମ ହତ୍ୟା ପ୍ରତିବାଦରେ ହିନ୍ଦୁ ଆକ୍ରୋଶ
ସୋରଡ଼ା ଅଞ୍ଚଳ ର ବିଭିନ୍ନ ହିନ୍ଦୁ ସଂଗଠନ ତରଫରୁ ଆତଙ୍କବାଦିଙ୍କ ଦ୍ୱାରା ହିନ୍ଦୁ ମାନଙ୍କୁ ନିର୍ମମ ହତ୍ୟା ପ୍ରତିବାଦରେ ହିନ୍ଦୁ ଆକ୍ରୋଶ
ଗଞ୍ଜାମ ଜିଲ୍ଲା ସୋରଡ଼ା ବିଭିନ୍ନ ହିନ୍ଦୁ ସଂଗଠନ ତରଫରୁ ଏକ ନିରବ ଶୋଭାଯାତ୍ରା ର ଆୟୋଜନ କରାଯାଇଥିଲା। ଏହି ଶୋଭାଯାତ୍ରା ଥାନା ଠାରୁ ଆରମ୍ଭ ହୋଇ ନେତାଜୀ ସାହି ଶଶିଭୂଷଣ ଛକ , ରଥାଛକ ଠାରେ ଜଗନ୍ନାଥଙ୍କ ମନ୍ଦିର ପାଖରେ ସହିଦ ମାନଙ୍କ ଆତ୍ମାର ସଦଗତି ନିମନ୍ତେ ଦୀପଦାନ କରି ଗଣିଛକ୍ ଦେଇ ପୁଣି ଥାନାଠାର ସମାପ୍ତି କରିଥିଲେ l ଏହି କାର୍ଯ୍ୟକ୍ରମରେ ବଜରଙ୍ଗ ଦଳ ,ବିଶ୍ବହିନ୍ଦୁ ପରିଷଦ ଆର ଏସ ଏସ ତରଫରୁ ଜଗନ୍ନାଥ ମନ୍ଦିର ପରିସରରେ ମୃତକ ଙ୍କ ଅମର ଆତ୍ମା ର ସଦଗତି ସହିଦ ବ୍ୟକ୍ତି ଙ୍କ ଆଶୁ ଆରୋଗ୍ୟ ପାଇଁ ସାମୁହିକ ଦୀପ ଦାନ କରାଯାଇଥିଲା.।ଏହି ନିରବ ଶୋଭାଯାତ୍ରା ରେ ବଣିକ ସଂଘ ର ସମସ୍ତ ସଦସ୍ୟ, ବଜରଙ୍ଗ ଦଳ ,ବିଶ୍ବହିନ୍ଦୁ ପରିଷଦ,ବିଜେପି କର୍ମୀ , ଆର ଏସ ଏସ ର ସମସ୍ତ ସଦସ୍ୟ ,ସରସ୍ଵତୀ ଶିଶୁ ମନ୍ଦିରର ଗୁରୁଜୀ ଗୁରୁମା ଓ ହିନ୍ଦୁ ଭାଇଭଉଣୀ ମାନେ l ଏହି ଶୋଭାଯାତ୍ରାରେ ଯୋଗ ଦେଇ l ପାକିସ୍ଥାନ ମୂର୍ଦାବଡ ତତ୍ ସହିତ ଆତଙ୍କବାଦୀ ର ମୁଳୋତ୍ପାଟନ ଆମର ଦାବୀ ବୋଲି ସ୍ଲୋଗାନ ଦେଇଥିଲେ।ଭାରତ ମାତା ର ବିଜୟ ଗାଥା ରେ ସର ସହର କମ୍ପି ଉଠୁଥିଲା l ଏହି ଶୋଭାଯାତ୍ରା ରେ ବଜରଙ୍ଗ ଦଳ କର୍ମ କର୍ତ୍ତା,ବିଶ୍ବହିନ୍ଦୁ ପରିଷଦ ର କର୍ମକର୍ତ୍ତା, ଓ ଆର ଏସ ଏସ ର ସଦସ୍ୟ ମାନେ, ବିଜେପି କର୍ମୀ ଓ ସୋରଡ଼ା ପୋଲିସ ଙ୍କ ସହଯୋଗ ରେ ଶାନ୍ତି ଶ୍ରୁଖଳା ର ସହିତ ଏହି ଶୋଭାଯାତ୍ରା ସମାପନ ହୋଇଥିଲା l
ଗଞ୍ଜାମ ସୋରଡ଼ା ରୁ ନାରାୟଣ ଡାକୁଆ ଙ୍କ ରିପୋର୍ଟ
