ରାସନକାର୍ଡ ଆବେଦନକାରୀଙ୍କ ଆବେଦନର କ୍ଷେତ୍ର ସ୍ତରୀୟ ଯାଞ୍ଚ

ରାସନକାର୍ଡ ଆବେଦନକାରୀଙ୍କ ଆବେଦନର କ୍ଷେତ୍ର ସ୍ତରୀୟ ଯାଞ୍ଚ

ଭୁବନେଶ୍ୱର-ତା.୨୪.୦୪.୨୦୨୫

ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ଖୋର୍ଦ୍ଧା ଜିଲ୍ଲା ଅଧୀନରେ ବର୍ତ୍ତମାନ ନୂତନ ରାସନ କାର୍ଡ ପାଇଁ ଆବେଦନ କରିଥିବା ସମସ୍ତ ଆବେଦନକାରୀଙ୍କ ଦରଖାସ୍ତ ଗୁଡିକର ଯାଞ୍ଚ ପ୍ରକ୍ରିୟା ଜାରି ରହିଛି । ଖୋର୍ଦ୍ଧା ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ କ୍ଷେତ୍ର ସ୍ତରରେ ମଣ୍ଡଳ ଉନ୍ନୟନ ଅଧିକାରୀ ଓ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କ ଦ୍ୱାରା ସମ୍ପୃକ୍ତ ଆବେଦନ ପତ୍ର ଗୁଡିକର ଯାଞ୍ଚ କରାଯାଉଛି । ଆବେଦନକାରୀଙ୍କ ପ୍ରଦତ୍ତ ତଥ୍ୟ କ୍ଷେତ୍ର ସ୍ତରରେ ଅନୁସନ୍ଧାନ କରାଯାଇ ସେମାନଙ୍କ ତାଲିକା ପ୍ରସ୍ତୁତ କରାଯାଉଛି । ଅନୁସନ୍ଧାନ ପରେ ଆବେଦନ କରିଥିବା ଯୋଗ୍ୟ ଏବଂ ଅଯୋଗ୍ୟ (କାରଣ ସହିତ) ବ୍ୟକ୍ତିଙ୍କର ତାଲିକା ସମ୍ପୃକ୍ତ ବ୍ଲକ, ପୌରାଞ୍ଚଳ, ଗ୍ରାମପଞ୍ଚାୟତ ଓ ୱାର୍ଡ ସ୍ତରୀୟ କାର୍ଯ୍ୟାଳୟରେ ଜନ ସାଧାରଣଙ୍କର ସୂଚନା ନିମନ୍ତେ ପ୍ରକାଶ କରାଯିବ । ଯେଉଁ ଯୋଗ୍ୟ ବ୍ୟକ୍ତିମାନେ ତାଲିକାରେ ସ୍ଥାନ ପାଇବେ ସେମାନଙ୍କ ରାସନ କାର୍ଡ ପ୍ରସ୍ତୁତ ପାଇଁ ସମସ୍ତ ସଦସ୍ୟଙ୍କ ଇ-କେ.ୱାଇ.ସି ମଧ୍ୟ ପ୍ରସ୍ତୁତି ନିହାତି ଆବଶ୍ୟକ ଅଟେ । ଏହି ପ୍ରକ୍ରିୟା ପର୍ଯ୍ୟାୟକ୍ରମେ ଗ୍ରହଣ କରାଯିବ ଓ ତଦନୁସାରେ ରାସନ କାର୍ଡ ବଣ୍ଟନ କରାଯିବ ।
ଏହି ସମସ୍ତ କାର୍ଯ୍ୟ ବିଭିନ୍ନ ପର୍ଯ୍ୟାୟରେ କରାଯାଉଥିବା ଦୃଷ୍ଟିରୁ ଏଥିନିମନ୍ତେ ବ୍ୟସ୍ତତା ପ୍ରକାଶ ନ କରିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଜନସାଧାରଣଙ୍କୁ ପରାମର୍ଶ ଦିଆଯାଉଛି । ରାସନ କାର୍ଡ ବଣ୍ଟନ ପ୍ରକ୍ରିୟା ପର୍ଯ୍ୟନ୍ତ ଧୈର୍ଯ୍ୟର ସହିତ ଅପେକ୍ଷା କରିବା ପାଇଁ ପ୍ରଶାସନ ପକ୍ଷରୁ ନିବେଦନ କରାଯାଉଅଛି ।

Leave a Reply

Your email address will not be published. Required fields are marked *