କାଶ୍ମୀରରେ ଘଟିଥିବା ବର୍ବର ହତ୍ୟାକାଣ୍ଡ ପ୍ରତିବାଦରେ ରାଇକିଆ ବଣିକ ସଂଘ ଏଵଂ ପୂଜା କମିଟି ପକ୍ଷ ରୁ ନିରବ ଶୋଭାଯାତ୍ରା

କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ରେ କାଶ୍ମୀର ର ପହଲଗାମ ଠାରେ ଘଟିଥିବା ନିର୍ମମ ହତ୍ୟାକାଣ୍ଡ ପ୍ରତି ବିରୋଧ ଜଣାଇ ରାଇକିଆ ବଣିକ ସଂଘ ଏଵଂ ପୂଜା କମିଟି ପକ୍ଷରୁ ଏକ ନିରବ ଶୋଭାଯାତ୍ରା ର ଆୟୋଜନ କରାଯାଇଥିଲା। ଶୋଭାଯାତ୍ରା ବେରେଡାକିଆ ଛକ ଠାରୁ ଆରମ୍ଭ ହୋଇ ଚୂନପଲ୍ଲୀ ଛକ ଦେଇ ସ୍ଥାନୀୟ ବିଶ୍ୱେଶ୍ୱର ମନ୍ଦିର ପରିସରରେ ମୃତକ ଙ୍କ ଅମର ଆତ୍ମା ର ସଦଗତି ସହିତ ଆହତ ବ୍ୟକ୍ତି ଙ୍କ ଆଶୁ ଆରୋଗ୍ୟ ପାଇଁ ସାମୁହିକ ଦୀପ ଦାନ କରାଯାଇଥିଲା.।ଏହି ନିରବ ଶୋଭାଯାତ୍ରା ରେ ବଣିକ ସଂଘ ର ସମସ୍ତ ସଦସ୍ୟ, ପୂଜା କମିଟି ର ସମସ୍ତ ସଦସ୍ୟ, ମହାଲକ୍ଷ୍ମୀ ପୂଜା କମିଟି ର ସମସ୍ତ ସଦସ୍ୟ ରାଇକିଆ ଅଞ୍ଚଳ ର ଜନସାଧାରଣ ଯୋଗ ଦେଇଥିଲେ.।ଏହି ଶୋଭାଯାତ୍ରାରେ ସାଧାରଣ ଜନତା ହାତ ରେ ପ୍ଲାକାର୍ଡ ଧରି ଆମେ ଘୃଣା ନୁହେଁ, ଆମେ ଶାନ୍ତି ଚାଁହୁ,ବିଭେଦ ନୁହେଁ, ଆମେ ଏକତା ଚାଁହୁଁ ତତ୍ ସହିତ ଆତଙ୍କବାଦୀ ର ମୁଳୋତ୍ପାଟନ ଆମର ଦାବୀ ବୋଲି ସ୍ଲୋଗାନ ଦେଇଥିଲେ।.ବଣିକ ସଂଘ ର ସାଧାରଣ ସମ୍ପାଦକ ଶ୍ରୀ ଦୁର୍ଯ୍ୟୋଧନ ଲେଙ୍କା ଙ୍କ କହିବା ପ୍ରକାରେ ଏହି ଘଟଣା ସମଗ୍ର ମାନବତାକୁ ହତାଶ କରିଛି ବୋଲି ମତବ୍ୟକ୍ତ କରିଥିଲେ।ସ୍ଥାନୀୟ ପ୍ରଶାସନ ମଧ୍ୟ ଏହି ଆଜିର ଏହି ଶାନ୍ତିପୂର୍ଣ୍ଣ ଶୋଭାଯାତ୍ରାରେ ସ୍ଥାନୀୟ ପ୍ରଶାସନ ମଧ୍ୟ ସହଯୋଗ କରିଥିବା ଦେଖିବାକୁ ମିଳିଥିଲା.। ଏହି କାର୍ଯ୍ୟକ୍ରମ କୁ ସାଂସଦ ପ୍ରତିନିଧି ସନ୍ତୋଷ କୁମାର ଲେଙ୍କା, ପୂଜା କମିଟି କୋଷାଧକ୍ଷ ସୁରେନ୍ଦ୍ର ପଣ୍ଡା, ବଣିକ ସଂଘ ସହ ସମ୍ପାଦକ ଦୁତି କୃଷ୍ଣ ପଣ୍ଡା ପରିଚାଳନା କରିଥିଲେ।

Leave a Reply

Your email address will not be published. Required fields are marked *