ପୂଜ୍ୟ ପୂଜା ସମିତି ପକ୍ଷରୁ ଓଡ଼ିଆ ସ୍ୱାଭିମାନୀ ମଧୁସୂଦନ ଦାସଙ୍କ ଜୟନ୍ତୀ ପାଳନ
ପୂଜ୍ୟ ପୂଜା ସମିତି ପକ୍ଷରୁ ଓଡ଼ିଆ ସ୍ୱାଭିମାନୀ ମଧୁସୂଦନ ଦାସଙ୍କ ଜୟନ୍ତୀ ପାଳନ
‘ଅଖଣ୍ଡ ଓଡିଶା ଗଠନ ନେଇ ସଂକଳ୍ପ ‘
ବ୍ରହ୍ମପୁର, ତା. ୨୮. ୪. ୨୦୨୫ ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ପୂଜ୍ୟ ପୂଜା ସମିତି ପକ୍ଷରୁ ଓଡ଼ିଆ ଜାତୀୟତାର ପ୍ରଥମ ଆନ୍ଦୋଳନକାରୀ ତଥା ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ୧୭୮ତମ ଜୟନ୍ତୀ ଆଜି ଗାନ୍ଧି ନଗର ଛକ ସ୍ଥିତ ତାଙ୍କ ପ୍ରତିମୂର୍ତ୍ତି ଠାରେ ପାଳନ ହୋଇଯାଇଛି l ସମିତି ସଭାପତି ଆର. ସତ୍ୟ ନାରାୟଣ ରାଓ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିବା ବେଳେ ଆଇନଜୀବି ଅବନୀ ଗୟାଙ୍କ ଅଧ୍ୟକ୍ଷତାରେ ସ୍ମୃତି ଚାରଣ ଅନୁଷ୍ଠିତ ହୋଇଥିଲା l ସମସ୍ତ ସରକାରୀ,ବେସରକାରୀ ଓ ବ୍ୟବସାୟିକ ଅନୁଷ୍ଠାନର ନାମ ଫଳକ ଓଡ଼ିଆ ଭାଷାରେ ଉଲ୍ଲେଖ କରିବା,ଓଡ଼ିଆ ବରପୁତ୍ର ତଥା ମହାମନୀଷୀଙ୍କ ପ୍ରତିମୂର୍ତ୍ତି ଗୁଡିକୁ ନିୟମିତ ଭାବେ ରକ୍ଷଣବେକ୍ଷଣ କରିବା,ଓଡ଼ିଆ ବରପୁତ୍ରଙ୍କ ପ୍ରତିମୂର୍ତ୍ତି ଠାରେ ଓଡ଼ିଆ ଭାଷାରେ ତାଙ୍କ ପରିଚୟ ଉଲ୍ଲେଖ କରିବା,ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି ଓ ପ୍ରତିଭାର ଉନ୍ନତି ପାଇଁ ସଠିକ ମାତ୍ରାରେ ପ୍ରୋଛାହନ କରିବା ,ଓଡିଶାର ଭୌଗଳିକ ସୀମାର ସୁରକ୍ଷା କରିବା ,ଓଡିଶାର ପ୍ରାକୃତିକ ସମ୍ପଦର ସୁରକ୍ଷା କରିବା ,ଓଡ଼ିଆ ସରକାରୀ ସ୍କୁଲ ଗୁଡିକର ସମସ୍ତ ଆବଶ୍ୟକତା ପୂରଣ କରି ଉନ୍ନତ ଶିକ୍ଷାନୁଷ୍ଠାନରେ ପରିଣତ କରିବା,ଓଡିଶାରେ ମଦ, ମାଦକ ଦ୍ରବ୍ୟ, ଅଶ୍ଳୀଳତା, ଅପସଂସ୍କୃତିର ପ୍ରଚାର ପ୍ରସାର ବନ୍ଦ କରିବା,ସମସ୍ତ ସରକାରୀ କାର୍ଯ୍ୟ ଓଡ଼ିଆ ଭାଷାରେ ପ୍ରଚଳନ କରିବା ଆଦି ପ୍ରମୁଖ ଦାବୀ ନେଇ ଆଜି ଉପସ୍ଥିତ ବୁଦ୍ଧିଜୀବୀ ମାନେ ମତବ୍ୟକ୍ତ କରିଥିଲେ l ସମିତି ସମ୍ପାଦକ ଏସ. ଶାମ୍ବଶିବ ରାଓ,ବରିଷ୍ଠ ସାମ୍ବାଦିକ ରବି ରଥ,ପ୍ରଭାକର ସାହୁ,କିଶୋର ପାତ୍ର,ରାଜେନ୍ଦ୍ର କୁମାର ପଣ୍ଡା, ବିଜୟ କୁମାର ପାଢ଼ୀ,ଶ୍ୟାମ ସୁନ୍ଦର ଖାଡ଼ଙ୍ଗା,ଗଗନ ଚନ୍ଦ୍ର ମଲ୍ଲିକ, ଅଶୋକ ଦଳାଇ,ଆପ ର ଆଦିତ୍ୟ ରଥ,କବିରାଜ ସାହୁ,ମହମ୍ମଦ ଆସଲାମ,ସୁଭାଷ ଚନ୍ଦ୍ର ପାତ୍ର,ଶିବ ପ୍ରସନ୍ନ ମିଶ୍ର, ସବିତା ସାହୁକାର, ଭୀଷ୍ମଚାର୍ଯ୍ୟ ଚୌଧୁରୀ, ସୁଦର୍ଶନ ବିଶୋଇ ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରି ସମସ୍ତ ପ୍ରକାର ଆଞ୍ଚଳିକ ବୈଷମ୍ୟତା ଦୂର କରି ଅଖଣ୍ଡ ଓଡିଶା ଗଠନ ନେଇ ସ୍ୱର ଉତ୍ତୋଳନ କରିଥିଲେ l
