ମୁଖ୍ୟମନ୍ତ୍ରୀଙ୍କୁ ଭଦ୍ରକ ବିଜେଡି ପକ୍ଷରୁ କୃତଜ୍ଞତା

ଭଦ୍ରକ:୧୮/୧୧:- ଭଦ୍ରକ ସହରବାସୀଙ୍କ ଲାଗି ଖୁସିର ଖବର । ଭଦ୍ରକ ସହରାଞ୍ଚଳ ‘ମୁକ୍ତା’ ଯୋଜନାରେ ସାମିଲ ହୋଇଛି । ଜନପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭଦ୍ରକ ସହରବାସୀଙ୍କ ଉନ୍ନୟନମୂଳକ କାର୍ଯ୍ୟ ପାଇଁ ଏହି ବଡ଼ ପ୍ରକଳ୍ପ ଘୋଷଣା କରିଥିବାରୁ ଆଜି ଅପରାହ୍ନରେ ଭଦ୍ରକ ବିଧାୟକ ସଞ୍ଜୀବ ମଲ୍ଲିକଙ୍କ ଭଦ୍ରକ ବାସଭବନ ଠାରେ ମୁଖ୍ୟମନ୍ତ୍ରୀ ଙ୍କ ଉଦେସ୍ୟରେ ଏକ ସ୍ୱତନ୍ତ୍ର କୃତଜ୍ଞତା ସଭା ଅନୁଷ୍ଠିତ ହୋଇଯାଇଛି । ଭଦ୍ରକ ଜିଲ୍ଲା ବିଜେଡି ସଭାପତି ଜଗନ୍ନାଥ ସ୍ବାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କୃତଜ୍ଞତା ସଭାରେ ବିଧାୟକ ଶ୍ରୀ ମଲ୍ଲିକ ତାଙ୍କ ବକ୍ତବ୍ୟ ଆରମ୍ଭରେ ମୁଖ୍ୟମନ୍ତ୍ରୀ ଙ୍କୁ ଅଶେଷ କୃତଜ୍ଞତା ଅର୍ପଣ କରିବା ସହ ମୁକ୍ତା ଯୋଜନରେ ଭଦ୍ରକ ସହରାଞ୍ଚଳକୁ ୧୭ କୋଟି ୬୨ ଲକ୍ଷ ଟଙ୍କା ର ଅନୁଦାନ ମିଳିଛି ।ଏହି ଅନୁଦାନ ରାଶିରେ ସହରାଞ୍ଚଳରେ ୧୦ଟି କ୍ଷୁଦ୍ର ଉଦ୍ୟାନ, ୧୪ଟି ପବ୍ଲିକ ଜିମ, ୧୩ଟି ଶିଶୁ କ୍ରୀଡା ଉଦ୍ୟାନ, ୧୮ଟି ରାସ୍ତା, ୫ ଟି ଖେଳପଡିଆ, ୮ଟି ଶୌଚାଳୟ, ୪ଟି ରାସ୍ତାକଡ଼ ବିକ୍ରୟସ୍ଥଳୀ, ୫୬ଟି ରାସ୍ତା ଓ ଡ୍ରେନ ଓ ୯୦ଟି ମୁଖ୍ୟ ରାସ୍ତାକୁ ମିଶାଇ ମୋଟ ୨୧୮ଟି ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହେବାକୁ ଯାଉଛି । ଏହି କୃତଜ୍ଞତା ସଭାରେ ପ୍ରାକ୍ତନ ପୌରାଧ୍ୟକ୍ଷ ମାନସ ମହାନ୍ତି, ଟାଉନ ବିଜେଡି ସଭାପତି ଆଇନଜୀବୀ ତାହେର ମହମ୍ମଦ, ପ୍ରାକ୍ତନ ପୌର ଉପାଧ୍ୟକ୍ଷ ତାହେରା ଖାତୁନ, ପ୍ରାକ୍ତନ ପାରିଷଦ-ଗଜେନ୍ଦ୍ର ପଣ୍ଡା, ଦିଲୀପ ନାୟକ, ପ୍ରଣୟ ଦାସ, ସେକ ସାମଦାନୀ, ସେକ ଜୁଲଫିକର ଅଲ୍ଲୀ, ସେକ ଜ଼ାହିଦ ହବିବ, ଉର୍ମିଳା ଚୌଧୁରୀ, ଟାଉନ ମହିଳା ବିଜେଡି ସଭାନେତ୍ରୀ ଦେବହୁତି ମହାପାତ୍ର, ବିଜେଡି ରାଜ୍ୟ ଯୁଗ୍ମ ସମ୍ପାଦକ ରାକେଶ ପଣ୍ଡା, ୧୬ନମ୍ବର ବିଜେଡି ସଭାପତି ସେକ ନାସିର ଅଲ୍ଲୀ, ଟାଉନ ଯୁବ ବିଜେଡି ସଭାପତି ଆଶୀଷ ଅମିତାଭ ମହାପାତ୍ର, ସୂର୍ଯ୍ୟକୁମାର ଦାସ ପ୍ରମୁଖ ଉପସ୍ଥିତ ରହି ମୁଖ୍ୟମନ୍ତ୍ରୀ ଙ୍କୁ କୃତଜ୍ଞତା ଅର୍ପଣ କରିଥିଲେ ।

ରିପୋର୍ଟ :-ପୁନିଲ କୁମାର ସାମନ୍ତ।

Leave a Reply

Your email address will not be published. Required fields are marked *