12892/12891 ପୁରୀ-ବାଙ୍ଗିରିପୋଷି-ପୁରୀ ସୁପରଫାଷ୍ଟ ଏକ୍ସପ୍ରେସ ଏଲଏଚବି (LHB) କୋଚ ସହିତ ଚଳାଚଳ କରିବ |

29.04.2025 ଠାରୁ ପୁରୀରୁ ନିୟମିତ ସେବା ଆରମ୍ଭ ହେବ | *30.04.2025 ଠାରୁ ବାଙ୍ଗିରିପୋସିରୁ ନିୟମିତ ସେବା ଆରମ୍ଭ ହେବ | ପୂର୍ବରୁ, ଟ୍ରେନଟି ପାରମ୍ପରିକ କୋଚ ସହିତ ଚଳାଚଳ କରୁଥିଲା | LHB କୋଚ ସହିତ ପୁରୀ-ବାଙ୍ଗିରିପୋଷି ସୁପର ଫାଷ୍ଟ ଏକ୍ସପ୍ରେସର ସଂରଚନା :ଗୋଟିଏ ଏସି ଚେୟାର କାର୍,ଛଅଟି ଦ୍ୱିତୀୟ ଶ୍ରେଣୀ ଆସନ (ସଂରକ୍ଷିତ)ପାଞ୍ଚଟି ସାଧାରଣ ଦ୍ୱିତୀୟ ଶ୍ରେଣୀ ଆସନଗୋଟିଏ ଗାର୍ଡ ସହିତ ମୋଟର କାର,ଗୋଟିଏ ଗାର୍ଡ ଏବଂ ଦ୍ୱିତୀୟ ଶ୍ରେଣୀ ବସିବା ବ୍ୟବସ୍ଥା (ଦିବ୍ୟାଙ୍ଗଜନଙ୍କ ପାଇଁ ଉପଲବ୍ଧ) l ଆଜି ପୂର୍ବାହ୍ନରେ (28.04.2025) ବାଙ୍ଗିରିପୋଷି ଷ୍ଟେସନରୁ LHB କୋଚ ସହିତ ପୁରୀ-ବାଙ୍ଗିରିପୋଷି-ପୁରୀ ସୁପର ଫାଷ୍ଟ ଏକ୍ସପ୍ରେସର ଶୁଭାରମ୍ଭ କରାଯାଇଅଛି* |

*ଏହି ଅବସରରେ ସମ୍ମାନିତ ଅତିଥିମାନେ ସବୁଜ ପତାକା ପ୍ରଦର୍ଶନ କରାଇ ଶୁଭାରମ୍ଭ କରିଛନ୍ତି* …ଶ୍ରୀ ନବ ଚରଣ ମାଝୀ, ମାନ୍ୟବର ସାଂସଦ, ମୟୂରଭଞ୍ଜ (ଲୋକସଭା),ଶ୍ରୀମତୀ ମମତା ମହନ୍ତ, ମାନ୍ୟବର ସାଂସଦ (ରାଜ୍ୟସଭା),ସୁଶ୍ରୀ ସଞ୍ଜଳୀ ମୁର୍ମୁ, ମାନ୍ୟବର ବିଧାୟିକା, ବାଙ୍ଗିରିପୋଷି,ଶ୍ରୀ ଭଦଭ ହାନ୍ସଦା, ମାନ୍ୟବର ବିଧାୟକ, ସରସକଣା |

Leave a Reply

Your email address will not be published. Required fields are marked *