ଗଞ୍ଜାମ ଜିଲ୍ଲା ରେ ଆଉ ଏକ ଅଂଶୁ ଜନିତ ମୃତ୍ୟୁ

ଗଞ୍ଜାମ ଜିଲ୍ଲା ରେ ଆଉ ଏକ ଅଂଶୁ ଜନିତ ମୃତ୍ୟୁ

ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଳକ ଅନ୍ତର୍ଗତ ପାଲକାଟୁ ପଞ୍ଚାୟତ ଅଧୀନ ଧୋବାଡି ଗ୍ରାମର ଟୁକୁନା ନାୟକ ପି-ବିପ୍ର ନାୟକ। ଅଂଶୁଘାତ ରେ ମୃତ ଟୁକୁନା ନାୟକ କର୍ମ ସାରି ଘରକୁ ଫେରୁଥିବା ସମୟରେ ପ୍ରବଳ ଗରମ ଯୋଗୁଁ ରାସ୍ତା କଡ଼ରେ ରେ ଅଚେତ ଅବସ୍ଥାରେ ପଡ଼ି ରହିଥିଲେ l କିଚିଲୋକ ଦେଖି ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଅଂଶୁଘାତ ରେ ମୃତ୍ୟୁ ବରଣ କରିଥିବା ସଂଦେହ କରାଯାଉଥିବା ପରିଲକ୍ଷିତ ହେଉଛି।ଧୋବାଡି ଗ୍ରାମର ଟୁକୁନା ନାୟକ ପି-ବିପ୍ର ନାୟକ ସବୁଦିନ ପରି ଆଜି ମଧ୍ୟ ନିଜର ଜିବିକା ଜୀବନ କାର୍ଯ୍ୟ ସାରି ଫେରୁଥିବାବେଳେ ଅତ୍ୟଧିକ ଗରମ ସହ୍ୟ ନ କରିପାରି ଅଂଶୁଘାତ ରେ ମୃତ୍ୟୁବରଣ କରିଥିବାବେଳେ। ଘଟଣା ସୂତ୍ର ରୁ ପ୍ରକାଶ ଥାଉକି ଅତ୍ୟଧିକ ଗରମ ସହ୍ୟ କରିନପାରିବା ଫଳରେ ରାସ୍ତାରେ ଟଳିପଡିଛି। ଫେରିବା ସମୟ ଗଡ଼ି ଯିବାରୁ ଘର ଲୋକେ ଇତସ୍ତତଃ ହୋଇ ଖୋଜାଖୋଜି ଆରମ୍ଭ କରିଥିଲେ। ଖବରପାଇ ଘଟଣା ସ୍ଥଳକୁ ପହଞ୍ଚି ଦେଖିଲାବେଳକୁ ଟୁକୁନା ନାୟକ ଅଚେତ ଅବସ୍ଥାରେ ପଡି ରହିଛ ସଙ୍ଗେ ସଙ୍ଗେ ସୋରଡା ମେଡିକାଲ କୁ ଆଣିଥିଲେ ମେଡିକାଲର କାର୍ଯ୍ୟରତ ଡାକ୍ତଟର ଟୁକୁନା ନାୟକ ଙ୍କୁ ଦେଖିଲା ବେଳକୁ ତାଙ୍କ ଜୀବନ ବାୟୁ ଚାଲିଯାଇଥିଲା l

ଗଞ୍ଜାମ ସୋରଡ଼ା ରୁ ନାରାୟଣ ଡାକୁଆ ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *