କୋଣାର୍କ କପ୍ ଟି୨୦
କୋଣାର୍କ ,୨୬-୦୪ କୋଣାର୍କ ସ୍ପୋର୍ଟସ ଏକାଡେମୀ ପକ୍ଷରୁ କୋଣାର୍କ ଭଗବତୀ ମହାବିଦ୍ୟାଳୟ ଖେଳ ପଡିଆରେ ଆୟୋଜିତ ପ୍ରଥମ ରାଜ୍ୟ ସ୍ତରୀୟ କୋଣାର୍କ କପ ଟି ଟ୍ୱେଣ୍ଟି କ୍ରିକେଟ ଟୁର୍ଣ୍ଣାମେଂଟର ଦ୍ବିତୀୟ ସେମିଫାଇନାଲ ମ୍ୟାଚରେ ରାଉରକେଲା ସ୍ପୋର୍ଟସ ଏକାଡେମୀ କୁ ୮ ଉଇକେଟରେ ହରାଇ ରାମେଶ୍ବର ସ୍ପୋର୍ଟିଂ ଫାଇନାଲରେ ପ୍ରବେଶ କରିଛି। ପ୍ରଥମେ ବ୍ୟାଟିଂ କରି ରାଉରକେଲା ସ୍ପୋର୍ଟସ ଏକାଡେମୀ ୧୯.୪ ଓଭର ସମସ୍ତ ୱିକେଟ ହରାଇ ମାତ୍ର ୧୨୯ ରନ ସଂଗ୍ରହ କରିଥିଲେ । ଦଳ ପକ୍ଷରୁ ଅଭିଷେକ ଚମ୍ପତି ୧୧ ବଲରେ ୩୨ ରନ ସଂଗ୍ରହ କରିଥିଲେ । ରାମେଶ୍ବର ସ୍ପୋର୍ଟିଂର ଆଶୁତୋଷ ନାୟକ ୩.୪ ଓଭର ବୋଲିଂ କରି ୩୨ ରନ ଦେଇ ୪ ୱିକେଟ ଅକ୍ତିଆର କରିଥିଲେ । ଜବାବରେ ରାମେଶ୍ବର ସ୍ପୋର୍ଟିଂ ୧୬ ଓଭରରେ ଦୁଇ ୱିକେଟ ହରାଇ ୧୩୩ ରନ ସଂଗ୍ରହ କରି ୮ ଉଇକେଟରେ ବିଜୟୀ ହୋଇଥିଲା । ରାମେଶ୍ବର ସ୍ପୋର୍ଟିଂ ପକ୍ଷରୁ ଏମ୍ ଜି ଗୋପାଳ ସର୍ବାଧିକ ୨୫ ବଲରୁ ୪୦ ରନ ସଂଗ୍ରହ କରିଥିଲେ । ରାଉରକେଲାର ଅଭିଷେକ ସିଂ ୨ୱିକେଟ ଅକ୍ତିଆର କରିଥିଲେ । ରାମେଶ୍ବର ସ୍ପୋର୍ଟିଂ ପକ୍ଷରୁ ଏମ୍ ଜି ଗୋପାଳ ମ୍ୟାନ ଅଫ୍ ମ୍ୟାଚ୍ ଭାବେ ପୁରସ୍କୃତ ହୋଇଥିଲେ । ଓସିଏ ପ୍ୟାନେଲ ଆମ୍ପେୟାର ସତ୍ୟରଞ୍ଜନ ମହାପାତ୍ର ଓ ଦେବେନ୍ଦ୍ର ନାଥ ମିଶ୍ର ମ୍ୟାଚ୍ କୁ ପରିଚାଳନା କରିଥିଲେ । ଧିରେନ୍ ଚାନ୍ଦ ପିଚ୍ କ୍ୟୁରେଟର ଓ ରାଜେନ୍ଦ୍ର ଦଳାଇ, ଦୀପ୍ତିରଞ୍ଜନ ବାରିକ ସ୍କୋର ବୋର୍ଡ ପରିଚାଳନା କରିଥିଲେ । ଉଦଘୋଷକ ଭାବେ ପ୍ରଶାନ୍ତ ପାତ୍ର, ସଂଗ୍ରାମ ଭୋଳ ଦାୟିତ୍ଵ ସମ୍ପର୍ନ୍ନ କରିଥିଲେ । ରାଜ୍ୟ ସ୍ତରୀୟ ଏହି କ୍ରିକେଟ ଟୁର୍ଣ୍ଣାମେଣ୍ଟକୁ କୋଣାର୍କ ସ୍ପୋର୍ଟିଂ ଏକାଡେମୀର ସମସ୍ତ କର୍ମକର୍ତ୍ତା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଆସନ୍ତା ୨୮ ତାରିଖ ଫାଇନାଲ ମ୍ୟାଚରେଭାରତ ଭୁଷଣ କ୍ରିକେଟ ଏକାଡ଼େମୀ କୁ ଭେଟିବ ରାମେଶ୍ବର ସ୍ପୋର୍ଟିଂ।
