ଯାଜପୁର ଜିଲ୍ଲା ଟ୍ୟାକ୍ସ ବାର ଆସୋସିଏସନ୍‌ ର ୧୬ତମ ଜିଲ୍ଲା ସ୍ତରୀୟ ଆଇନ୍‌ଜିବୀ ଦିବସ ପାଳନ

୨୮/୦୪: ବ୍ୟାସନଗର ପୌରାଞ୍ଚଳ ସହରରେ ଥିବା ‘‘କେ.ଏନ୍‌.ଡି.ଏ. ସେଲିବ୍ରେଶନ୍’’ ସଭା ଗୃହ ଠାରେ ଆଜି ଯାଜପୁର ଜିଲ୍ଲା ଟ୍ୟାକ୍ସ ବାର ଆସୋସିଏସନ୍‌ ପକ୍ଷରୁ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ୧୭୭ତମ ଜୟନ୍ତୀ ଓ ୧୬ତମ ଜିଲ୍ଲା ସ୍ତରୀୟ ଆଇନଜିବୀ ଦିବସ ପାଳନ ହୋଇଯାଇଛି l କାର୍ଯ୍ୟକ୍ରମ ଆରମ୍ଭରେ ପ୍ରଥମେ କାଶ୍ମୀରର ପହଲଗ୍ରାମରେ ଆତଙ୍କବାଦୀଙ୍କ ଗୁଳିରେ ମୃତ୍ୟୁବରଣ କରିଥିବା ଭାରତୀୟ ମାନଙ୍କ ଲାଗି ନିରବ ପ୍ରାର୍ଥନା କରାଯାଇଥିଲା l ଏହି ଅବସରରେ ଓକିଲ ସଂଘର ନବ ନିର୍ବାଚିତ ହୋଇଥିବା ସଭାପତି ଏବଂ ସମ୍ପାଦକ ମାନଙ୍କୁ ଅତିଥି ମାନଙ୍କ ଦ୍ଵାରା ସମ୍ବର୍ଦ୍ଧିତ କରାଯାଇଥିଲା l ଉକ୍ତ କାର୍ଯ୍ୟକ୍ରମ ଟ୍ୟାକ୍ସ ବାର ଆସୋସିଏସନ୍‌ର ସଭାପତି ଶ୍ରୀ ବିବେକାନନ୍ଦ ମହାନ୍ତି ଓ ସମ୍ପାଦକ ଶ୍ରୀ ଧନେଶ୍ୱର ବାରିକ୍ ଙ୍କ ସଭାପତିତ୍ବରେ ଉଦ୍‌ଘାଟକ ଭାବେ ଯାଜପୁର ସାଂସଦ ଡ଼. ରବିନ୍ଦ୍ର ନାରାୟଣ ବେହେରା, ସମ୍ମାନିତ ଅତିଥି ଭାବେ ପୂର୍ବତନ ଅର୍ଥ ମନ୍ତ୍ରୀ ଡ଼. ପ୍ରଫୁଲ୍ଲ ଚନ୍ଦ୍ର ଘଡାଇ, ମୁମ୍ବାଇ ଓଡିଆ ମହାସଂଘ ର ସଭାପତି ଡ଼. ବିପିନ୍ ବିହାରୀ ମିଶ୍ର, ମୁଖ୍ୟ ବକ୍ତା ଭାବେ ବରିଷ୍ଠ ଆଇନ୍‌ଜିବୀ ବିଭୁ ପ୍ରସାଦ ତ୍ରିପାଠୀ ଯୋଗ ଦେଇଥିଲେ l ଏହି କାର୍ଯ୍ୟକ୍ରମରେ ବ୍ୟାସନଗର ସହରରେ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କର ଏକ ପ୍ରତିମୂର୍ତ୍ତି ସ୍ଥାପନା କରିବା ପାଇଁ ଆସୋସିଏସନ୍ ପକ୍ଷରୁ ଦାବୀ କରାଯାଇଥିଲା l ଅନୁଷ୍ଠିତ ହୋଇଥିବା ଏହି କାର୍ଯ୍ୟକ୍ରମ ରେ ଆସୋସିଏସନ୍‌ ର ଦିପୁ ବାରିକ, ଅଜୟ କୁମାର ବିଶ୍ୱାଳ, ଦିଲ୍ଲୀପ ମଲ୍ଲିକ, ମାନସ ରଞ୍ଜନ ସାମଲ, ରମାକାନ୍ତ ନନ୍ଦ, ସତ୍ୟଜିତ ଶତପଥି, ହେମନ୍ତ ପୋଥାଳ, ରାଜେନ୍ଦ୍ର ଧୀରସାମନ୍ତ, ରମାକାନ୍ତ ସେଠୀ, ରତିକାନ୍ତ ବେହେରା, ଦେବବ୍ରତ ବାରିକ, ଦିଲ୍ଲୀପ ନାୟକ, ପ୍ରବୀର ରାଉତ, ସତ୍ୟମ ସତ୍ୟଦର୍ଶୀ ମହାପାତ୍ର, ଅକ୍ଷୟ ବାରିକ ଙ୍କ ସମେତ ସମସ୍ତ ସଦସ୍ୟ ଓ ସଦସ୍ୟା ମାନେ ଉପସ୍ଥିତ ରହି ୧୬ତମ ଜିଲ୍ଲା ସ୍ତରୀୟ ଆଇନ୍‌ଜୀବୀ ଦିବସ ପାଳନ କରିବା ସହିତ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀକୁ ପାଳନ କରିଥିଲେ l ଜିଲ୍ଲା ଟ୍ୟାକ୍ସ ବାର ଆସୋସିଏସନ୍‌ ପକ୍ଷରୁ ସସ୍ମିତା ସ୍ୱାଇଁ ମଞ୍ଚ ପରିଚାଳନା କରିଥବା ବେଳେ ଯୁଗ୍ମ ସମ୍ପାଦକ ଅଶୋକ କୁମାର ଶର୍ମା ଧନ୍ୟବାଦ ଅର୍ପଣ କରିଥିଲେ l

ଯାଜପୁର ବ୍ୟାସନଗର ରୁ ଜ୍ୟୋତି ପ୍ରକାଶ ଭୂୟାଁ ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *