ବିଜେପି ପକ୍ଷରୁ ମହମବତୀ ଶୋଭାଯାତ୍ରା

ବିଜେପି ପକ୍ଷରୁ ମହମବତୀ ଶୋଭାଯାତ୍ରା
କୋଣାର୍କ,୨୫.୦୪- କାକଟପୁର ନିର୍ବାଚନ ମଣ୍ଡଳୀ ଭାରତୀୟ ଜନତା ପାର୍ଟି ବାଲିଦୋକାନ ମଣ୍ଡଳ ଯୁବମୋର୍ଚ୍ଚା ପକ୍ଷରୁ ଜାମ୍ମୁ କାଶ୍ମୀର ପହଲଗାମ୍ ଠାରେ ପାକିସ୍ଥାନୀ ଆତଙ୍କବାଦୀ ଆକ୍ରମଣରେ ପ୍ରାଣ ହରାଇଥିବା ପର୍ଯ୍ୟଟକଙ୍କ ଅମର ଆତ୍ମାର ସଦଗତି କାମନା କରି ବାଲିଦୋକାନ ବଜାରରେ ମହମବତୀ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ପୁରୀ ଜିଲ୍ଲା ଯୁବମୋର୍ଚ୍ଚା ସାଧାରଣ ସମ୍ପାଦକ ରାକେଶ ବିଶ୍ୱାଳଙ୍କ ନେତୃତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଯୁବ ସଂଗଠକ ଆଦିତ୍ୟ ଜେନା, ସନ୍ତୋଷ ଜେନା, ଦାଶରଥି ବିଶ୍ଵାଳ, ସରୋଜ ବିଶ୍ଵାଳ, ପ୍ରମୋଦ ଖଟାଇ, ମାଗୁଣି ସାହୁ ପ୍ରମୁଖଙ୍କ ସହ ବିଜେପି କର୍ମୀ ମାନେ ମହମବତୀ ଲଗାଇ ପାକିସ୍ତାନ ଓ ସନ୍ତ୍ରାସବାଦୀ ବିରୋଧୀ ସ୍ଲୋଗାନ ଦେଇ ବଜାର ପରିକ୍ରମା କରିଥିଲେ। ଶେଷରେ ତ୍ରିନାଥ ମଣ୍ଡପରେ ଦୀପ ଓ ମହମବତୀ ଲଗାଇ ନୀରବ ପ୍ରାର୍ଥନା କରି ପହଲଗାମ୍ ଠାରେ ପାକିସ୍ଥାନୀ ଆତଙ୍କବାଦୀ ଆକ୍ରମଣରେ ପ୍ରାଣ ହରାଇଥିବା ପର୍ଯ୍ୟଟକଙ୍କ ଅମର ଆତ୍ମାର ସଦଗତି କାମନା କରିଥିଲେ।

Leave a Reply

Your email address will not be published. Required fields are marked *