ଆତଙ୍କବାଦୀ ଆକ୍ରମଣ ପ୍ରତିବାଦରେ ଗଁଦିଆରେ ମସାଲଓ ମହମବତୀ ଶୋଭାଯାତ୍ରା
ଆତଙ୍କବାଦୀ ଆକ୍ରମଣ ପ୍ରତିବାଦରେ ଗଁଦିଆରେ ମସାଲଓ ମହମବତୀ ଶୋଭାଯାତ୍ରା l ଗଁଦିଆ ତା 25/4/25–ଭାରତର ସୀମାନ୍ତ କେନ୍ଦ୍ର ଶାସିତ ଜାମ୍ମୁ କାଶ୍ମୀର ର ପହଲଗାଁଓ ଠାରେ ପାକିସ୍ତାନ ପ୍ରାୟୋଜିତ ଆତଙ୍କବାଦୀ ମାନେ ଯେଉଁ ବର୍ବରଚିତ୍ତ ଭାବରେ ଆକ୍ରମଣ କରି ନିରୀହ 28ଜଣ ଭାରତୀୟ ନାଗରିକ ମାନଙ୍କୁ ଅତି ନିର୍ମମ ଭାବରେ ଗୁଳି ମାରି ହତ୍ୟା କଲେ ତାହାର ପ୍ରତିବାଦ ସ୍ୱରୂପ ଆଜି ଗଁଦିଆ ପ୍ରେସ କ୍ଲବ ପକ୍ଷରୁ ସନ୍ଧ୍ୟା 7ଟା ସମୟରେ ଏକମଶାଲ ଓ ମହବତୀ ଶୋଭାଯାତ୍ରା ତାରିଣୀ ଛକ ଠାରୁ ବାହାରି ବ୍ଲକ ପରିସରରେ ଥିବା ସ୍ୱାଧୀନତା ସଂଗ୍ରାମୀ ସ୍ମୃତି ସ୍ତମ୍ଭ ପର୍ଯ୍ୟନ୍ତ ଆସିଥିଲା l ଉକ୍ତ ସ୍ତମ୍ଭ ଠାରେ ଏକ ପ୍ରତିବାଦ ସଭା ସଙ୍ଘ ସଭାପତି ମହେନ୍ଦ୍ର କୁମାର ସାହୁ ଙ୍କର ଅଧକ୍ଷତାରେ ଅନୁଷ୍ଠିତ ହୋଇଥିଲା ପ୍ରଥମେ ଦିବଂଗତ ଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜଣାଇ ନିରବ ପ୍ରାର୍ଥନା ହୋଇଥିଲା l ଉକ୍ତ କାର୍ଯ୍ୟକ୍ରମରେ ବ୍ଲକ ବି ଜେ ଡ଼ି ସଭାପତି ବିଶ୍ୱନାଥ ଜେନା, ପୂର୍ବତନ ବ୍ଲକ ଅଧକ୍ଷ ମଳୟ କୁମାର ସିଂହ, ପୂର୍ବତନ ସରପଞ୍ଚ ମଙ୍ଗରାଜ ବାରିକି ଗଁଦିଆ ବାର ଆସୋସିଏସ ସଭାପତି ପ୍ରଦୀପ କୁମାର ସାହୁ, ବରିଷ୍ଠ କଂଗ୍ରେସ ନେତା ଦମ୍ବୁରୁଧର ସେଠି, ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶିକ୍ଷକ ହରିହର ସାହୁ ସମିତି ସଭ୍ୟ ବଳରାମ ପରିଡା, ପୂର୍ବତନ ସରପଞ୍ଚ ପ୍ରଦୀପ କୁମାର ଦାସ, ପୂର୍ବତନ ସମିତି ସଭ୍ୟ ଦିଲ୍ଲୀପ ନାୟକ ବି ଜେ ପି ପିଙ୍ଗୁଆ ମଣ୍ଡଳ ସଭାପତି ଆନନ୍ଦ ଚନ୍ଦ୍ର ସାହୁ, ରାଘବ ଚନ୍ଦ୍ର ମହାରଣା, ଅଶୋକ ସାହୁ, ବିଦ୍ୟାଧର ସାହୁ, ବିକାଶ ଚନ୍ଦ୍ର ମିଶ୍ର, ବ୍ରହ୍ମାନନ୍ଦ ବିଶ୍ୱାଳ ଯୁଆଙ୍ଗ ସେଠି, ଗଁଦିଆ ପ୍ରେସ କ୍ଲବର ସଭ୍ୟ ବାଦଲ ମହାନ୍ତି, ସୁଦାମ ସାହୁ, ସୌମ୍ୟ ରଞ୍ଜନ ମହାନ୍ତି, କ୍ଷୀରୋଦ ଚନ୍ଦ୍ର ବେହେରା, ଅକ୍ଷୟ ପାତ୍ର ଙ୍କ ସମେତ ଶତାଧିକ ଦେଶ ପ୍ରେମୀ ଯୋଗଦାନ କରିଥିଲେ l
