ପ୍ରେସ ରିଲିଜ

ତା -27/04/2025*ଓଡିଶା ଆଉଟସୋର୍ସିଙ୍ଗ ପୌର କର୍ମଚାରୀ ସଂଘର ଦ୍ଵିତୀୟ ଗଞ୍ଜାମ ଜିଲ୍ଲା ସମ୍ମିଳନୀ ଅନୁଷ୍ଠିତ*ବ୍ରହ୍ମପୁର – ଆଜି ସ୍ଥାନୀୟ ବେଲଗୁଣ୍ଠା, ଟାଉନ ହଲ ପରିସରରେ ଜିଲ୍ଲା ସଭାପତି ପ୍ରଶାନ୍ତ ପରିଛାଙ୍କ ସଭାପତିତ୍ୱରେ ଓଡିଶା ଆଉଟସୋର୍ସିଙ୍ଗ ପୌର କର୍ମଚାରୀ ସଂଘର ଦ୍ଵିତୀୟ ଗଞ୍ଜାମ ଜିଲ୍ଲା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି I ଏହି କ୍ରମରେ ସ୍ଥାନୀୟ ବ୍ଲକ ଖେଳ ପଡିଆ ପରିସରରୁ କର୍ମଚାରୀମାନଙ୍କ ଏକ ବିଶାଳ ରାଲି ବାହାରି ସହର ପରିକ୍ରମା କରିଥିଲା । ସମ୍ମିଳନୀରେ କର୍ମଚାରୀମାନଙ୍କ ବିଭିନ୍ନ ଅସୁବିଧା ବିଷୟରେ ଆଲୋଚନା କରିବା ସହିତ ଏହି ଜନବିରୋଧୀ ଆଉଟସୋର୍ସିଙ୍ଗ ବ୍ୟବସ୍ଥା ବିରୁଦ୍ଧରେ ଆନ୍ଦୋଳନ କରିବାକୁ ମତ ପ୍ରକାଶ ପାଇଥିଲା । ଆଗାମୀ ଦିନରେ ସବୁ ଜିଲ୍ଲାରେ ସଂଗଠନକୁ ମଜବୁତ କରି ଆନ୍ଦୋଳନକୁ ଓଲ୍ହାଇବାକୁ ସର୍ବ ସମ୍ମତିକ୍ରମେ ନିଷ୍ପତି ହୋଇଥିଲା I ସଂଘର ସାଧାରଣ ସମ୍ପାଦକ ସମ୍ପାଦକୀୟ ବିବରଣୀ ଉପସ୍ଥାପନ କରିବା ସହିତ କୋଷାଧକ୍ଷ ଆୟବ୍ୟାୟର ହିସାବ ପ୍ରଦାନ କରିଥିଲେ । ସୂଚନାଯୋଗ୍ୟ ରାଜ୍ୟ ତଥା ଜିଲ୍ଲାର ପୌର ବିଭାଗର ବିଭିନ୍ନ ୟୁଏଲବି (ଅର୍ବାନ ଲୋକାଲ ବଡ଼ି ) ରେ ସ୍ଥାୟୀ କର୍ମଚାରୀଙ୍କ ନିଯୁକ୍ତି ଦୀର୍ଘଦିନ ଧରି ବନ୍ଦ ହୋଇ ରହିଥିବା ବେଳେ ବର୍ତ୍ତମାନ ଅସ୍ଥାୟୀ ଆଉଟସୋର୍ସିଙ୍ଗ କର୍ମଚାରୀଙ୍କ ଦ୍ୱାରା ସଫେଇ କାମ ଜାରୀ ରହିଛି I ବର୍ତ୍ତମାନ ପ୍ରାୟତଃ ନିୟମିତ କର୍ମଚାରୀ ମାନେ ଅବସର କାରଣରୁ କେବଳ ଏହି କର୍ମଚାରୀ ମାନେ ସର୍ଭିସ ପ୍ରୋଭାଇଡ଼ର ଏଜେନ୍ସି ଅଧୀନରେ ହିଁ କାର୍ଯ୍ୟ କରି ଆସୁଛନ୍ତି I ଝାଡୁଦାର, ଡ୍ରାଇଭର, ହେଲପର, ଟେକନିସିଆନ, ଡାଟାଏଣ୍ଟ୍ରି ଅପରେଟର, ସ୍ୱଚ୍ଛସାଥି, ସୁପରଭାଇଜର, ସ୍ୱଚ୍ଛ ସଵାରୀ, ସ୍ୱଚ୍ଛ କର୍ମୀଙ୍କ ଭଳି କର୍ମଚାରୀମାନଙ୍କ ମଧ୍ୟରୁ ଅଧିକାଂଶ ମହିଳା କର୍ମଚାରୀ ସହରାଞ୍ଚଳର ପରିମଳ କାର୍ଯ୍ୟଗୁଡିକୁ ସଫଳ ରୂପାୟନ କରିଥାନ୍ତି ।ଅନ୍ୟାନ୍ୟ ପ୍ରମୁଖ ଦାବୀ ଗୁଡିକ ମଧ୍ୟରେ GST ବାବଦରେ ସରକାର ନେଉଥିବା ଦରମାର ୧୮% ବନ୍ଦ କରାଯାଉ I

