ୱକଫ ସୁଧାର ଜନଜାଗରଣ ଦସ୍ତଖତ ଅଭିଯାନ ରେ ଯୋଗ
ଭଦ୍ରକ ସହର କଚେରି ପୁରୁଣା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ୱାକଫ ସୁଧାର ଜନଜାଗରଣ ଦସ୍ତଖତ ଅଭିଯାନ କାର୍ଯ୍ୟ କ୍ରମ ରେ ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟ ବଂଶୀ ସୁରଜ ଙ୍କ ସମେତ ବିଭିନ୍ନ ବର୍ଗର ଜନସାଧାରଣ ଯୋଗ ଦେଇ ଭାରତ ସରକାର ୱାକଫ ସୁଧାର ଆଣିବା ପାଇଁ ଯେଉଁ ପଦକ୍ଷେପ ଗ୍ରହଣ କରିଛନ୍ତି ଏହାକୁ ସ୍ବାଗତ କରିବା ସହ ଏହି ଦସ୍ତଖତ ଅଭିଯାନ ରେ ସାମିଲ ହୋଇଛନ୍ତି।
ମନ୍ତ୍ରୀ ଶ୍ରୀ ସୁରଜ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି କେନ୍ଦ୍ରରେ ଏହି ବିଲ୍ ପାସ୍ ହୋଇ ଥୂବାରୁ ସମଗ୍ର ଭାରତ ବର୍ଷରେ ୧୪୦ କୋଟି ଭାରତବାସୀ ବସବାସ କରୁଥିବାରୁ ସମସ୍ତଙ୍କ ଅବଗତ ହୋଇ ଥିବା ଏହି ୱାକଫ ପାଇଁ କେହି ସ୍ବର ଉତ୍ତୋଳନ କରି ନ ଥିବା ବେଳେ ଦେଶରେ କେବଳ କେତକ କୁଚକ୍ରି ଗୋଷ୍ଠି ନିଜର ସ୍ବାର୍ଥ ପାଇଁ ବିରୋଧ କରି ଉତେଜନା ସୃଷ୍ଟି କରୁ ଥୂବାରୁ ଏଥିରେ ନିର୍ବୃତ ରହିବାକୁ ସଚେତନ କରିଛନ୍ତି।ଏହି ୱାକଫ ଜନ ଜାଗରଣ ସ୍ବାକ୍ଷର ଅଭିଯାନରେ ବିଭିନ୍ନ ବର୍ଗର ଲୋକଙ୍କ ଭିଡ଼ ପରିଲକ୍ଷିତ ହୋଇ ଥିବା ଦେଖିବାକୁ ମିଳି ଥିଲା।
