କୋଣାର୍କ କପ ଟି୨୦
କୋଣାର୍କ କପ ଟି୨୦
ରାଇଜିଙ୍ଗ ଷ୍ଟୁଡେଣ୍ଟକୁ ହରାଇ ସେମିରେ ରାଉରକେଲା ସ୍ପୋର୍ଟ୍ସ ଏକାଡେମୀ
କୋଣାର୍କ,୨୫.୦୪ କୋଣାର୍କ ସ୍ପୋର୍ଟସ ଏକାଡେମୀ ପକ୍ଷରୁ କୋଣାର୍କ ଭଗବତୀ ମହାବିଦ୍ୟାଳୟ ଖେଳ ପଡିଆରେ ଆୟୋଜିତ ପ୍ରଥମ ରାଜ୍ୟ ସ୍ତରୀୟ କୋଣାର୍କ କପ ଟିଟ୍ୱେଣ୍ଟି କ୍ରିକେଟ ଟୁର୍ଣ୍ଣାମେଂଟର ଚତୁର୍ଥ କ୍ୱାର୍ଟର ଫାଇନାଲ ମ୍ୟାଚରେ କଟକ ରାଇଜିଙ୍ଗ ଷ୍ଟୁଡେଣ୍ଟକୁ ୧୪ ରନରେ ହରାଇ ରାଉରକେଲା ସ୍ପୋର୍ଟ୍ସ ଏକାଡେମୀ ସେମିଫାଇନାଲ ପ୍ରବେଶ କରିଛି । ପ୍ରଥମେ ବ୍ୟାଟିଂ କରି ରାଉରକେଲା ସ୍ପୋର୍ଟ୍ସ ଏକାଡେମୀ ନିର୍ଦ୍ଧାରିତ ୨୦ ଓଭରରେ ୯ ୱିକେଟ ହରାଇ ୧୫୮ ରନ ସଂଗ୍ରହ କରିଥିଲା । ଦଳ ପକ୍ଷରୁ ଶୁଭଙ୍କର ବିଶ୍ୱାସ ଅର୍ଦ୍ଧ ଶତକ ହାସଲ କରିବା ସହ ୫୫ ରନ ସଂଗ୍ରହ କରିଥିଲେ । ରାଉରକେଲା ସ୍ପୋର୍ଟ୍ସ ଏକାଡେମୀ ପକ୍ଷରୁ ଆୟୁଷ ପାଣିଗ୍ରାହୀ, ଉମେଶ ଯାଦବ ଓ ସାହିଲ ପ୍ରସାଦ ପ୍ରତ୍ୟେକ ୨ଟି ଲେଖାଏଁ ୱିକେଟ ଅକ୍ତିଆର କରିଥିଲେ । ଜବାବରେ ରାଇଜିଙ୍ଗ ଷ୍ଟୁଡେଣ୍ଟ ନିର୍ଦ୍ଧାରିତ ୨୦ ଓଭରରେ ୯ ୱିକେଟ ହରାଇ ୧୪୪ ରନ ସଂଗ୍ରହ କରିଥିଲେ । ଦଳ ପକ୍ଷରୁ ଉଜ୍ୱଳ ସିଂ ସର୍ବାଧିକ ୨୭ ରନ ଦେଇ ୪ ଉଇକେଟ ହାସଲ କରିଥିଲେ। । ରାଉରକେଲାର ଶୁଭଙ୍କର ବିଶ୍ୱାସ ମ୍ୟାନ ଅଫ୍ ମ୍ୟାଚ ଭାବେ ପୁରସ୍କୃତ ହୋଇଥିଲେ । ଦୁଇ ଆମ୍ପାୟର ପ୍ରମୋଦ ସିହ୍ନା ଓ ଦେବେନ୍ଦ୍ର ମିଶ୍ର କ୍ୱାର୍ଟର ଫାଇନାଲ ମ୍ୟାଚ୍ ପରିଚାଳନା କରିଥିଲା ବେଳେ ରାଜେନ୍ଦ୍ର ଦଳାଇ ସ୍କୋର ବୋର୍ଡ ପରିଚାଳନା କରିଥିଲେ । ୨୬ ତାରିଖରେ ରାମେଶ୍ୱର ସ୍ପୋର୍ଟିଂ ଓ ରାଉରକେଲା ସ୍ପୋର୍ଟ୍ସ ଏକାଡେମୀ ମଧ୍ୟରେ ଦ୍ୱିତୀୟ ସେମିଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ । ପୂର୍ବରୁ ବିବିସିଏ ଫାଇନାଲ ରେ ପ୍ରବେଶ କରିଛି। ଫାଇନାଲ ମ୍ୟାଚ୍ ୨୮ତାରିଖରେ ଆୟୋଜନ କରାଯିବ ବୋଲି କୋଣାର୍କ ସ୍ପୋର୍ଟସ ଏକାଡେମୀ ସଭାପତି ଚନ୍ଦ୍ର ଶେଖର ସୁଚନା ଦେଇଛନ୍ତି। ତୁଷାର ସ୍ବାଇଁ, ସୁଜିତ୍ ରାଉତରାୟ, ରମାକାନ୍ତ ଖଟୋଇ, ବିରଞ୍ଚି ଦେବ ମହାପାତ୍ର ପ୍ରମୁଖ ଉପସ୍ଥିତ ରହି ଶ୍ରେଷ୍ଠ ଖେଳାଳିଙ୍କୁ ପୁରସ୍କାର ପ୍ରଦାନ କରିଥିଲେ
