ବଲରା ମହୋତ୍ସବ ୨୦୨୫

କାକଟପୁର ବ୍ଲକ ଅନ୍ତର୍ଗତ ବଲରା ଗ୍ରାମରେ ବଲରା ମହୋତ୍ସବ କମିଟି ପକ୍ଷରୁ ଦୁଇ ଦିନିଆ ନୃତ୍ୟ ଓ ସଙ୍ଗୀତ କାର୍ଯ୍ୟକ୍ରମ ଚତୁର୍ଥ ବାର୍ଷିକ ବଲରା ମହୋତ୍ସବ ୨୦୨୫ ଧୁମ୍ ଧାମରେ ଆୟୋଜିତ ହୋଇଯାଇଛି। ଉଦଯାପନୀ ଉତ୍ସବରେ ଅତିଥି ଭାବେ ସାଂସଦ ପ୍ରତିନିଧି ସୁଦର୍ଶନ ସ୍ବାଇଁ, ସମାଜସେବୀ ଇଂ ରଞ୍ଜିତ କୁମାର ସ୍ବାଇଁ, ଯୁବ କଂଗ୍ରେସ ନେତା ସୌମ୍ୟକାନ୍ତ ଖୁଣ୍ଟିଆ, ବିଜେପି ଯୁବ ସଂଗଠକ ପ୍ରିୟବ୍ରତ ବିଶ୍ବାଳ ପ୍ରମୁଖ ଯୋଗ ଦେଇ ପିଲା ମାନଙ୍କୁ ଉତ୍ସାହିତ କରିବା ସହ ନୃତ୍ୟ ଓ ସଙ୍ଗୀତ କାର୍ଯ୍ୟକ୍ରମରେ ବିଜୟୀ ହୋଇଥିବା ପ୍ରତିଯୋଗୀ ମାନଙ୍କୁ ମାନପତ୍ର ଓ ଟ୍ରଫି ପ୍ରଦାନ କରି ପୁରସ୍କୃତ କରିଥିଲେ। ଗ୍ରାମବାସୀଙ୍କ ଏପରି ଚେଷ୍ଟା ଅତି ଉଚ୍ଚ କୋଟିର, ଗୋଟିଏ ଗାଁ ର ଲୋକମାନେ ମିଶି ଏତେବଡ ମହୋତ୍ସବ ଆୟୋଜିତ କରିଥିବାରୁ ଅତିଥି ମାନେ ଗ୍ରାମର ଯୁବ ପିଢ଼ିକୁ ପ୍ରଶଂସା କରିଥିଲେ। ଦୁଇ ରାତି ଧରି ଚାଲିଥିବା ଏହି ସାଂସ୍କୃତିକ କାର୍ଯ୍ୟକ୍ରମରେ ଗ୍ରାମର ପୁଅ ଓ ଝିଅ ମାନେ ମିଶି ଆକର୍ଷଣୀୟ ପ୍ରଦର୍ଶନ କରି ନାଚ ଗୀତରେ ମଞ୍ଚ ଦୁଲୁକେଇଲେ ଥିଲେ।

ନୃତ୍ୟ ଓ ଗୀତ ପରିବେଷଣ ସହ ବିଭିନ୍ନ ବର୍ଗରେ ନୃତ୍ୟ ପ୍ରତିଯୋଗିତା ଆକର୍ଷଣ ସାଜିଥିଲା, ଯାହାକୁ ଗ୍ରାମର ୫୦୦ ରୁ ଉର୍ଦ୍ଧ୍ବ ପୁରୁଷ ଓ ମହିଳା ମାନେ ଉପସ୍ଥିତ ରହି ମନୋରଞ୍ଜନ କରିଥିଲେ। ସିନିୟର ବର୍ଗରେ ବେଷ୍ଟ ଡାନ୍ସ ଗ୍ରୁପ ଭାବେ ନଟରାଜ ଡାନ୍ସ ଏକାଡେମି ନିମାପଡ଼ା ଓ ଜୁନିଅର ବର୍ଗରେ ବେଷ୍ଟ୍ ଡାନ୍ସ ଗ୍ରୁପ ବାଙ୍ଗୁରିଗାଁର ନୃତ୍ୟ ସାଗର ଡାନ୍ସ ଏକାଡେମିକୁ ଟ୍ରଫି ପ୍ରଦାନ କରାଯାଇଥିଲା। ସାମ୍ବାଦିକ ଜ୍ଞାନ ରଞ୍ଜନ ବିଶ୍ଵାଳ, ଆଦିତ୍ୟ ରାଉତ୍ ଓ ଗଣେଶ ବେହେରାଙ୍କୁ କମିଟି ପକ୍ଷରୁ ସମ୍ମାନିତ କରାଯାଇଥିଲା। ଏହି ମହୋତ୍ସବକୁ ପ୍ରତିଷ୍ଠାତା ତାପସ କୁମାର କାଣ୍ଡି , ସଭାପତି ଭକ୍ତ ପ୍ରସାଦ କାଣ୍ଡି , ଉପସଭାପତି ହୁଲାସ କାଣ୍ଡି, ସଂପାଦକ ତପନ ଦାସ, ପରିଚାଳକ ମନୋଜ କୁମାର ଭୋଇ, କୋଷଧକ୍ଷ ସୁବ୍ରତ କୁମାର ଭୋଇ, ଉପଦେଷ୍ଟା କମିଟି ସଭ୍ୟ ଅରକ୍ଷିତ କାଣ୍ଡି, ହୃଦାନନ୍ଦ ଭୋଇ, ପ୍ରଶାନ୍ତ କାଣ୍ଡି, ପ୍ରକାଶ ଚନ୍ଦ୍ର ଭୋଇ, ଅଜୟ କାଣ୍ଡି, କ୍ଷୀରୋଦ ଭୋଇ, ରୁପେଶ ରଞ୍ଜନ ସାହ, ଚିନ୍ମୟ କୁମାର ମଲ୍ଲିକ୍ ପ୍ରମୁଖ ମହୋତ୍ସବ କୁ ସୁନ୍ଦର ଭବେ ଆୟୋଜନ କରି ସଫଳ କରାଇବାରେ ମୂଖ୍ୟ ଭୂମିକା ଗ୍ରହଣ କରିଥିଲେ।

Leave a Reply

Your email address will not be published. Required fields are marked *