ଗାରିମା ଯୋଜନା ଅଧୀନରେ ଡ୍ରେନେଜ, ନାଳ ନର୍ଦ୍ଦମା, ମ୍ୟାନହୋଲ, ପାଇଖାନା ଟାଙ୍କି, ଭଳି ବିପଦପୂର୍ଣ୍ଣ କାର୍ଯ୍ୟଗୁଡିକ ପାଇଁ ସରକାର ବର୍ଦ୍ଧିତ କୁଶଳୀ ହାରରେ ଦରମା ଦେବା କଥା କିନ୍ତୁ ତାହା ଏ ପର୍ଯ୍ୟନ୍ତ କିଛି କର୍ମଚାରୀମାନଙ୍କୁ ହିଁ ଲାଗୁ ହେଉଛି I ସମସ୍ତ ସଫେଇ କର୍ମଚାରୀଙ୍କୁ ଗାରିମା ଯୋଜନାରେ ସାମିଲ ପାଇଁ ଦାବୀ କରାଯାଇଥିଲା । ଏହାବ୍ୟତୀତ ବଜାର ଦର ଅନୁସାରେ ଦରମା ପ୍ରଦାନ, ସୁପ୍ରିମକୋର୍ଟଙ୍କ ଘୋଷଣା ଅନୁସାରେ ସମାନ କାମ କୁ ସମାନ ଦରମା, ସମସ୍ତ ଆଉଟସୋର୍ସିଙ୍ଗ କର୍ମଚାରୀଙ୍କ ନିଯୁକ୍ତିରେ ଏଜେନ୍ସି କୁ ହଟାଇ ସ୍ଥାୟୀ ନିଯୁକ୍ତି ପ୍ରଦାନ, ସ୍ଥାୟୀ ନିଯୁକ୍ତିରୁ ବାଦ ପଡ଼ିଥିବା ଏନଏମଆର କର୍ମଚାରୀମାନଙ୍କୁ ସ୍ଥାୟୀ ଘୋଷଣା କରିବା, କାର୍ଯ୍ୟ କ୍ଷେତ୍ରରେ ମହିଳା ସଫେଇ କର୍ମଚାରୀମାନଙ୍କୁ ସୁରକ୍ଷା ତଥା ସେମାନଙ୍କୁ ରାତ୍ରି କାଳୀନ ଡ୍ୟୁଟି ବଦଳରେ ଦିନ ଡ୍ୟୁଟି ପ୍ରଦାନ ବ୍ୟବସ୍ଥା, ସରକାରଙ୍କ ପୂର୍ବ ଘୋଷଣା ଅନୁଯାୟୀ ମାତୃତ୍ୱ କାଳୀନ ଛୁଟିରୁ ମହିଳା ସଫେଇ କର୍ମଚାରୀ ବାଦ ପଡୁଛନ୍ତି ଫଳ ରେ ଜଣେ ମହିଳା କର୍ମଚାରୀ ମାତୃତ୍ୱକାଳୀନ ଛୁଟି ନେଲେ ତାହାର ଚାକିରୀ ଚାଲିଯାଉଛି ତେଣୁ ସମସ୍ତ ବର୍ଗର ମହିଳା କର୍ମଚାରୀଙ୍କୁ ମାତୃତ୍ୱକାଳୀନ ଛୁଟି ପ୍ରଦାନ ଦାବୀ, ଇପିଏଫ /ଇଏସଆଇର ସଠିକ ପୈଠ ଓ ସମସ୍ତ କ୍ଳେମ ସୁବିଧା ପ୍ରଦାନ, ମାସର ପ୍ରଥମ ସପ୍ତାହ ସୁଦ୍ଧା ଦରମା ପ୍ରଦାନ ସହ ପ୍ରତ୍ୟେକ ମାସ ରେ ସ୍ୟାଲେରୀ ସ୍ଲିପ ପ୍ରଦାନ, ଅବସର କାଳୀନ ତଥା ମୃତ କର୍ମଚାରି ଙ୍କ ପେନସେନ ଓ pf ର ସମସ୍ତ ସୁବିଧା ପ୍ରଦାନ ଓ ସେଇ ସ୍ଥାନ ରେ ପରିବାର ର ଜଣକୁ ନିଯୁକ୍ତି, ସଫେଇ କର୍ମଚାରୀ ମାନଙ୍କୁ ବିଭିନ୍ନ ସଫେଇ ଓ ସୁରକ୍ଷା ଉପକରଣ ପ୍ରଦାନ, କାର୍ଯ୍ୟକ୍ଷେତ୍ର ପାଇଁ ସୁରକ୍ଷା ଉପକରଣ ସହ, ପ୍ରତ୍ୟେକ ମାସ ରେ ସ୍ୱାସ୍ଥ୍ୟ ପରୀକ୍ଷା ସୁନିଶ୍ଚିତ କରିବା, ଠିକାଦାର ମାନଙ୍କ ଦ୍ୱାରା ଆର୍ଥିକ, ମାନସିକ ନିର୍ଯାତନା ବନ୍ଦ ସହ ବିନା କାରଣ ରେ ଛଟେଇ ବନ୍ଦ କରିବା, ଆଠ ଘଣ୍ଟାରୁ ଅଧିକ ଡ୍ୟୁଟି ନ ଦେବା ସହ ବିନା କାରଣ ରେ ଛଟେଇ କର୍ମଚାରୀଙ୍କୁ ପୁନଃ ନିଯୁକ୍ତି ପ୍ରଦାନ I* ସରକାରଙ୍କ ଦ୍ୱାରା ଘୋଷିତ ପାଞ୍ଚ ବର୍ଷିଆ ଅଭିଜ୍ଞତା ଭିତ୍ତିକ ଦରମା ବୃଦ୍ଧି ସହ ବାର୍ଷିକ 12 ଟି ବାର୍ଷିକ ଛୁଟି ସମସ୍ତ ବର୍ଗର ଆଉଟସୋର୍ସିଙ୍ଗ କର୍ମଚାରୀ ଙ୍କୁ ଲାଗୁ I

* ସ୍ୱଚ୍ଛଭାରତ ସ୍କିମରେ ଘର ଘର ବୁଲି ସଫେଇ କାମର ୟୁଜର ଫିଜ (ସେସ) ସଂଗ୍ରହ କରୁଥିବା ସ୍ୱଚ୍ଛସାଥି ଓ ସୁପରଭାଇଜର ମାନଙ୍କୁ କର୍ମଚାରୀ ମାନ୍ୟତା ସହ ବିନା କଟକଣା ରେ ସର୍ବନିମ୍ନ ମଜୁରୀ ପ୍ରଦାନ Iଉକ୍ତ କାର୍ଯ୍ୟକ୍ରମ ରେ ଅନୁବନ୍ଧିତ ମହାସଂଘ ସର୍ବଭାରତୀୟ ଶ୍ରମିକ ସଂଗଠନ ଇଫଟୁ (IFTU) ର ରାଜ୍ୟ ସଭାପତି ପ୍ରତାପ ପ୍ରଧାନ, ଓ ସଂଘ ର ଉପଦେଷ୍ଠା ସ୍ତମ୍ଭକାର ଭାଲ ଚନ୍ଦ୍ର ଷଡ଼ଙ୍ଗୀ ପ୍ରମୁଖ ଉପସ୍ଥିତ ରହି ବ୍ୟବସ୍ଥା ର ମୁଳୋତ୍ପାଟନ ପାଇଁ ନିରେପେକ୍ଷ ଆନ୍ଦୋଳନ ହିଁ ଏକମାତ୍ର ରାସ୍ତା ବୋଲି ବକ୍ତବ୍ୟ ରଖିଥିଲେ I ଉକ୍ତ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସଂଘ ସଭାପତି ପ୍ରଶାନ୍ତ ପରିଛା, ଇଫଟୁର ରାଜ୍ୟ ସମ୍ପାଦକ ଅଗେନ୍ଦ୍ର ନାୟକ, ଜିଲ୍ଲା ସମ୍ପାଦକ ଉତ୍ତମ ନାୟକ, ରାହୁଲ ନାୟକ,ପ୍ରଗତିଶୀଳ ବୁଦ୍ଧିଜୀବୀ ଶ୍ରୀମନ୍ତ ମାହାନ୍ତି, ବ୍ରହ୍ମପୁର ବିଶ୍ୱ ବିଦ୍ୟାଳୟ ରାଜନୀତି ବିଜ୍ଞାନର ଗବେଷିକା ପ୍ରିୟତମା ମଲ୍ଲିକ, ରାହୁଲ ନାୟକ, ସଂଯୁକ୍ତା ଦାସ, ହିମାଂଶୁ ପଟ୍ଟନାୟକ, ବିଚିତ୍ର ସାହୁ, ନମିତା ନାୟକ, ଏଆଇକେଏମଏସ୍ ରାଜ୍ୟ ସମ୍ପାଦକ ପ୍ରତାପ ନାୟକ,ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *