ଜଷ୍ଟିସ ଡିମାଣ୍ଡ

ପୁରୀ ସଦର ଥାନା ଛଇତନା ଗାଁର ମମତା ଭୋଇଙ୍କ ପୁଅକୁ ସେହି ଗାଁର କିଛି ଅସାମାଜିକ ଯୁବକ ଗତ ଅକ୍ଟୋବର ୨୯ ମରଣାନ୍ତକ ଆକ୍ରମଣ କରିଥିଲେ।ପୁଅର ହାତ,ଗୋଡ଼ ଭାଙ୍ଗିଯିବା ସହ ତା ଖପୁରୀ ମେଲା ହୋଇଯାଇଛି।ଗୁରୁତର ଅବସ୍ଥାରେ ସେ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛି।ଏ ନେଇ ମମତା ପ୍ରଥମେ ସଦର,ପରେ ରାମଚଣ୍ଡୀ ଏବଂ ପରେ ନିମାପଡା ଥାନାରେ ଅଭିଯୋଗ କରିଥିଲେ।ପୋଲିସ ମାମଲା ରୁଜୁ କରିଥିଲେ ହେଁ କୋହଳ ଦଫା ଲଗାଇଛି ।ଆକ୍ରମଣକାରୀ ଗାଁରେ ବୁଲୁଥିବାବେଳେ ପରିବାର ଲୋକଙ୍କୁ ଧମକାଇଛନ୍ତି।ଏ ନେଇ ଆଜି ପରିବାର ଲୋକେ ଏସପିଙ୍କୁ ଭେଟିଛନ୍ତି।

Leave a Reply

Your email address will not be published. Required fields are marked *