ଅଗ୍ନିକାଣ୍ଡରେ ୩ଦୋକାନ ଭସ୍ମୀଭୂତ

କୋଣାର୍କ,୨୬.୦୪- କୋଣାର୍କ ବସଷ୍ଟାଣ୍ଡ ପ୍ରବେଶ ପଥରେ ଥିବା ୩ଟି ଦୋକାନରେ ଶନିବାର ବିଳମ୍ବିତ ରାତିରେ ନିଆଁ ଲାଗି ନଗଦ ଅର୍ଥ ସମେତ ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡ଼ି ପାଉଁଶ ହୋଇଯାଇଥିବା ଜଣାପଡିଛି। ପ୍ରାପ୍ତ ସୂଚନାରୁ ଜଣାପଡେକି କୋଣାର୍କ ବସଷ୍ଟାଣ୍ଡ ପ୍ରବେଶ ପଥ ରାସ୍ତା ପାର୍ଶ୍ଵରେ ଥିବା ଏକ ଫାଷ୍ଟଫୁଡ , ଫଳ ଦୋକାନ ସହ ଭେରାଇଟ ଷ୍ଟୋରରେ ଗତ ଶନିବାର ବିଳମ୍ବିତ ରାତିରେ ନିଆଁ ଲାଗି ସଂପୂର୍ଣ୍ଣ ଜଳି ଯାଇଛି। ଏନେଇ ତିନି ଦୋକାନର ମାଲିକ ଲିଙ୍ଗରାଜ ବେଉରା ଓ ଲିଙ୍ଗରାଜ ନାୟକ କୋଣାର୍କ ଥାନାରେ ଲିଖିତ ଅଭିଯୋଗ କରିଅଛନ୍ତି।

ଅଗ୍ନିକାଣ୍ଡର ସଠିକ କାରଣ ଜଣାପଡ଼ିନଥିବା ବେଳେ ଖବର ପାଇ ଚମ୍ପାହାର ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିବା ସହ ଏକ ବଡଧରଣର ଅଗ୍ନିକାଣ୍ଡରୁ ରକ୍ଷା କରିଥିଲେ। ନିଆଁକୁ ଆୟତ ପୂର୍ବରୁ ଦୁଇଟି ଦୋକାନ ସହ ତା ମଧ୍ୟରେ ଥିବା ସମସ୍ତ ସାମଗ୍ରୀ ସମେତ ନଗଦ ଅର୍ଥ ପୋଡ଼ି ପାଉଁଶ ହୋଇଯାଇଥିଲା। କ୍ଷତିଗ୍ରସ୍ତ ଦୋକାନୀ ଦ୍ବୟଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ସାଧାରଣରେ ଦାବି ପ୍ରକାଶ ପାଇଛି।

Leave a Reply

Your email address will not be published. Required fields are marked *