ସରକାରି ନିର୍ଦେଶ କୁ ଫୁ କରିଛି ଶିଶୁ ବିକାଶ ବିଭାଗ,ଖରାରେ ଶିଝୁଛନ୍ତି ଅଙ୍ଗନୱାଡ଼ି କେନ୍ଦ୍ର ର ପିଲା

ଧରାକୋଟ,25/4/25କୋମଳମତି ପିଲା ମାନଙ୍କ ଶାରୀରିକ,ବୌଦ୍ଧିକ ବିକାଶ ପାଇଁ ସେମାନଙ୍କୁ ଅଙ୍ଗନୱାଡ଼ି କେନ୍ଦ୍ର କୁ ଅଭିଭାବକ ମାନେ ଛାଡୁଛନ୍ତି । ଏହି ସବୁ କେନ୍ଦ୍ରରେ 3ରୁ 5 ବର୍ଷ ପର୍ଯ୍ୟନ୍ତ କୁନି କୁନି ପିଲାଙ୍କୁ ଅକ୍ଷର ଶିକ୍ଷା ସହ ବିଭିନ୍ନ ଖେଳନା ଉପକରଣ ଦ୍ଵାରା ହସ ଖେଳ ମାଧ୍ୟମରେ ଶିକ୍ଷା ପ୍ରଦାନ ସହ ପୌଷ୍ଟିକ ବିକାଶ ପାଇଁ ପୋଷଣ ଯୁକ୍ତ ଖାଦ୍ୟ ଦିଆଯାଉଛି । ଧରାକୋଟ ବ୍ଲକରେ ମୋଟ 194 ଗୋଟି ଅଙ୍ଗନୱାଡ଼ି କେନ୍ଦ୍ର ରହିଛି । ଏହି ସବୁ କେନ୍ଦ୍ରରେ 4974 ଜନ କୁନି କୁନି ପିଲା ନାମ ଲେଖିଛନ୍ତି । ସକାଳ 7 ଘଣ୍ଟା ଠାରୁ 9 ଘଣ୍ଟା ପର୍ଯ୍ୟନ୍ତ ଅଙ୍ଗନୱାଡ଼ି କେନ୍ଦ୍ର ଖୋଲା ରହୁଛି । ଯାହା ଫଳରେ ଏହି ଦୁଇ ଘଣ୍ଟା ପିଲା ମାନେ କେନ୍ଦ୍ରରେ ରହୁଛନ୍ତି । ସଂପ୍ରତି ଧରାକୋଟ ଅଞ୍ଚଳରେ ତାପମାତ୍ରା 43 ଡିଗ୍ରୀ ରେ ପହଞ୍ଚିଛି। ଏଣୁ ଘରୁ ପଦାକୁ ବାହାରିବା ଏକ ରକମ ମୁସ୍କିଲ ହୋଇଗଲାଣି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଗତ ବୁଧବାର ଠାରୁ ରାଜ୍ୟର ସମସ୍ତ ବିଦ୍ୟାଳୟ ସାଙ୍ଗକୁ ଅଙ୍ଗନୱାଡ଼ି କେନ୍ଦ୍ର ସବୁ ବନ୍ଦ ରଖିବା ପାଇଁ ଘୋଷଣା କରିଛନ୍ତି । ପିଲା ମାନଙ୍କୁ ଶୁଖିଲା ଖାଦ୍ୟ ଘରେ ଘରେ ପ୍ରଦାନ ପାଇଁ ନିର୍ଦେଶ ନାମା ଜାରି ହୋଇଛି।ଫଳ ସ୍ୱରୂପ ସମସ୍ତ ବିଦ୍ୟାଳୟ ବନ୍ଦ ରହି ଥିବାରୁ ଛାତ୍ର ଛାତ୍ରୀ ମାନେ ବିଦ୍ୟାଳୟ କୁ ନଯାଇ କେବଳ ଶିକ୍ଷକ ଶିକ୍ଷୟତ୍ରୀ ମାନେ ବିଦ୍ୟାଳୟ କୁ ଯାଉଛନ୍ତି । କିନ୍ତୁ ସରକାରଙ୍କ ତରଫରୁ ଘୋଷଣା ପରେ ମଧ୍ୟ ଧରାକୋଟ ବ୍ଲକର ସମସ୍ତ 194 ଗୋଟି ଅଙ୍ଗନୱାଡ଼ି କେନ୍ଦ୍ର ଖୋଲା ରହୁଛି। ଖରାର ପ୍ରକୋପ ଦିନକୁ ଦିନ ବଢ଼ୁଥିଲେ ମଧ୍ୟ ପ୍ରତିଦିନ ବିପଦ ଜନକ ଭାବରେ ଅଙ୍ଗନୱାଡ଼ି କେନ୍ଦ୍ର କୁ ଛୋଟ ଛୋଟ ପିଲା ବାଧ୍ୟ ହୋଇ ଆସୁଛନ୍ତି । ଘଟଣା ସମ୍ପର୍କରେ ଧରାକୋଟ ସି ଡି ପି ଓ ସୁନିଲ ପ୍ରଭା ରଥ ଙ୍କ ସହ ଯୋଗାଯୋଗ ବେଳେ ସରକାର ଛୁଟି ପାଇଁ ଘୋଷଣା କରିଛନ୍ତି କିନ୍ତୁ ବର୍ତମାନ ସୁଦ୍ଧା କୌଣସି ଲିଖିତ ନିର୍ଦ୍ଦେଶନାମା ଆମ ବିଭାଗ ତରଫରୁ ଆସିନାହିଁ,ଏଣୁ ଆମେ ବାଧ୍ୟହୋଇ ଅଙ୍ଗନୱାଡ଼ି କେନ୍ଦ୍ର ଗୁଡିକୁ ଖୋଲୁଛୁ ବୋଲି ପ୍ରକାଶ କରିଛନ୍ତି । ଆଶ୍ଚର୍ଯ୍ୟର କଥା ଗୋଟିଏ ଦିନରେ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଜାରି ହେବାପରେ ବିଦ୍ୟାଳୟ ଗୁଡ଼ିକ ବନ୍ଦ କରିଦିଆଗଲା । ଅଥଚ କୁନି କୁନି ପିଲା ମାନେ ଅଙ୍ଗନୱାଡ଼ି କେନ୍ଦ୍ର ବନ୍ଦ ନହେବାରୁ ଖରାର ପ୍ରକୋପ ରେ ମଧ୍ୟ କେନ୍ଦ୍ରକୁ ଆସୁଛନ୍ତି । ସବୁକିଛି ଜାଣି ମଧ୍ୟ ମହିଳା ଓ ସିଶୁବିକାସ ବିଭାଗ ସରକାରୀ ନିର୍ଦ୍ଦେଶ କୁ ଫୁ କରି ଉଡାଇ ଦେଇ ଚୁପ ହୋଇ ବସିଥିବାରୁ ସାଧାରଣ ଲୋକଙ୍କ ମଧ୍ୟରେ ଉଦବେଗ ପ୍ରକାଶ ପାଇଛି। ଏଣୁ ତୁରନ୍ତ ବିଭାଗ ପକ୍ଷରୁ ସମସ୍ତ ଅଙ୍ଗନୱାଡ଼ି କେନ୍ଦ୍ର ବନ୍ଦ ପାଇଁ ନିର୍ଦ୍ଦେଶନାମା ଜାରୀ କରିବା ପାଇଁ ଦାବୀ ହେଉଛି ।

Leave a Reply

Your email address will not be published. Required fields are marked *